ସିବିଆଇର ସୁନା ନେଲା କିଏ ?

December 12, 2020, ଦେଶ, , Anupambharat News Bureau


ସିବିଆଇର ସୁନା ନେଲା କିଏ ?
Anupambharat News Bureau
December 12, 2020


ଚେନ୍ନାଇ: ତାମିଲନାଡୁରେ ୪୫ କୋଟି ଟଙ୍କାର ସୁନା ଅଳଙ୍କାରର ପତ୍ତା ମିଳୁନାହିଁ । ଏହି ସୁନାକୁ ସିବିଆଇ ବିଭିନ୍ନ ସ୍ଥାନରେ ଚଢାଉ କରି ଜବତ କରିଥିଲା । ଏହି ସୁନା ଗାଏବ ପ୍ରସଙ୍ଗକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ମାମଲା କୋର୍ଟରେ ପହଁଚିଲାଣି । କୋର୍ଟ ମାମଲାରରେ ସିବି-ସିଆଇଡିକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ମାମଲାକୁ ନେଇ ସିବିଆଇ କହିଛି ଯେ, ଏହା ସେତେବେଳେ ଜଣାପଡିଥିଲା ଯେତେବେଳେ କୋଟି କୋଟି ଟଙ୍କାର ସୁନାକୁ ଓଜନ କରିବାକୁ ନିଆଁଯାଇଥିଲା । ଓଜନ କରିବା ପରେ ସୁନା କମ୍‌ ଥିବା ଜଣାପଡିଥିଲା । ପ୍ରାୟ ୪୦୦.୫ କେଜିର ସୁନା ଜବତ ହୋଇଥିଲା । ୨୦୧୨ରେ ସୁରାଣା କର୍ପୋରେସନରେ ଚଢାଉ କରାଯାଇ ଏହାକୁ ଜବତ କରାଯାଇଥିଲା ।
କି;ୁ ଏଥିରେ ଶହେରୁ ଅଧିକ କେଜିର ସୁନା ଗାଏବ ଥିବା ଜଣାପଡିଥିଲା । ପ୍ରାୟ ୧୦୩ କେଜି ସୁନା ଗାଏବ ଥିବା ସୂଚନା ମିଳିଥିଲା । ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି । ମାମଲା କୋର୍ଟରେ ପହଁଚିବା ପରେ କୋର୍ଟ ସିବି-ସିଆଇଡି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ସ୍ଥାନୀୟ ସିବିଆଇ ଅଧିକାରୀ ତଦନ୍ତ ଉପରେ ଆପତ୍ତି ପ୍ରକାଶ କରିଥିଲେ ବି କୋର୍ଟ ଖାରଜ କରିଦେଇଛନ୍ତି । ୬ ମାସରେ ତଦନ୍ତ ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ୟୁପି ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ

ୟୁପି ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ

Read More...

ପରିବାର ନିୟୋଜନ ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ

ପରିବାର ନିୟୋଜନ ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page