କ୍ରାଇମବ୍ରାଞ୍ଚ ରିମାଣ୍ଡରେ ପ୍ରଦୀପ

December 15, 2020, ଓଡ଼ିଶା, , Anupambharat News Bureau


କ୍ରାଇମବ୍ରାଞ୍ଚ ରିମାଣ୍ଡରେ ପ୍ରଦୀପ
Anupambharat News Bureau
December 15, 2020


ଭୁବନେଶ୍ୱର, ୧୫ା୧୨(ଅନୁପମ ମିଡ଼ିଆ) ଠକେଇ ଓ ଜାଲିଆତି ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ଏସ୍‌ଆଇଟି । ପ୍ରଦୀପଙ୍କୁ ରିମାଣ୍ଡରେ ନେବା ପାଇଁ ଗତକାଲି କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା । ଆଜି ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି । ମଙ୍ଗଳବାର ତାଙ୍କୁ ଝାରପଡ଼ା ଜେଲ୍‌ରୁ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ନିଆଯାଇ ଆକାଶ ପାଠକଙ୍କ ସହ ମୁହାଁମୁହିଁ ଜେରା କରାଯାଇଥିବା ଜଣାପଡିଛି । ଟାଟା କମ୍ପାନୀରେ ଚାକିରୀ କରାଇଦେବାକୁ କହି ପ୍ରଦୀପ ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ସହ ମିଶି ଠକେଇ କରିଥିବା ଅଭିଯୋଗ ରହିଛି । ଉଲ୍ଲେଖ୍ୟଯୋଗ୍ୟ ଯେ ଗତ ୪ ତାରିଖ ସନ୍ଧ୍ୟା ବେଳେ ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ତାଙ୍କ ବାସଭବନରୁ ଗିରଫ କରିଥିଲା । ତାଙ୍କ ବିରୋଧରେ ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ ବି, ଆଇଟି ଆକଫ ୨୦୦୦ର ଦଫା ୬୬ ସି ଓ ଡିରେ ମାମଲା ରୁଜୁ ହୋଇଥିଲା । ଟାଟା କମ୍ପାନୀରେ ଚାକିରୀ ଯୋଗାଇବାର ମିଥ୍ୟା ପ୍ରତିଶ୍ରୁତି ଦେଇ ନିଲମ୍ବିତ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ନାମରେ ପାଣିଗ୍ରାହୀ ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୮୯.୪୨ କୋଟିର ପ୍ୟାକେଜ

୨୮୯.୪୨ କୋଟିର ପ୍ୟାକେଜ

Read More...

ଜିରୋ ନାଇଟ୍‌ ସେଲିବ୍ରେସନ୍‌ ମନା:  ଜାନୁଆରୀ ୩ରୁ ଖୋଲିପାରେ ଧାର୍ମିକ ଅନୁଷ୍ଠାନ,  ୨୫ରେ ଚର୍ଚ୍ଚ ଖୋଲିବାକୁ ସ୍ୱତନ୍ତ୍ର ଅନୁମତି ,  ୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ଜିରୋ ନାଇଟ୍‌ ସେଲିବ୍ରେସନ୍‌ ମନା: ଜାନୁଆରୀ ୩ରୁ ଖୋଲିପାରେ ଧାର୍ମିକ ଅନୁଷ୍ଠାନ, ୨୫ରେ ଚର୍ଚ୍ଚ ଖୋଲିବାକୁ ସ୍ୱତନ୍ତ୍ର ଅନୁମତି , ୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page