ଗୁଜୁରାଟରେ ବିଶ୍ୱର ସବୁଠାରୁ ବଡ ଚିଡିଆଖାନା

December 20, 2020, ଦେଶ, , Anupambharat News Bureau


ଗୁଜୁରାଟରେ ବିଶ୍ୱର ସବୁଠାରୁ ବଡ ଚିଡିଆଖାନା
Anupambharat News Bureau
December 20, 2020


ଅହମ୍ମଦାବାଦ: ବିଶ୍ୱର ସବୁଠାରୁ ବଡ ଚିଡିଆଖାନା ନିର୍ମାଣ କରିବ ରିଲାଏନ୍ସ । ଏହା ଗୁଜୁରାଟର ଜାମନଗରରେ ତିଆରି ହେବ । ଏନେଇ କମ୍ପାନୀ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି । ଏହି ଚିଡିଆଖାନାରେ ୧୦୦ରୁ ଅଧିକ ପ୍ରଜାତିର ଜୀବଜ;ୁ, ପକ୍ଷୀ, ସରିସୃପ ଆଦି ରହିବେ । ଏହା ହେଉଛି ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରକଳ୍ପ । ନିର୍ମାଣ ହେବାକୁ ଥିବା ଚିଡିଆଖାନା ୨୮୦ ଏକର ଜମିରେ ପରିବେଷ୍ଟିତ ହେବ । ଜାମନଗରରେ ଥିବା କମ୍ପାନୀର ତୈଳ ବିଶୋଧନ ପ୍ରକଳ୍ପ ନିକଟରେ ଏହାକୁ ନିର୍ମାଣ କରାଯିବ । ରିଲାଏନ୍ସ ଅଧିକାରୀଙ୍କ କହିବାନୁସାରେ, ଯଦି କୌଣସି ପ୍ରତିବନ୍ଧକ ନ ରୁହେ ତେବେ ଆଶନ୍ତା ୨ ବର୍ଷ ମଧ୍ୟରେ ସାଧାରଣ ଲୋକଙ୍କ ପାଇଁ ଏହି ଚିଡିଆଖାନା ଖୋଲିବ । ଏଥିପାଇଁ ସରକାରୀ ପ୍ରକ୍ରିୟା ଶେଷ ହୋଇଯାଇଛି । ସମସ୍ତ ଅନୁମତି ମଧ୍ୟ ମିଳିଛି । ଚିଡିଆଖାନାରେ ଫ୍ରଗ୍‌ ହାଉସ୍‌, ଇନସେକଫ ଲାଇଫ୍‌, ଡ୍ରାଗନ୍ସ ଲ୍ୟାଣ୍ଡ୍‌, ଏକଜୋଟିକ୍‌ ଆଇସଲ୍ୟାଣ୍ଡ ଆଦି ରହିବ । ସମସ୍ତ ଯୋଜନା ସେଣ୍ଟ୍ରାଲ୍‌ ଜୁ ଅଥରିଟୀର େୱବସାଇଟରେ ସେୟାର କରାଯାଇଛି । ଚିଡିଆଖାନାରେ ବାର୍କିଂ ଡିଅର, ବାଘ, ଭାଲୁ, ହାତୀ, ସିଂହ, ଆଫ୍ରିକାନ ଲାୟନ, ଜାଗୁଆର, ଜିରାଫ, ମାଙ୍କଡ, ଚିତା ଆଦିଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି । ଏହା ଦ୍ୱାରା ଦେଶରେ ବେସରକାରୀ ଚିଡିଆଖାନାରେ ଏକ ନୂଆ ଅଧ୍ୟାୟ ଯୋଡି ହେବ ବୋଲି କହିଛନ୍ତି ରିଲାଏନ୍ସର କର୍ପୋରେଟ୍‌ ଆଫାୟାର୍ସ ଡାଇରେକଫର ପରିମଳ ନାଥୱାନୀ । ବିଶ୍ୱର ସବୁଠାରୁ ବଡ ଚିଡିଆଖାନା ନିର୍ମାଣ କରିବ ରିଲାଏନ୍ସ । ଏହା ଗୁଜୁରାଟର ଜାମନଗରରେ ତିଆରି ହେବ । ଏନେଇ କମ୍ପାନୀ ପକ୍ଷରୁ ଗତକାଲି ସୂଚନା ଦିଆଯାଇଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତିନି ଦିନ ଥରାଇବ ଶୀତ

ତିନି ଦିନ ଥରାଇବ ଶୀତ

Read More...

ଲୋକଙ୍କୁ ପାଣି ପିଇବାକୁ ହେଲେ ବରଫ ତରଲାଇବାକୁ ପଡିଥାଏ !

ଲୋକଙ୍କୁ ପାଣି ପିଇବାକୁ ହେଲେ ବରଫ ତରଲାଇବାକୁ ପଡିଥାଏ !

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page