ହ୍ୱାଇଟ୍‌ ହାଉସ ଛାଡିବେ ଟ୍ରମ୍ପ୍‌

November 27, 2020, ବିଦେଶ, , Anupambharat News Bureau


ହ୍ୱାଇଟ୍‌ ହାଉସ ଛାଡିବେ ଟ୍ରମ୍ପ୍‌
Anupambharat News Bureau
November 27, 2020

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନର ତିନି ମାସ ପରେ ବି ଡୋନାଲï ଟ୍ରମ୍ପ ନିଜ ଜିଦରେ ଅଟଳ ଅଛନ୍ତି । ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ସେ ବାରମ୍ବାର ଅଭିଯୋଗ କରୁଛନ୍ତି । ଏବେ କି;ୁ ସେ ହ୍ୱାଇଟ୍‌ ହାଉସ ଛାଡିବା ନେଇ ସଙ୍କେତ ଦେଇଛନ୍ତି ।
ଥାଙ୍କସ୍‌ ଗିଭିଂ ହଲିଡେରେ ସାମ୍ବାଦିକଙ୍କ ସହ ଆଲୋଚନାରେ ଟ୍ରମ୍ପ୍‌ କହିଛନ୍ତି ଯେ, ସେ ହ୍ୱାଇଟ୍‌ ହାଉସ ଛାଡିବା ପାଇଁ ପ୍ରସ୍ତୁତ । କି;ୁ ସେ ଏଥିପାଇଁ ଗୋଟିଏ ସର୍ତ୍ତ ରଖିଛନ୍ତି । ସବୁଠାରୁ ଖାସ୍‌ କଥା ହେଉଛି ଯେ, ଡେମୋକ୍ରାଟିକ୍‌ ପାର୍ଟିର ଜୋ ବାଇଡେନ୍‌ ଆସନ୍ତା ଜାନୁଆରୀରେ ଶପଥ ଗ୍ରହଣ କରିବେ ।
ଟ୍ରମ୍ପ୍‌ କହିଛନ୍ତି ଯେ, ଯଦି ଇଲେକେଫାରାଲ କଲେଜ ଔପଚାରିକ ଭାବେ ବାଇଡେନଙ୍କୁ ବିଜେତା ଘୋଷଣା କରେ ତେବେ ସେ ହ୍ୱାଇଟ୍‌ ହାଉସରୁ ଚାଲିଯିବେ । କାରଣ ଟ୍ରମ୍ପ୍‌ ଲଗାତର ଭାବେ ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରୁଛନ୍ତି । ସେ କହିଛନ୍ତି ଯେ, ଏହା ମାନିବା ତାଙ୍କ ପକ୍ଷେ କଷ୍ଟକର ହେବ । କାରଣ ର୍ନିବାଚନ ଠିକ୍‌ ଭାବେ ହୋଇନାହିଁ ।
ଟ୍ରମ୍ପ କୋର୍ଟରେ ମଧ୍ୟ ଆମେରିକା ନିର୍ବାଚନକୁ ନେଇ ଆବେଦନ କରିଛନ୍ତି । ତେବେ ତାଙ୍କୁ କୋର୍ଟରୁ କୌଣସି ସଫଳତା ମିଳିବାର ଆଶା କମ ରହିଛି । ନିକଟରେ ପେନସିଲଭାନିଆର ସଙ୍ଘୀ. ନ୍ୟାୟାଳୟ ଟ୍ରମ୍ପଙ୍କ ମୋକଦ୍ଦମାକୁ ଖାରଜ କରି ଦେଇ ଥିଲେ । ଆମେରିକାରେ ଜଣେ ବ୍ୟକ୍ତି ସେତେବେଳେ ରାଷ୍ଟ୍ରପତି ହୋଇପାରିବ ଯାହା ପାଖରେ ସର୍ବାଧିକ ଇଲେକେଫାରାଲ ଭୋଟ୍‌ ଥିବ ।
ପପ୍ୟୁଲାର ଭୋଟ୍‌ ତୁଳନାରେ ଇଲେକେଫାରାଲ ଭୋଟ୍‌ ଗୁରୁତ୍ୱପୂର୍ଣ୍ଣ । ବାଇଡେନ୍‌ ୩୦୬ ଇଲେକେଫାରାଲ ଭୋଟ୍‌ ସହ ନିର୍ବାଚନ ଜିତିଥିଲେ । ଏହା ବ୍ୟତୀତ ଟ୍ରମ୍ପଙ୍କଠାରୁ ବାଇଡେନଙ୍କୁ ୬୦ ଲକ୍ଷ ପପ୍ୟୁଲାର ଭୋଟ୍‌ ମିଳିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦେହଜୀବୀଙ୍କୁ ମାସିକ ୫ହଜାର ଟଙ୍କା ଭତ୍ତା

ଦେହଜୀବୀଙ୍କୁ ମାସିକ ୫ହଜାର ଟଙ୍କା ଭତ୍ତା

Read More...

ଟୀକା ପ୍ରସ୍ତìତ କମ୍ପାନୀ ଗୁଡିକୁ ଯାଇ ଦେଖିବେ ମୋଦି

ଟୀକା ପ୍ରସ୍ତìତ କମ୍ପାନୀ ଗୁଡିକୁ ଯାଇ ଦେଖିବେ ମୋଦି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page