ପୁଣି ଅଜୁର୍ନ ରାମପାଲଙ୍କୁ ଏନ୍‌ସିବିର ସମନ

December 15, 2020, ଦେଶ, , Anupambharat News Bureau


ପୁଣି ଅଜୁର୍ନ ରାମପାଲଙ୍କୁ ଏନ୍‌ସିବିର ସମନ
Anupambharat News Bureau
December 15, 2020


ଡ୍ରଗ୍ସ ଲିଙ୍କକୁ ନେଇ ପୁଣି ଥରେ ପଚରାଉଚରା କରିବା ପାଇଁ ବଲିଉଡ ଅଭିନେତା ଅଜୁର୍ନ ରାମପାଲଙ୍କୁ ସମନ ପଠାଇଛି ଏନସିବି । ଏହା ପୂର୍ବରୁ ମଧ୍ୟ ଅର୍ଜୁନ ରାମପାଲଙ୍କୁ ଡ୍ରଗ୍ସ ଲିଙ୍କ ନେଇ ସମନ ପଠାଇ ପଚରାଉଚରା କରିଥିଲା ଏନସିବି । ଏବେ ପୁଣି ଥରେ ତାଙ୍କୁ ସମନ ପଠାଯାଇଥିବା ବେଳେ ଆସନ୍ତାକାଲି ତାଙ୍କୁ ଏନସିବି ଅଧିକାରୀମାନେ ପଚରାଉଚରା କରିବେ ବୋଲି ଜଣାପଡ଼ିଛି । ନଭେମ୍ବର ୯ ରେ ଅର୍ଜୁନଙ୍କ ଘରେ ଚଢ଼ଉ କରିବା ପରେ ଏନସିବି ଅଧିକାରୀମାନେ ଦୁହିଁଙ୍କୁ ପଚରାଉଚରା ପାଇଁ ଡକାଇଥିଲେ । ଏହି ଘଟଣା ପୂର୍ବରୁ ଏନସିବି ଗର୍ଲଫ୍ରେଣ୍ଡ ଗେବ୍ରିଏଲା ଡେମୋଟ୍ରିଏଡସଙ୍କ ଭାଇ ଅଗିସିୟାଲୋସଙ୍କୁ ମଧ୍ୟ ଗିରଫ କରିଥିଲା । ତାଙ୍କ ପାଖରୁ ହସିଷ ଓ ଏଲେ¬୍ରାଜୋଲନର୍‌ ଟାବଲେଟ୍‌ ଜବତ କରାଯିବା ପରେ ଗେବ୍ରିଏଲାଙ୍କ ଭାଇକୁ ଗିରଫ କରି ଅଜୁର୍ନ ଏବଂ ଗେବ୍ରିଏଲାଙ୍କ ଘରେ ଚଢ଼ଉ କରିଥିଲା ଏନସିବି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦେଶରେ ୱାଟ୍ସଅପ୍‌-ଜିଓ ପ୍ରଭାବ ସମ୍ପର୍କରେ ଅମ୍ବାନୀ,ଜୁକେରବର୍ଗ ମଧ୍ୟରେ ଆଲୋଚନା

ଦେଶରେ ୱାଟ୍ସଅପ୍‌-ଜିଓ ପ୍ରଭାବ ସମ୍ପର୍କରେ ଅମ୍ବାନୀ,ଜୁକେରବର୍ଗ ମଧ୍ୟରେ ଆଲୋଚନା

Read More...

ମଜୁରୀ ବିଳମ୍ବ କଲେ କାର୍ଯ୍ୟାନୁଷ୍ଠାନ: ନବୀନ

ମଜୁରୀ ବିଳମ୍ବ କଲେ କାର୍ଯ୍ୟାନୁଷ୍ଠାନ: ନବୀନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page