ରାଜ୍ୟ ସରକାର ସାଜିଛନ୍ତି ପ୍ରପଟି ଡିଲର: ସମ୍ବିତ

August 22, 2020, ଓଡ଼ିଶା, , Anupambharat News Bureau


ରାଜ୍ୟ ସରକାର ସାଜିଛନ୍ତି ପ୍ରପଟି ଡିଲର: ସମ୍ବିତ
Anupambharat News Bureau
August 22, 2020

ଭୁବନେଶ୍ୱର, ୨୨ା୮(ଅନୁପମ ମିଡ଼ିଆ):ପୁରୀରେ ଥିବା ବଗଲା ଧର୍ମଶାଳାକୁ ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନ ବେଆଇନ ଭାବେ ପ୍ଲଟିଂ କରି ବିକ୍ରି କରିବା ଆରମ୍ଭ କରିଛନ୍ତି । କି;ୁ ଧର୍ମଶାଳା ଜମି ବିକ୍ରି ହୋଇପାରିବ ନାହିଁ ବୋଲି ଆଇନ ରହିଛି । ବିଶେଷ କରି ଦାନରେ ମିଳିଥିବା ସଂପତିକୁ ବିକ୍ରି କରାଯାଇ ପାରିବ ନାହିଁ । କି;ୁ ରାଜ୍ୟସରକାର ଗରିବ ତୀର୍ଥଯାତ୍ରୀଙ୍କ ଉଦ୍ଦେଶ୍ୟରେ ହୋଇଥିବା ଧର୍ମଶାଳାକୁ ଭାଙ୍ଗି ତୁଙ୍ଗ ନେତା ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଖୁସ୍‌ କରିବା ପାଇଁ ମସୁଧା ଚଲାଇଛନ୍ତି ଏବଂ ଖୋଦ୍‌ ରାଜ୍ୟସରକାର ସାଜିଛନ୍ତି ପ୍ରପଟି ଡିଲର । ବେଆଇନ ଭାବେ କେଉଁ ଉଦ୍ଦେଶ୍ୟରେ ଏବଂ କାହା ସ୍ୱାର୍ଥରେ ଏଭଳି ଏକ ଐତିହାସିକ ଧର୍ମଶାଳାକୁ ବିକ୍ରି କରିବା ପାଇଁ ଷଡଯନ୍ତ୍ର ଚାଲିଛି
ବୋଲି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ରାଜ୍ୟସରକାରଙ୍କୁ ପ୍ରଶ୍ନ କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପାତ୍ର କହିଛନ୍ତି ଯେ, ୧୯୦୫ ମସିହାରେ ଗରିବ ଲୋକ ଏବଂ ତାର୍ଥଯାତ୍ରୀଙ୍କ ପାଇଁ ପୁରୀରେ ବଗଲା ଧର୍ମଶାଳା ନିର୍ମାଣ ହୋଇଥିଲା । କହ୍ନେଇ ଲାଲ ବଗଲା ଏହାକୁ ଦାନରେ ଦେଇଥିଲେ । ଏହି ଧର୍ମଶାଳାରେ ତୀର୍ଥଯାତ୍ରୀମାନେ ଅତି କମ୍‌ ଖର୍ଚ୍ଚର୍ରେ ରହଣୀ କରନ୍ତି । ପୁରୀ ବାସୀ ବିବାହ, ବ୍ରତ, ଶୁଦ୍ଧକ୍ରିୟା ଆଦି କାର୍ଯ୍ୟକ୍ରମ ଏହି ଧର୍ମଶାଳାରେ କରୁଥିଲେ । କି;ୁ ଏତେ ବଡ ଐତିହାସିକ ସ୍ଥାନକୁ ରାଜ୍ୟସରକାର ମାଟିରେ ମିଶାଇବା ପାଇଁ ଯେଉଁ ପ୍ରୟାସ କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ବଗଲା ଧର୍ମଶାଳାକୁ ନେଇ ଜଗନ୍ନାଥ ବସ୍ତିଆ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି । ଗତ ବର୍ଷ ହାଇକୋର୍ଟ ଏନେଇ ସରକାରଙ୍କୁ ଜବାବତଲବ କରିବା ପରେ ରାଜ୍ୟସରକାର କୌଣସି ଉତ୍ତର ରଖିନାହାଁନ୍ତି । ହାଇକୋର୍ଟକୁ ଅଣଦେଖା କରି ଜମି ପ୍ଲଟିଂ କରିବା ଏକ ଧର୍ତ୍ତବ୍ୟ ଅପରାଧ । ତୁରନ୍ତ ରାଜ୍ୟସରକାର ବଗଲା ଧର୍ମଶାଳାରେ ହେଉଥିବା ପ୍ଲଟିଂ କାର୍ଯ୍ୟକୁ ବନ୍ଦ କର;ୁ ବୋଲି ପାତ୍ର ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ବରିଷ୍ଠ ନେତା କୃଷ୍ଣ ଜଗଦେବ, ରାଜ୍ୟ ମୁଖାପତ୍ର ଠାକୁର ରଞ୍ଜିତ ଦାସ ଏବଂ ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ପିକ୍‌ରେ ରହିଛି ଭୁବନେଶ୍ୱର:  ଖୋର୍ଦ୍ଧା ଜିଲ୍ଲାର ଚାରି ବ୍ଳକରେ ଅଧିକ ପଜିଟିଭ୍‌

ପିକ୍‌ରେ ରହିଛି ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ଚାରି ବ୍ଳକରେ ଅଧିକ ପଜିଟିଭ୍‌

Read More...

ଆଠ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଠ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page