ଯାଜପୁର,ପୁରୀରେ ହେବ ମେଡିକାଲ କଲେଜ ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ

December 14, 2020, ଓଡ଼ିଶା, , Anupambharat News Bureau


ଯାଜପୁର,ପୁରୀରେ ହେବ ମେଡିକାଲ କଲେଜ ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ
Anupambharat News Bureau
December 14, 2020


ଭୁବନେଶ୍ୱର, ୧୪ା୧୨(ଅନୁପମ ମିଡ଼ିଆ): ପୁରୀଠାରେ ନୂତନ ଭେଷଜ ମହାବିଦ୍ୟାଳୟ ନିମନ୍ତେ ଏକ ୬୫୦ ଶଯ୍ୟାବିଶିଷ୍ଟ ଟିଚିଂ ହସ୍ପିିଟାଲ୍‌ ନିର୍ମାଣ ଏବଂ ଯାଜପୁରରେ ୧୦୦ ଆସନବିଶିଷ୍ଟ ଏକ ନୂତନ ଭେଷଜ ମହାବିଦ୍ୟାଳୟ ଓ ୫୦୦ ଶଯ୍ୟାବିଶିଷ୍ଟ ଟିଚିଂ ହସ୍ପିଟାଲ୍‌ ନିର୍ମାଣ କରିବା ପାଇଁ ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି । ସେହିଭଳିଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁରୂପ ଶ୍ରୀଲିଙ୍ଗରାଜ ମନ୍ଦିର ଲାଗି ଅଧ୍ୟାଦେଶକୁ ଓଡ଼ିଶା କ୍ୟାବିନେଟ୍‌ ଅନୁମୋଦନ କରିଛନ୍ତି ।
ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । କ୍ୟାବିନେଟ୍‌ ବୈଠକରେ ଆଇନ ଓ ପୂର୍ତ୍ତ ବିଭାଗ ସମ୍ପକ୍ତ ଦୁଇଟି ପ୍ରମୁଖ ନିଷ୍ପତ୍ତିି ଗ୍ରହଣ କରାଯାଇଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ମୁଖ୍ୟ ସଚିବ ଅସିତ୍‌ କୁମାର ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଓଡ଼ିଶା କ୍ୟାବିନେଟ୍‌ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁରୂପ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ଅନୁମୋଦନ କରିଛନ୍ତି । ଏକାଦଶ ଶତାବ୍ଦୀର ଏହି ଶୈବପୀଠ ବର୍ତ୍ତମାନ ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ ବଳରେ ପରିଚାଳିତ ହେଉଛି ଏବଂ ଏହାର ନୀତିକାନ୍ତି ତଥା ପରିଚାଳନାର ଉତମ ରୂପାୟନ ନିମନ୍ତେ ଶ୍ରୀଲିଙ୍ଗରାଜ ମନ୍ଦିର ଆଇନ ସହାୟକ ହେବ ।ଲିଙ୍ଗରାଜ ମନ୍ଦିର ଆଇନ ଅନୁସାରେ ମନ୍ଦିରର ସେବା, ପୂଜା ଓ ନୀତି ସମେତ ସମସ୍ତ ବ୍ୟାପାର ପରିଚାଳନା କରିବା ପାଇଁ ଏକ ୧୫ ଜଣିଆ ପରିଚାଳନା କମିଟି ଗଠନ କରାଯିବ । ଏହି କମିଟି ମନ୍ଦିର ପ୍ରଶାସନ ସହିତ ମନ୍ଦିର ବାହାରେ ଥିବା ବିଭିନ୍ନ ମନ୍ଦିର ଓ ମଠଗୁଡ଼ିକର ସମ୍ପତ୍ତିର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବ । ମନ୍ଦିରର ଦୈନନ୍ଦିନ ବ୍ୟାପାର ପରିଚାଳନା ପାଇଁ ଜଣେ ପ୍ରଶାସକ ନିଯୁକ୍ତ ହେବେ ଏବଂ ଏହାର ବଜେଟ୍‌, ଅଡିଟ୍‌ ଓ ପରିଦର୍ଶନ ନିମନ୍ତେ ଆବଶ୍ୟକୀୟ ବ୍ୟବସ୍ଥା କରାଯିବ । ଏପରି ଆଇନ ମନ୍ଦିରର ସୁରକ୍ଷା, ସମ୍ପତ୍ତିର ପରିଚାଳନା ଏବଂ ଜବରଦଖଲକାରୀଙ୍କ ଉଚ୍ଛେଦରେ ସହାୟକ ହେବ ବୋଲି ସେ କହିଛନ୍ତି । ବର୍ତ୍ତମାନ ବିଧାନସଭା ବନ୍ଦ ଥିବାରୁ ଅଧ୍ୟାଦେଶ ଜରିଆରେ ଏହି ନୂତନଆଇନର ବ୍ୟବସ୍ଥା କରାଯାଇଛି । ସେହିଭଳି ପୁରୀ ଠାରେ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍‌ପିଟାଲ୍‌ ନିର୍ମାଣ ପାଇଁ ୨୨୪ କୋଟି ୫୫ ଲକ୍ଷ ୬୯ହଜାର ଖର୍ଚ୍ଚ ଆକଳନ କରାଯାଇଛି । ସେହିପରି ଯାଜପୁରରେ ୧୦୦ ସିଟ ବିଶିଷ୍ଟ ମେଡିକାଲ କଲେଜ ଓ ୫୦୦ ଶଯ୍ୟା ବିଶିଷ୍ଟ ହସପିଟାଲ ନିର୍ମାଣ କରାଯିବ । ୪୨୬ କୋଟି ୫୧ ଲକ୍ଷ ୩୧ ହଜାର ଟଙ୍କା ବ୍ୟୟ ହେବ । ଆସନ୍ତା ୩ ବର୍ଷରେ ଏହି ଦୁଇଟି ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଏଲଏଣ୍ଡଟି ଏହି ଦୁଇଟି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟିକା ପାଇଁ ପଞ୍ଜୀକରଣ ଜରୁରୀ

ଟିକା ପାଇଁ ପଞ୍ଜୀକରଣ ଜରୁରୀ

Read More...

ଧର୍ମାନୁଷ୍ଠାନ ଖୋଲିବା ପ୍ରକ୍ରିୟା ଆରମ୍ଭ:  ମୋଡାଲିଟି ରିପୋର୍ଟ ଦେଲା ଦେବୋତ୍ତର ବିଭାଗ

ଧର୍ମାନୁଷ୍ଠାନ ଖୋଲିବା ପ୍ରକ୍ରିୟା ଆରମ୍ଭ: ମୋଡାଲିଟି ରିପୋର୍ଟ ଦେଲା ଦେବୋତ୍ତର ବିଭାଗ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page