ସିଭିଲ୍‌ ଏଭିଏସନ୍‌ ସିକୁ୍ୟରିଟିର ଡିଜି ହେଲେ ଉଷା ପାଢ଼ୀ

August 28, 2020, ଓଡ଼ିଶା, , Anupambharat News Bureau


ସିଭିଲ୍‌ ଏଭିଏସନ୍‌ ସିକୁ୍ୟରିଟିର ଡିଜି ହେଲେ ଉଷା ପାଢ଼ୀ
Anupambharat News Bureau
August 28, 2020

ନୂଆଦିଲ୍ଲୀ: ଓଡିଶା କ୍ୟାଡର ଆଇଏଏସ ଅଫିସର ଉଷା ପାଢ଼ୀଙ୍କୁ ମିଳିଲା ନୂଆ ଦାୟିତ୍ୱ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ଉଷାଙ୍କୁ ବ୍ୟୁରୋ ଅଫ୍‌ ସିଭିଲ୍‌ ଏଭିଏସନ୍‌ ସିକ୍ୟୁରିଟିର ଡିଜି ଭାବେ ଦାୟିତ୍ୱ ମିଳିଛି । ବଡ କଥା ଯେ ଏହି ସଂସ୍ଥାର ସର୍ବୋଚ୍ଚ ପଦବୀ ପାଇବାରେ ୩୩ ବର୍ଷ ମଧ୍ୟରେ ଉଷା ହେଉଛନ୍ତି । ପ୍ରଥମ ମହିଳା ଉଷାଙ୍କ ପୂର୍ବରୁ ଆଇପିଏସ ଅଫିସର ରାକେଶ ଅସ୍ଥାନା ଥିବାବେଳେ ତାଙ୍କୁ ସୀମା ସୁରକ୍ଷା ବଳର (ବିଏସ୍‌ଏଫ୍‌) ମହାନିର୍ଦେଶକ ଭାବେ ନିଯୁକ୍ତି ମିଳିଛି । ଆଉ ମଙ୍ଗଳବାର ସକାଳେ ଅସ୍ଥାନା ‘ଡିଜି ବିଏସ୍‌ଏଫ୍‌’ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଉଷାଙ୍କୁ ବ୍ୟୁରୋ ଅଫ୍‌ ସିଭିଲ୍‌ ଏଭିଏସନ୍‌ ସିକ୍ୟୁରିଟି’ର ଡିଜି ଭାବେ ଦାୟିତ୍ୱ ମିଳିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଭାବେ କାମ କରିଥିବା ଉଷା ପାଢ଼ୀଙ୍କ ଅଭିଜ୍ଞତାକୁ ଦେଖି ତାଙ୍କୁ ଏହି ସଂସ୍ଥାର ଡିଜି ଦାୟିତ୍ୱ ମିଳିଥିବା ନେଇ ଚର୍ଚ୍ଚା ହେଉଛି ୧୯୮୭ ମସିହାରୁ ବ୍ୟୁରୋ ଅଫ୍‌ ସିଭିଲ୍‌ ଏଭିଏସନ୍‌ ସିକ୍ୟୁରିଟି ସଂସ୍ଥା ପ୍ରତିଷ୍ଠା ହେବା ପରେ ୧୯୮୭ ମସିହାରୁ ମେ, ୨୦୧୬ ଯାଏଁ ୧୪ ଜଣ କମିଶନର ଭାବେ କାର୍ଯ୍ୟ କରିଥିଲେ ଏହା ପରେ ଏହାର ସର୍ବୋଚ୍ଚ ଅଧିକାରୀଙ୍କୁ ଡିଜି ପାହ୍ୟା ଦିଆଯାଇଥିବାବେଳେ ଉଷା ପାଢ଼ୀଙ୍କ ପୂର୍ବରୁ ଦୁଇ ଜଣ ଆଇପିଏସ ଏହି ପଦବୀରେ ଥିଲେ ଯାହାକୁ ନେଇ ଉଷା ମଧ୍ୟ ଟ୍‌ୱିଟରରେ ପୋଷ୍ଟ କରି ଲେଖିଛନ୍ତି ଯେ ବ୍ୟୁରୋ ଅଫ୍‌ ସିଭିଲ୍‌ ଏଭିଏସନ୍‌ ସିକ୍ୟୁରିଟିର ଡିଜି ତାଲିକାରେ ଉଷାଙ୍କ ନାମ ସାମିଲ ହେଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନନ୍ଦନକାନନରେ ଆନାକୋଣ୍ଡାର ମୃତୁ୍ୟ

ନନ୍ଦନକାନନରେ ଆନାକୋଣ୍ଡାର ମୃତୁ୍ୟ

Read More...

ଅଧିବେଶନକୁ ଆସିବା ପୂର୍ବରୁ ପରୀକ୍ଷା କରାଇବେ ସାଂସଦ

ଅଧିବେଶନକୁ ଆସିବା ପୂର୍ବରୁ ପରୀକ୍ଷା କରାଇବେ ସାଂସଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page