୧ ଟଙ୍କା ଦାନରେ ରାମ ମନ୍ଦିର

August 09, 2020, ଦେଶ, , Anupambharat News Bureau


୧ ଟଙ୍କା ଦାନରେ ରାମ ମନ୍ଦିର
Anupambharat News Bureau
August 09, 2020

ଅଯୋଧ୍ୟା: ଗୋଟାଏ ପଟେ ମୋଦି କହିଛନ୍ତି ଯେ, ପ୍ରତ୍ୟେକ ଭାରତବାସୀଙ୍କ ଏକ ଟଙ୍କା ଲେଖାଁଏରେ ପ୍ରଭୂ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ହେବ । ଅନ୍ୟ ପଟେ ଅନେକ ସନ୍ଥ ଓ ବହୁଭକ୍ତ ଦାନ କରିବାରେ ଲାଗିଛି ।
ଉଲ୍ଲେଖଥାଉକି, ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ରବିବାର ଦିନ ଏକ କ୍ୱିଣ୍ଟାଲ ସୁନା-ରୁପା ଓ ଟଙ୍କା ମନ୍ଦିର ଟ୍ରଷ୍ଟକୁ ହସ୍ତାନ୍ତର କରିଛନ୍ତି । ସେ କହିଛନ୍ତି ଯେ, ଭକ୍ତ ଗତ ଗୋଟିଏ ମାସରେ ଏହି ସୁନା-ରୁପା ଓ ଟଙ୍କା ଦାନ କରିଛନ୍ତି ମହନ୍ତ ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କୁ ଏହି ଏକ କ୍ୱିଣ୍ଟାଲ ସୁନା-ରୁପା ଓ ଟଙ୍କା ହସ୍ତାନ୍ତର କରିଛନ୍ତି ।
ଭୂମିପୂଜନ ପୂର୍ବରୁ ଭକ୍ତ ମନ୍ଦିର ନିର୍ମାଣ ପାଇଁ ଦାନ କରିବା ଆରମ୍ଭ କରିଦେଇଥିଲେ । ଏବେ ସୁଦ୍ଧା ମନ୍ଦିର ଟ୍ରଷ୍ଟକୁ ପାଖାପାଖି ୩୦ କୋଟି ଟଙ୍କା ଓ କିଛି ଟନ ସୁନା ଓ ରୁପା ମିଳିସାରିଛି । ଚମ୍ପତ ରାୟ କହିଛନ୍ତି ଯେ, ମନ୍ଦିର ନିର୍ମାଣକୁ ନେଇ ଗତ ୨ ମାସ ହେଲା ଟ୍ରଷ୍ଟ ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ପାଖକୁ ଆସୁଥିବା ଭକ୍ତ କିଛି ନା କିଛି ଦାନ କରୁଛନ୍ତି । ଅଧିକାଂଶ ଭକ୍ତ ରୁପା ଦାନ କରୁଛନ୍ତି ।
ମଣିରାମ ଦାସ ଛାବନିର ପୂଜାରୀ ଦିବଂଗତ ବଜରଙ୍ଗ ଦାସ ମଧ୍ୟ ମନ୍ଦିର ନିର୍ମାଣ ପାଇଁ ୪୦ କିଲୋ ରୁପା ଇଟା ଦେଇଥିଲେ । ଏହିଭଳି ୧୦ କିଲୋ, ୧ କିଲୋ, ୫ କିଲୋ କିସୈ ଏକ କ୍ୱିଣ୍ଟାଲ ରୁପା ରଖାଯାଇଛି । ଦାନରେ ସୁନା ମଧ୍ୟ ଥିଲା ଯାହାକୁ ସୁରକ୍ଷିତ ରଖିବା ପାଇଁ ଟ୍ରଷ୍ଟକୁ ହସ୍ତାନ୍ତର କରାଯାଇଛି ।
ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜନ ପାଇଁ ଟ୍ରଷ୍ଟ ଦ୍ୱାରା ସମସ୍ତ ତୀର୍ଥ ସ୍ଥଳର ପବିତ୍ର ମାଟି ଓ ଜଳ ମଗାଯାଇଥିଲା ଓ ଏବେ ମଧ୍ୟ ଲଗାତାର ମାଟି ଓ ଜଳ ଅଯୋଧ୍ୟା ପଠାଯାଉଛି । ଭାରତର ପ୍ରାଚୀନ ତୀର୍ଥ ସ୍ଥଳ ଓ ସମୁଦ୍ର ଓ କୁଣ୍ଡର ଜଳ ଅଯୋଧ୍ୟା ପଠାଯାଉଛି । ଶନିବାର ଦିନ ବୁଲନ୍ଦସହରରୁ ଦ୍ୱାଦଶ ମହା ଲିଙ୍ଗେଶ୍ୱର ପୀଠ ୧୧ ବର୍ଷରୁ ଅଭିମନ୍ତ୍ରିତ ରୁଦ୍ରାକ୍ଷ ଓ ୨୧ ଅଭିମନ୍ତ୍ରିତ ରୁପା ଟଙ୍କା, ୧୨ ଜ୍ୟୋର୍ତିଲିଙ୍ଗର ମାଟି ଓ ଜଳ, ରୁପାର ନାଗ-ନାଗୁଣୀ, ବାସ୍ତୁ ଦୋଷ ନିବାରଣ ଯନ୍ତ୍ର ଓ ନବରତ୍ନ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷଙ୍କୁ ହସ୍ତାନ୍ତର କରାଯାଇଛି ।
ଟ୍ରଷ୍ଟ ଅଧ୍ୟକ୍ଷଙ୍କୁ ଦାବି କରାଯାଇଛି ଯେ ଏହିସବୁ ଜିନିଷ ଭୂମିପୂଜନ ଭିତ୍ତିପ୍ରସ୍ତର ଭିତରେ ପକାଯାଉ ଯେପରିକି ମନ୍ଦିର ନିର୍ମାଣର ସମସ୍ତ ବାଧା ଦୂର ହୋଇଯିବ । ଟ୍ରଷ୍ଟ କହିଛି ଯେ ଆଗାମୀ କିଛି ଦିନରେ ରାମ ମନ୍ଦିର ଟ୍ରଷ୍ଟ ସହ ଜଡିତ ଲୋକ ଲୋକଙ୍କ ଘରକୁ ଯିବେ ଏବଂ ରାମ ଭକ୍ତଙ୍କୁ ସହଯୋଗ ମାଗିବେ ।
ମନ୍ଦିର ନିର୍ମାଣର ସମସ୍ତ ପ୍ରସ୍ତୁତି ହୋଇସାରିଛି ଖୁବ ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ୨୦୨୨ ରାମ ନବମୀ ଭଗବାନଙ୍କ ଗର୍ଭଗୃହରେ ପାଳନ କରାଯିବ କରୋନା ମହାମାରୀ ଯୋଗୁଁ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି କି;ୁ ଧାର୍ଯ୍ୟ ସମୟରେ ସମସ୍ତ କାମ ସମ୍ପୂର୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଂଜୟ ଦତ୍ତ ଅସୁସ୍ଥ

ସଂଜୟ ଦତ୍ତ ଅସୁସ୍ଥ

Read More...

ଚେକ୍‌ ଜମାକୁ ଅଧିକ ବଢ଼ାଇବା ଓ ସୁରକ୍ଷିତ କରିବା ଦିଗରେ ଆର୍‌ବିଆଇର ଗୁରୁତ୍ୱ

ଚେକ୍‌ ଜମାକୁ ଅଧିକ ବଢ଼ାଇବା ଓ ସୁରକ୍ଷିତ କରିବା ଦିଗରେ ଆର୍‌ବିଆଇର ଗୁରୁତ୍ୱ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page