ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଧନ ବୃତ୍ତି ଯୋଜନା

August 11, 2020, ଓଡ଼ିଶା, , Anupambharat News Bureau


 ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଧନ ବୃତ୍ତି ଯୋଜନା
Anupambharat News Bureau
August 11, 2020

ଭୁବନେଶ୍ୱର, ୧୧ା୮(ଅନୁପମ ମିଡ଼ିଆ):ଏସ୍‌ଡ଼ି ଶିବୁଲାଲ ଓ କୁମାରୀ ଶିବୁ ଲାଲ ଦ୍ୱାରା ପ୍ରତିଷ୍ଠିତ ସରୋଜିନୀ ଦାମୋଦରନ ଫାଉଣ୍ଡେସନ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଗ୍ରହଣ ନିମନ୍ତେ ବୃତି ପ୍ରଦାନ କରଯାଉଛି ।
୨୦୨୦ ମାଟ୍ରିକ ପରୀକ୍ଷାରେ ୮୦%ରୁ ଅଧିକ ନମ୍ବର ରଖିଥିବା ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀମାନେ ଏହି ବୃତି ପାଇଁ ଆବେଦନ କରିପାରିବେ । ସେହିପରି ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ୬୦% ନମ୍ବର ରଖିଥିବା ଜରୁରୀ । ମନୋନୀତ ଛାତ୍ରଛାତ୍ରୀ ମାଧ୍ୟମିକ ଶିକ୍ଷା ପାଇଁ ବାର୍ଷିକ ୬ ହଜାର ଟଙ୍କାର ବୃତି ପାଇବେ । ଡ଼ିଗ୍ରୀ ପାଠ୍ୟକ୍ରମ ପାଇଁ ସେମାନଙ୍କୁ ୧୦ ହଜାରରୁ ୬୦ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବ । ଆଗ୍ରହୀ ଛାତ୍ରଛାତ୍ରୀମାନେ ସପେଫମ୍ବର ୧୫ ତାରିଖ ୨୦୨୦ ପୂର୍ବରୁ ଙ୍ଗଙ୍ଗଙ୍ଗ.ଙ୍ଖସୟଚ୍ଚବୟଷବଦ୍ଭ.କଫକ୍ସଶ େୱବ୍‌ସାଇଟରେ କିମ୍ବା ଙ୍ଖସୟଚ୍ଚବ ଝଔଊ ଗକଫଭସକ୍ଷର ବକଫ୍ରକଫ୍ର ଦ୍ୱାରା ଆବେଦନ କରିପାରିବେ କିମ୍ବା ୭୯୭୮୪୬୭୮୦୮ ନମ୍ବରରେ ଯୋଗାଯୋଗ କରି ବୁଝିପାରିବେ । ସୂଚନାଯୋଗ୍ୟ ଯେ, ଫାଉଣ୍ଡେସନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଦେଶର ୧୩ ହଜାର ଛାତ୍ରଛାତ୍ରୀଙ୍କୁ ଏହି ବୃତି ପ୍ରଦାନ କରାଯାଇ ସାରିଥିବା ବେଳେ ତନ୍ମଧ୍ୟରୁ ଓଡ଼ିଶାର ୨୦୦ଜଣ ଛାତ୍ରଛାତ୍ରୀ ମଧ୍ୟ ଉପକୃତ ହୋଇସାରିଛନ୍ତି । ସମ୍ପ୍ରତି ଏହି କାର୍ଯ୍ୟକ୍ରମ ଓଡ଼ିଶା, କେରଳ, କର୍ଣ୍ଣାଟକ, ତାମିଲନାଡୁ, ପୁଡୁଚେରୀ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଗୁଜୁରାଟ ଏବଂ ଗୋଆରେ ଚାଲୁରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମଦ ବେପାରୀ କୁ ଧରି ପୋଲିସ ଜିମା ଦେଲେ ଏସ୍ଏଚଜି ମହିଳା

ମଦ ବେପାରୀ କୁ ଧରି ପୋଲିସ ଜିମା ଦେଲେ ଏସ୍ଏଚଜି ମହିଳା

Read More...

ଟଙ୍କା ମୂଲ୍ୟରେ ମଧ୍ୟମଧରଣ ବୃଦ୍ଧି

ଟଙ୍କା ମୂଲ୍ୟରେ ମଧ୍ୟମଧରଣ ବୃଦ୍ଧି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page