ପିକ୍‌ରେ ରହିଛି ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ଚାରି ବ୍ଳକରେ ଅଧିକ ପଜିଟିଭ୍‌

August 22, 2020, ଓଡ଼ିଶା, , Anupambharat News Bureau


 ପିକ୍‌ରେ ରହିଛି ଭୁବନେଶ୍ୱର:  ଖୋର୍ଦ୍ଧା ଜିଲ୍ଲାର ଚାରି ବ୍ଳକରେ ଅଧିକ ପଜିଟିଭ୍‌
Anupambharat News Bureau
August 22, 2020

ଭୁବନେଶ୍ୱର, ୨୨ା୮(ଅନୁପମ ମିଡ଼ିଆ): ପ୍ରତିଦିନ ଟେଷ୍ଟିଂ ବଢୁଥିବାରୁ ଭୁବନେଶ୍ୱରରେ କରୋନା ପଜିଟିଭ୍‌ ସଂଖ୍ୟା ବଢ଼ିବା ସ୍ୱାଭାବିକ । ବର୍ତ୍ତମାନ ଭୁବନେଶ୍ୱର ପିକ୍‌ରେ ଅଛି । ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢିପାରେ । ବର୍ତମାନ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ । ଭୁବନେଶ୍ୱରବାସୀ ବିଚଳିତ ହୁଅ;ୁ ନାହିଁ, ସମସ୍ତେ ସଚେତନ ରହିବା ସହ ମାସ୍କ ପିନ୍ଧିବା, ସାନିଟାଇଜର୍‌ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଅ;ୁ ବୋଲି କହିଛନ୍ତି ବିଏମସି କମିଶନର ପ୍ରେମ୍‌ ଚନ୍ଦ୍ର ଚୌଧୁରୀ । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ପ୍ରତିଦିନ ସହରର ୮ରୁ ୯ ସ୍ଥାନରେ କ୍ୟାମ୍ପ କରାଯାଛି । ସେଠାରେ ଟେଷ୍ଟିଂ କରିପାରିବେ । ପ୍ରତିଦିନ ୩ ହଜାର ଟେଷ୍ଟିଂ ହେଉଛି, ତେଣୁ ସହଯୋଗ କଲେ ସଂକ୍ରମଣ ରୋକିପାରିବା ଅନ୍ୟପକ୍ଷରେ ଗତ ମାସରେ ଭୁବନେଶ୍ୱରରେ ସେରୋଲୋଜିକାଲ ସର୍ଭେ କରାଯାଇଥିଲା, ସର୍ଭେ ଅନୁସାରେ ବହୁତ ଅଳ୍ପ ଲୋକଙ୍କ ଦେହରେ ଆଣ୍ଟିବଡ଼ି ରହିଛି । ସ୍ୱଳ୍ପ ଆଣ୍ଟିବଡ଼ି ଆଧାରରେ ଆମର ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି, ଅନ୍ୟ ସହର ତୁଳନାରେ ଭୁବନେଶ୍ୱର କମ ପ୍ରଭାବିତ ରହିଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲ୍ଲାରେ କରୋନା ସ୍ଥିତି ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ ସନତ ମହାନ୍ତି କହିଛନ୍ତି ଯେ, ଜିଲ୍ଳାର ଚାରି ବ୍ଲକ ଯଥା ବାଣପୁର, ବାଲୁଗାଁ, ଟାଙ୍ଗି ଏବଂ ବୋଲଗଡ଼ ରେ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି । କି;ୁ ଉଚିତ୍‌ ପଦକ୍ଷେପ ଦ୍ୱାରା ଏବେ ସଂକ୍ରମଣ ହାର କମୁଛି । ବିଗତ ୧୪ ଦିନ ଭିତରେ ଖୋର୍ଦ୍ଧା ଜିଲ୍ଲାର ୭୪ ପ୍ରତିଶତ ଗାଁରୁ କୌଣସି ପଜିଟିଭ୍‌ କେସ୍‌ ଚିହ୍ନଟ ହୋଇନାହିଁ । ସେଗୁଡ଼ିକୁ ଗ୍ରୀନ୍‌ କାଟାଗୋରୀରେ ରଖାଯାଇଛି । ଯେଉଁ ସ୍ଥାନରୁ ସଂକ୍ରମଣ ହାର ବଢୁଛି ସେହି ଅଞ୍ଚଳକୁ ରେଡ୍‌ କାଟାଗୋରୀରେ ରଖାଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ପାଖାପାଖି ୧୫୦୦ ଟେଷ୍ଟିଂ କରାଯାଉଛି । ତେବେ ଜିଲ୍ଲାରେ ବର୍ତ୍ତମାନ ଆରୋଗ୍ୟ ହାର ବଢୁଛି । ଅନ୍ୟପଟେ ୨୪ ଜଣ କରୋନା ଯୋଦ୍ଧାଙ୍କର ମୃତୁ୍ୟ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୬ ଯାଏଁ ବର୍ଷିବ

୨୬ ଯାଏଁ ବର୍ଷିବ

Read More...

ରାଜ୍ୟ ସରକାର ସାଜିଛନ୍ତି ପ୍ରପଟି ଡିଲର: ସମ୍ବିତ

ରାଜ୍ୟ ସରକାର ସାଜିଛନ୍ତି ପ୍ରପଟି ଡିଲର: ସମ୍ବିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page