ଧର୍ମାନୁଷ୍ଠାନ ଖୋଲିବା ପ୍ରକ୍ରିୟା ଆରମ୍ଭ: ମୋଡାଲିଟି ରିପୋର୍ଟ ଦେଲା ଦେବୋତ୍ତର ବିଭାଗ

December 14, 2020, ଓଡ଼ିଶା, , Anupambharat News Bureau


ଧର୍ମାନୁଷ୍ଠାନ ଖୋଲିବା ପ୍ରକ୍ରିୟା ଆରମ୍ଭ:  ମୋଡାଲିଟି ରିପୋର୍ଟ ଦେଲା ଦେବୋତ୍ତର ବିଭାଗ
Anupambharat News Bureau
December 14, 2020


ଭୁବନେଶ୍ୱର, ୧୪ା୧୨(ଅନୁପମ ମିଡ଼ିଆ) ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ୯ ମାସ ପରେ ରାଜ୍ୟର ସମସ୍ତ ମନ୍ଦିର ଗୁଡ଼ିକ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ଯାଉଛି । ଏ ନେଇ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟ୍ୱିଟ କରି କରି ସୂଚନା ଦେଇଛନ୍ତି ଯେ, ନିଜ ନିଜ ଅଞ୍ଚଳରେ ଥିବା ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନଗୁଡ଼ିକୁ ଖୋଲିବାକୁ ଜିଲ୍ଲାପାଳମାନଙ୍କୁ ଆଗରୁ କ୍ଷମତା ଦିଆଯାଇଥିଲା । ସମସ୍ତ ଅଂଶଧାରକଙ୍କ ସହ ଆଲୋଚନା କରିବା ଓ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡୁ୍ୟର ନିର୍ଦ୍ଧାରିତ କରିବା ପରେ ମନ୍ଦିର ଖୋଲିବା ପାଇଁ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରାଯାଇଥିଲା । ଏବେ ଧାର୍ମିକ ଅନୁଷ୍ଠାନ ଖୋଲିବା ପ୍ରକ୍ରିୟା ପ୍ରକ୍ରିୟାଧୀନ ରହିଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଦେବୋତ୍ତର ବିଭାଗ ଅଧୀନରେ ଥିବା ୧୮ହଜାର ମନ୍ଦିର ଖୋଲିବା ନେଇ ମୋଡାଲିଟି ନିର୍ଦ୍ଧାରଣ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି ବିଭାଗ କମିଶନ । ଏକକାଳୀନ ଭକ୍ତ ପ୍ରବେଶ ବାରଣ ରହିଛି । ସାମାଜିକ ଦୂରତା, ମନ୍ଦିର ଦ୍ୱାରରେ ସାନିଟାଇଜର ରଖିବା ଓ ବାରମ୍ବାର ମନ୍ଦିର ବିଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଛି । କେବଳ ଦର୍ଶନ କରାଯିବ । ହେଲେ ବଡ଼ ପୂଜା ହେବ ନାହିଁ । ଏ ସବୁ ମାନି ମନ୍ଦିର ଖୋଲି ପାରିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ନ ମାନିଲେ ମନ୍ଦିର ଖୋଲିବ ନାହିଁ । ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି କହିଛନ୍ତି ଦେବୋତ୍ତର ନିରୀକ୍ଷକ ନିରୋଜ ଛୋଟରାୟ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯାଜପୁର,ପୁରୀରେ ହେବ ମେଡିକାଲ କଲେଜ ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ

ଯାଜପୁର,ପୁରୀରେ ହେବ ମେଡିକାଲ କଲେଜ ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ

Read More...

୨୩ରୁ ଖୋଲିବ ଶ୍ରୀମନ୍ଦିର!, ପ୍ରଥମେ ପୁରୀବାସୀଙ୍କୁ ପ୍ରବେଶ ଅନୁମତି

୨୩ରୁ ଖୋଲିବ ଶ୍ରୀମନ୍ଦିର!, ପ୍ରଥମେ ପୁରୀବାସୀଙ୍କୁ ପ୍ରବେଶ ଅନୁମତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page