ରାଜଧାନୀରେ ତଳମୁହାଁ କରୋନା ଗ୍ରାଫ୍‌

October 27, 2020, ଓଡ଼ିଶା, , Anupambharat News Bureau


ରାଜଧାନୀରେ ତଳମୁହାଁ କରୋନା ଗ୍ରାଫ୍‌
Anupambharat News Bureau
October 27, 2020

ଭୁବନେଶ୍ୱର, ୨୭ା୧୦(ଅନୁପମ ମିଡ଼ିଆ): ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ କମିବାରେ ଲାଗିଛି । ମଙ୍ଗଳବାର କ୍ରମାଗତ ଭାବେ ଦ୍ୱିତୀୟ ଦିନ ପାଇ ପଜିଟିଭ୍‌ଙ୍କ ସଂଖ୍ୟା ୧୦୦ ତଳେ ରହିଛି । ଅନ୍ୟପକ୍ଷରେ ସୁସ୍ଥଙ୍କ ସଂଖ୍ୟା ଆକ୍ରାନ୍ତଙ୍କ ସଂଖ୍ୟାର ଦୁଇ ଗୁଣରୁ ମଧ୍ୟ ଅଧିକ । ଆଜି (ମଙ୍ଗଳବାର) ଭୁବନେଶ୍ୱରରୁ ୮୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ୨୩୦ଜଣ ସୁସ୍ଥ ହୋଇଛନ୍ତି । ଚିହ୍ନଟ ହୋଇଥିବା ୮୮ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ୧୭ଜଣ ସଙ୍ଗରୋଧ ଓ ୭୧ଜଣ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ବର୍ତ୍ତମାନ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୭୮୨ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୬,୬୦୭ ଜଣ ସୁସ୍ଥ ହୋଇସାରିଛନ୍ତି । ୧୫୮ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୯୯୬ । ଆଜି ସଙ୍ଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ । ଆଇଆରସି ଭିଲେଜରୁ ସର୍ବାଧିକ ଛ’ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେହିଭଳି ରସୁଲଗଡ଼ରୁ ତିନି, ନୟାପଲ୍ଲୀରୁ ଦୁଇ । ଅଶୋକନଗର ବରମୁଣ୍ଡା, ଚନ୍ଦ୍ରଶେଖରପୁର, ଖାରବେଳ ନଗର ଓ ପାତ୍ରପଡାରୁ ଜଣେ ଲେଖାଏଁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଓଲଡ଼ ଟାଉନ, ବଡ଼ଗଡ଼ ଓ ଜାଗମରାରୁ ୪-୪ ଜଣ , ପାତ୍ରପଡା ଓ ରସୁଲଗଡ଼ରୁ ୩-୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିହାର ନିର୍ବାଚନ: ଦଳ ଦଳ ମଧ୍ୟରେ ଯୁକ୍ତିତର୍କ ବଢ଼ୁଛି

ବିହାର ନିର୍ବାଚନ: ଦଳ ଦଳ ମଧ୍ୟରେ ଯୁକ୍ତିତର୍କ ବଢ଼ୁଛି

Read More...

ଅନଲକ୍‌ ୫.୦ ଗାଇଡ଼ଲାଇନ ନଭେମ୍ବରରେ ଅପରିବର୍ତ୍ତିତ

ଅନଲକ୍‌ ୫.୦ ଗାଇଡ଼ଲାଇନ ନଭେମ୍ବରରେ ଅପରିବର୍ତ୍ତିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page