ଅଧିବେଶନକୁ ଆସିବା ପୂର୍ବରୁ ପରୀକ୍ଷା କରାଇବେ ସାଂସଦ

August 28, 2020, ଦେଶ, , Anupambharat News Bureau


ଅଧିବେଶନକୁ ଆସିବା ପୂର୍ବରୁ ପରୀକ୍ଷା କରାଇବେ ସାଂସଦ
Anupambharat News Bureau
August 28, 2020

ନୂଆଦିଲ୍ଲୀ: ଚଳିତ ବର୍ଷର ସଂସଦର ମୌସୁମୀ ଅଧିବେଶନ ସେପେଫମ୍ବର ୧୪ ତାରିଖ ଠାରୁ ଆରମ୍ଭ ହୋଇ ଅକେଫାବର ୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ସମଗ୍ର ଦେଶରେ କରୋନା ମହାମାରୀର ପ୍ରଭାବ ଜାରି ରହିଥିବା ବେଳେ ସାମାଜିକ ଦୂରତାକୁ ବଜାୟ ରଖି ସଂସଦର ଅଧିବେଶନ କିପରି ପରିଚାଳନା ହେବ ଏନେଇ ବର୍ତ୍ତମାନ ଠାରୁ ସମସ୍ତ ପ୍ରସ୍ତìତି ଆରମ୍ଭ ହୋଇଛି । ପ୍ରଥମ ଚର୍ଚ୍ଚାରେ ଥିବା ପ୍ରସଂଗଟି ହେଲା ବାସ୍ତବିକ ସମସ୍ତ ସାଂସଦ ସ୍ୱାସ୍ଥ୍ୟଗତ କାରଣରୁ ସୁସ୍ଥ ଅଛନ୍ତି କି ନାହିଁ । ଏଣୁ କରୋନା ରୋଗର ଭୟଙ୍କର କାୟା ବିସ୍ତାର ହୋଇଥିବା ଯୋଗୁଁ ଲୋକସଭାର ଏହି ଅଧିବେଶନରେ ଯୋଗଦେବାକୁ ଆସିବା ପୂର୍ବରୁ ସାଂସଦମାନେ ନିଜ କୋଭିଡ଼-୧୯ ନମୁନା ପରୀକ୍ଷା କରାଇନେବେ ବୋଲି ପ୍ରସ୍ତାବ ରହିଛି । ଏ ସମ୍ପର୍କରେ ସାଂସଦମାନେ ୭୨ ଘଣ୍ଟା ପୂର୍ବରୁ ନିଜର ନମୁନା ସାଂସଦମାନେ ପରୀକ୍ଷା କରାଇବାକୁ ଲୋକସଭାର ବାଚସ୍ପତି ଓମ୍‌ ବିର୍ଲା ସାଂସଦଙ୍କୁ ଅନୁରୋଧ କରିବେ ବୋଲି ଶୁକ୍ରବାର ଏକ ବୈଠକରେ ଜଣାପଡିଛି । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସାଂସଦ ମାନଙ୍କ ବ୍ୟତୀତ ସଂସଦିୟ ପରିସରକୁ ପ୍ରବେଶ କରିବାକୁ ଥିବା ସମସ୍ତ ବ୍ୟକ୍ତି ବିଶେଷକୁ ଏହି ନମୁନା ପରୀକ୍ଷା ବାଧ୍ୟତାମୂଳକ କରାଯିବ । ସମସ୍ତ ମନ୍ତ୍ରଣାଳୟର ଅଧିକାରୀମାନେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଲୋକସଭାର ସମସ୍ତ ଅଧିକାରୀ ଓ କର୍ମଚାରୀ ଏବଂ ରାଜ୍ୟସଭା ସଚିବାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ୭୨ ଘଣ୍ଟା ପୂର୍ବରୁ ନିଜର କୋଭିଡ଼-୧୯ ନମୁନା ପରୀକ୍ଷା କରାଇ ନେବେ ବୋଲି ବାଚସ୍ପତି ବିର୍ଲା କହିଛନ୍ତି । ଏ ସମ୍ପର୍କରେ ବାଚସ୍ପତି ଆଜି ସ୍ୱାସ୍ଥ୍ୟମନ୍ତ୍ରଣାଳୟର ବିଭିନ୍ନ ଅଧିକାରୀ, ଆଇସିଏମ୍‌ଆର୍‌, ଏମ୍ସ୍‌, ଡିଆର୍‌ଡ଼ିଓ ଏବଂ ଦିଲ୍ଲୀ ସରକାରଙ୍କ ବିଶିଷ୍ଟ ଅଧିକାରୀଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କରିବା ପରେ ପରବତ୍ତ ର୍ ନିଷ୍ପତ୍ତି ଗ୍ରହଣ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସିଭିଲ୍‌ ଏଭିଏସନ୍‌ ସିକୁ୍ୟରିଟିର ଡିଜି ହେଲେ ଉଷା ପାଢ଼ୀ

ସିଭିଲ୍‌ ଏଭିଏସନ୍‌ ସିକୁ୍ୟରିଟିର ଡିଜି ହେଲେ ଉଷା ପାଢ଼ୀ

Read More...

କରୋନାରେ ସାଂସଦଙ୍କ ମୃତୁ୍ୟ

କରୋନାରେ ସାଂସଦଙ୍କ ମୃତୁ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page