ଟୀକା ପ୍ରସ୍ତìତ କମ୍ପାନୀ ଗୁଡିକୁ ଯାଇ ଦେଖିବେ ମୋଦି

November 27, 2020, ଦେଶ, , Anupambharat News Bureau


ଟୀକା ପ୍ରସ୍ତìତ କମ୍ପାନୀ ଗୁଡିକୁ ଯାଇ ଦେଖିବେ ମୋଦି
Anupambharat News Bureau
November 27, 2020

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟିକା ପ୍ରସ୍ତୁତି ଦେଖିବାକୁ ଯିବେ । ଶନିବାର ସେ ପୁନେସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ (ଏସଆଇଆଇ) ସହ ଅହମ୍ମଦାବାଦରେ ଥିବା ଜାଇଡସ୍‌ ବାୟୋଟେକ୍‌ ପାର୍କ ଏବଂ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍‌ ଗସ୍ତ କରିବେ । ସେଠାରେ ସେ ଟିକା ଦେଖିବା ସହ ସମୀକ୍ଷା ମଧ୍ୟ କରିବେ । ପ୍ରଧାନମନ୍ତ୍ରୀ ମୋଦି ଶନିବାର ସକାଳ ୯ଟାରେ ପ୍ରଥମେ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ଫାର୍ମା କମ୍ପାନି ଜାଇଡସ୍‌ କାଡିଲାର ‘ଜାଇଡସ୍‌ ବାୟୋଟେକ୍‌ ପାର୍କ’ ଗସ୍ତ କରିବେ । ଅହମ୍ମଦାବାଦ ସହର ଉପକଣ୍ଠରେ ଥିବା ଏହି ସଂସ୍ଥା ନିଜସ୍ୱ କରୋନା ଟିକା ‘ଜାଇକୋଭ୍‌-ଡି’ ପ୍ରସ୍ତୁତ କରୁଛି । ଚାଙ୍ଗେଦର ପାର୍କରେ ଏହି ଟିକାର ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି । ଏଠାରେ ସେ ପ୍ରାୟ ଏକ ଘଣ୍ଟା ରହିବେ । ସେଠାରୁ ସେ ପୁନେ ଅଭିମୁଖେ ଗସ୍ତ କରିବେ । ପୁନେରେ ଅକ୍ସଫୋର୍ଡ-ଅଷ୍ଟ୍ରାଜେନେକା କରୋନା ପ୍ରତିଷେଧକ ଟିକା ‘କୋଭିସିଲï’ ପ୍ରସ୍ତୁତି ଚାଲିଛି । ପ୍ରଧାନମନ୍ତ୍ରୀ ମଧ୍ୟାହ୍ନ ୧୨ଟା ୩୦ରେ ପୁନେର ଲାହେଗାଓଁ ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ହେଲିକପଫର ଯୋଗେ ସେରମ ଇନଷ୍ଟିଚ୍ୟୁଟ୍‌ ଯିବେ । ଟିକା ପ୍ରସ୍ତୁତି ଅନୁଧ୍ୟାନ କରିବା ସହ ପରୀକ୍ଷଣ ଓ ବଣ୍ଟନ ପ୍ରକ୍ରିୟା ବାବଦରେ ମଧ୍ୟ ଆଲୋଚନା କରିବେ । ଏବେ କୋଭିସିଲïର ତୃତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ୍‌ ଚାଲିଛି । ପୁନେରେ ସେରମ ଇନଷ୍ଟିଚ୍ୟୁଟରେ ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ ଗସ୍ତ କରିବେ । ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍‌ ଫାର୍ମ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜି (ଏନଆଇଭି) ସହ ମିଳିତ ଭାବେ କରୋନା ଟିକା ‘କୋଭାକ୍ସିନ୍‌’ ପ୍ରସ୍ତୁତ କରୁଛନ୍ତି । ପ୍ରଧାନମନ୍ତ୍ରୀ ଏଠାରେ ପ୍ରାୟ ଏକ ଘଣ୍ଟା ରହିବେ ବୋଲି ସୂଚନା ମିଳିଛି । ଏବେ ଦେଶର ୨୫ଟି ଲାବୋରେଟାରୀରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ପ୍ରାୟ ୨୬ ହଜାର ସେ୍ୱଚ୍ଛାସେବୀଙ୍କ ଦେହରେ ଏହି ଟିକାର ପରୀକ୍ଷଣ ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହ୍ୱାଇଟ୍‌ ହାଉସ ଛାଡିବେ ଟ୍ରମ୍ପ୍‌

ହ୍ୱାଇଟ୍‌ ହାଉସ ଛାଡିବେ ଟ୍ରମ୍ପ୍‌

Read More...

ସମ୍ବିଧାନରେ ବର୍ଣ୍ଣିତ ଧାରାକୁ ସୁରକ୍ଷା ଦେବା ଅଦାଲତଙ୍କ ଦାୟିତ୍ୱ

ସମ୍ବିଧାନରେ ବର୍ଣ୍ଣିତ ଧାରାକୁ ସୁରକ୍ଷା ଦେବା ଅଦାଲତଙ୍କ ଦାୟିତ୍ୱ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page