ପରିବାର ନିୟୋଜନ ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ

December 12, 2020, ଦେଶ, , Anupambharat News Bureau


ପରିବାର ନିୟୋଜନ ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ
Anupambharat News Bureau
December 12, 2020


ନୂଆଦିଲ୍ଲୀ: ଭାରତ ନିଜ ଦେଶବାସୀଙ୍କୁ ପରିବାର ନିୟୋଜନ ପାଇଁ ବାଧ୍ୟ କରି ପାରିବ ନାହିଁ । ଏପରିକି ବ୍ୟକ୍ତି କେତେ ଛୁଆ ଜନ୍ମ କରିବେ ତାର ସଂଖ୍ୟା ନିର୍ଦ୍ଧାରଣ କରାଯାଇ ପାରିବ ନାହିଁ । ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ଆବେଦନ ଉପରେ ଶୁଣାଣି ସମୟରେ ସୁପ୍ରିମକୋର୍ଟରେ ଏହା କହିଛନ୍ତି କେନ୍ଦ୍ର ସରକାର ।
ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ସତ୍ୟପାଠରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଦେଶରେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ସେ୍ୱଚ୍ଛୋକୃତ । ନିଜର ପରିବାର କେତେ ବଡ ହେବ, ଭରଣପୋଷଣ ପାଇଁ ପରିବାରର ଆର୍ଥିକ ସ୍ଥିତି କେମିତି ରହିବା ଉଚିତ ଏସବୁ ପରିବାର ଲୋକଙ୍କୁ ସକ୍ଷମ କରିଥାଏ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଉତ୍ତର ବିଜେପି ନେତା ତଥା ଓକିଲ ଅଶ୍ୱିନୀ କୁମାର ଉପାଧ୍ୟାଙ୍କ ଦ୍ୱାରା ଦାଖଲ ଜନସ୍ୱାର୍ଥ ମାମଲା ଉପରେ ଦେଇଛନ୍ତି । ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଏହି ଆବେଦନ ଦିଲ୍ଲୀ ହାଇକୋର୍ଟର ଏକ ଆଦେଶକୁ ଚ୍ୟାଲେଞ୍ଜ ଦେଇଥିଲା । ଦେଶରେ ବଢୁଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଦୁଇ ଶିଶୁ ରଣନୀତି ସହିତ ଆଉ କିଛି ଦାବିକୁ କୋର୍ଟ ଖାରଜ କରିଥିଲେ ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମତରେ ସାର୍ବଜନୀନ ସ୍ୱାସ୍ଥ୍ୟ ରାଜ୍ୟର ବିଷୟ । ମନ୍ତ୍ରଣାଳୟ କହିଛନ୍ତି, ରାଜ୍ୟ ସରକାରଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରର ସୁଧାର ପ୍ରକ୍ରିୟାର ନେତୃତ୍ୱ କରିବା ଉଚିତ ଯଦ୍ୱାରା ସାଧାରଣ ଜନତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇ ପାରିବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଧାର ପାଇଁ ନିର୍ଦ୍ଧାରିତ ଗାଇଡ ଲାଇନ୍‌ ଅନୁଯାୟୀ ଯୋଜନାକୁ ଲାଗୁ କରିବା ପାଇଁ ସମ୍ବନ୍ଧିତ ରାଜ୍ୟ ସରକାର ନେତୃତ୍ୱ ନେଇ ପାରିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସିବିଆଇର ସୁନା ନେଲା କିଏ ?

ସିବିଆଇର ସୁନା ନେଲା କିଏ ?

Read More...

ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page