ତିନି ଦିନ ଥରାଇବ ଶୀତ

December 20, 2020, ଓଡ଼ିଶା, , Anupambharat News Bureau


ତିନି ଦିନ ଥରାଇବ ଶୀତ
Anupambharat News Bureau
December 20, 2020


ଭୁବନେଶ୍ୱର, ୨୦ା୧୨(ଅନୁପମ ମିଡ଼ିଆ): ଆସନ୍ତା ତିନି ଦିନ ଯାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରୀ ଜାରି ରହିବ । ଆଗାମୀ ୨୪ଘଣ୍ଟା ମଧ୍ୟରେ ତୀବ୍ର ଶୀତ ଲହରୀ ପାଇଁ ରାଜ୍ୟର ପାଞ୍ଚ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ପକ୍ଷରୁ ଜାରି କରାଯାଇଛି । ସେହିପରି ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ୧୧ଟି ଜିଲ୍ଲା ହେଲା କୋରାପୁଟ, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ବୌଦ୍ଧ, ସୋନପୁର, କଟକ, ଢେଙ୍କାନାଳ, କେନ୍ଦୁଝର, ବାଲେଶ୍ୱର, ଦେବଗଡ଼ ଆଦି ରହିଛି । ଅନ୍ୟପକ୍ଷରେ ଉପକୂଳବର୍ତ୍ତୀ ଜିଲ୍ଲାରେ ରାତ୍ରିରେ ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୪ ଡ଼ିଗ୍ରୀ କମ୍‌ ରହିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ୨୨ ତାରିଖ ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମୟୂରଭଞ୍ଜ, ଅନୁଗୁଳ, ଝାରସୁଗୁଡା, ବରଗଡ , ସୁନ୍ଦରଗଡ ଓ ଢେଙ୍କାନାଳ ଜିଲ୍ଲାରେପ୍ରବଳ ଶୀତ ଲହରୀ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି କୋରାପୁଟ, କନ୍ଧମାଳ, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଦେବଗଡ, କଳାହାଣ୍ଡି ,ବଲାଙ୍ଗୀର , ନବରଙ୍ଗପୁର, ନୂଆପଡା, ବାଲେଶ୍ୱର, ଭଦ୍ରକ ,କଟକ , ଯାଜପୁର ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୩ ତାରିଖ ମଧ୍ୟରେ ସୁନ୍ଦରଗଡ , ଝାରସୁଗୁଡା , ମୟୂରଭଞ୍ଜ , ଅନୁଗୁଳ , ବରଗଡ , କୋରାପୁଟ , କଳାହାଣ୍ଡି, ବୌଦ୍ଧ , ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁଇ ମୃତ, ଜଣେ ନିଖୋଜ

ଦୁଇ ମୃତ, ଜଣେ ନିଖୋଜ

Read More...

ଗୁଜୁରାଟରେ ବିଶ୍ୱର ସବୁଠାରୁ ବଡ ଚିଡିଆଖାନା

ଗୁଜୁରାଟରେ ବିଶ୍ୱର ସବୁଠାରୁ ବଡ ଚିଡିଆଖାନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page