ଜିରୋ ନାଇଟ୍‌ ସେଲିବ୍ରେସନ୍‌ ମନା: ଜାନୁଆରୀ ୩ରୁ ଖୋଲିପାରେ ଧାର୍ମିକ ଅନୁଷ୍ଠାନ, ୨୫ରେ ଚର୍ଚ୍ଚ ଖୋଲିବାକୁ ସ୍ୱତନ୍ତ୍ର ଅନୁମତି , ୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

December 15, 2020, ଓଡ଼ିଶା, , Anupambharat News Bureau


ଜିରୋ ନାଇଟ୍‌ ସେଲିବ୍ରେସନ୍‌ ମନା:  ଜାନୁଆରୀ ୩ରୁ ଖୋଲିପାରେ ଧାର୍ମିକ ଅନୁଷ୍ଠାନ,  ୨୫ରେ ଚର୍ଚ୍ଚ ଖୋଲିବାକୁ ସ୍ୱତନ୍ତ୍ର ଅନୁମତି ,  ୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର
Anupambharat News Bureau
December 15, 2020


ଭୁବନେଶ୍ୱର, ୧୫­ା୧୨(ଅନୁପମ ମିଡ଼ିଆ): ଜାନୁଆରୀ ୩ ତାରିଖରୁ ରାଜଧାନୀ ଭୁବନେଶ୍ୱରରେ ଥିବା ଧାର୍ମିକ ଅନୁଷ୍ଠାନ ଗୁଡିକ ଖୋଲିପାରିବ । ତେବେ ଏଥିପାଇଁ ସମ୍ପୃକ୍ତ ଅନୁଷ୍ଠାନର ପରିଚାଳନା କମିଟି ପୂର୍ବର୍ରୁ ଅଣ୍ଡରଟେକିଂ ଲେଖିକରି ଦେବେ । ସେହିପରି ଆସନ୍ତା ୨୫ ତାରିଖରେ ବଡ଼ଦିନ ଅବସରରେ ଚର୍ଚ୍ଚ ଖୋଲିବା ପାଇଁ ସ୍ୱତନ୍ତ୍ର ଅନୁମତି ମିଳିବ ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମ୍‌ ଚନ୍ଦ୍ର ଚୌଧୁରୀ । ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଧର୍ମ ଅନୁଷ୍ଠାନ ଗୁଡିକର ପରିଚାଳନା କମିଟି କୋଭିଡ୍‌ ଗାଇଡ୍‌ ଲାଇନ୍‌ ପାଳନ କରିବା ସମ୍ପର୍କରେ ଅଣ୍ଡଟେକିଂ ଦେବା ପରେ ସେମାନଙ୍କୁ ଅନୁମତି ମିଳିପାରିବ । ଅନୁଷ୍ଠାନର ପିରସରକୁ ଦେଖି କେତେ ଲୋକ ଉପସ୍ଥିତ ରହିପାରିବେ ସେ ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି । ସେହିପରି ଏବର୍ଷ ଜିରୋ ନାଇଟ ସେଲିବ୍ରେସନ ହେବନି କମିଶନର କହିଛନ୍ତି । ବର୍ତ୍ତମାନର ଗାଇଡଲାଇନ ଅନୁସାରେ ୩୧ ରାତି ଉତ୍ସବ ମନା କରାଯାଇଛି । ଅନ୍ୟପକ୍ଷେ ଆସନ୍ତା ଡିସେମ୍ବର୨୭ ତାରିଖରୁ ଲିଙ୍ଗରାଜ ମନ୍ଦିର ଖୋଲିବ । ୨୭ ତାରିଖରୁ ୩୧ ତାରିଖ ଯାଏଁ କେବଳ ସେବାୟତଙ୍କ ପରିବାର ଦର୍ଶନ କରିପାରିବେ । ଜାନୁଆରୀ ୧ ଓ ୨ରେ ଲିଙ୍ଗରାଜ ମନ୍ଦିର ବନ୍ଦ ରହିବ । ୩ରୁ ୫ ତାରିଖ ଯାଏଁ ରାଜଧାନୀ ବାସିନ୍ଦାଙ୍କୁ ଦର୍ଶନ ଅନୁମତି ମିଳିବ । ଜାନୁଆରୀ ୬ ତାରିଖରୁ ରାଜ୍ୟବାସୀ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ ବୋଲି ବିଏମସି କମିଶନର ପ୍ରେମ୍‌ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇବା ପରେ ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ମିଳିବ । ଟେଷ୍ଟ ରିପୋର୍ଟ ୪ ଦିନ ପୂର୍ବର ହୋଇଥିବ । ମନ୍ଦିର ପରିସରରେ ଏକା ସହ ୫୦୦ ଲୋକ ରହିପାରିବେ । ମନ୍ଦିର ବାହାରେ ସକାଳ ୭ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସ୍କ୍ରିନିଂ କ୍ୟାମ୍ପ୍‌ ଲଗାଯିବ ବୋଲି ସେ କହିଛନ୍ତି । ସାନିଟାଇଜର , ମାସ୍କ ଓ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯିବ । ଉଲ୍ଲେଖ୍ୟଯୋଗ୍ୟ ଯେ ମଙ୍ଗଳବାର ଅପରାହ୍ନରେ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ବିଏମସି ଅଫିସରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ତିନି ନିଯୋଗ ଅଧିକାରୀ, ପୋଲିସ ଅଧିକାରୀ, ମନ୍ଦିର କାର୍ଯ୍ୟାଳୟ ଅଧିକାରୀ, ଉପଜିଲ୍ଲାପାଳ, ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ, ଦେମୋତର ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କ୍ରାଇମବ୍ରାଞ୍ଚ ରିମାଣ୍ଡରେ ପ୍ରଦୀପ

କ୍ରାଇମବ୍ରାଞ୍ଚ ରିମାଣ୍ଡରେ ପ୍ରଦୀପ

Read More...

  ଏମ୍‌ଏସ୍‌ପିରେ ସଂଶୋଧନ ହେବନି

ଏମ୍‌ଏସ୍‌ପିରେ ସଂଶୋଧନ ହେବନି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page