ଦୁବାଇ-କୋଝିକୋଡ ବିମାନ ଦୁର୍ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡ଼ିଜିପି

August 08, 2020, ଦେଶ, , Anupambharat News Bureau


ଦୁବାଇ-କୋଝିକୋଡ ବିମାନ ଦୁର୍ଘଟଣା:  ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡ଼ିଜିପି
Anupambharat News Bureau
August 08, 2020

କୋଝିକୋଡ଼: କେରଳ କୋଝିକୋଡ଼ ବିମାନ ଦୁର୍ଘଟଣାର ଶିକାର ହୋଇଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଯାତ୍ରା କରୁଥିବା ୨ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରୀୟ ଉଦ୍ୟୋଗୀକ ସୁରକ୍ଷାବଳ ସୂତ୍ର ସମାଚାର ଏଜେନ୍ସିକୁ କହିଛନ୍ତି ଯେ, ଦୁବାଇରୁ ଫେରୁଥିବା ବିମାନରେ ୨ ଜଣ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟର ଉଚ୍ଚ ଶିକ୍ଷା ମନ୍ତ୍ରୀ କେ.ଟି ଯଲିଲ କହିଛନ୍ତି ଯେ ଦୁଇ କରୋନା ରୋଗୀଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଯାଇଛି ।
ମୃତକ ଜଣକ ହେଲେ ୪୫ ବର୍ଷ ବୟସ୍କ ସୁଧୀର ତାଙ୍କର ନମୁନା ଯାଞ୍ଚ ପାଇଁ ପଠାଯାଇଥିଲା ଯାହା ପଜିଟିଭ ଆସିଥିଲା । ମଲ୍ଲପୁରମ ଜିଲ୍ଲା ଅଧିକାରୀ କେ,ଗୋପାଳକୃଷ୍ଣନ କହିଛନ୍ତି, ସମସ୍ତ ଯାତ୍ରୀଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସମସ୍ତଙ୍କ କରୋନା ଯାଞ୍ଚ ମଧ୍ୟ କରାଯାଇଛି ଏହାସହ ମୃତଦେହ ଗୁଡିକର ଅଟୋପସି କୋଭିଡି-୧୯ ପ୍ରୋଟୋକଲ ହିସାବରେ ହେବ । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ.ଶୈଳଜା ଉଦ୍ଧାରକାରୀ ଟିମକୁ କହିଛନ୍ତି ଯେ ସେମାନେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ରିପୋର୍ଟ ପଠାଇବେ ଏବଂ ସୁରକ୍ଷା ଦୃଷ୍ଟିରୁ ସେଲ® କ୍‌ାରେଣ୍ଟାଇନ ହୋଇଯାଆ;ୁ । ସୂତ୍ର ସୂଚନା ଦେଇଛି ଯେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ୫୦ ଲୋକଙ୍କୁ କ୍‌ାରେଣ୍ଟାଇନ କରାଯାଇଛି । ଯେଉଁମାନେ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ସମ୍ପର୍କରେ କିଏ ଆସିଥିଲେ ନା ନାହିଁ ତାହା ଯାଞ୍ଚ କରାଯାଉଛି । ଆଉ ଜଣେ ଅଧିକାରୀ କହିଛନ୍ତି ଯେ, ସମସ୍ତଙ୍କ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ଅସ୍ଥାୟୀ ଭାବେ ଆଇସୋଲେସନରେ ରଖାଯାଇଛି । ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ କୋଝିକୋଡ଼ରେ ଦୁବାଇରୁ ଆସୁଥିବା ବିମାନ ରନେୱରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ ୧୦ ଶିଶୁ ସମେତ ୧୮୪ ଯାତ୍ରୀ, ୨ ପାଇଲଟ ଓ ଚାଳକ ଦଳର ୪ ସଦସ୍ୟ ଥିଲେ ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । କେରଳର କୋଝିକୋଡ଼ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର୍‌ ଇଣ୍ଡିଆ ବିମାନରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ତଦନ୍ତକାରୀ ଏଜେନ୍ସି ‘ଏୟାର୍କ୍ରାଫଫ୍‌ ଆକ୍ସିଡେଣ୍ଟ୍‌ ଇନେ¶ଷ୍ଟିଗେସନ୍‌ ବ୍ୟୁରୋ’ (ଏଏଆଇବି) ଡିଜିଟାଲ୍‌ ଫ୍ଲାଇଟ୍‌ ଡାଟା ରେକଡର୍ର୍‌ ଏବଂ କକ¬ିଟ୍‌ ଭଏସ୍‌ ରେକଡର୍ର୍‌ ଉଦ୍ଧାର କରିଛି ।
ଉଦ୍ଧାର ସମାଗ୍ରୀ ଗୁଡ଼ିକର ସମାହାରକୁ ବିମାନର ‘ବ୍ଲାକ୍ୱକ୍ସ୍‌’ କହନ୍ତି । ବୋଇଙ୍ଗ୍‌ କୋ. ୭୩୭ ବିମାନଟିକୁ ଅବତରଣ କରିବାରେ କ’ଣ ବାଧା ଦେଲା ତଦନ୍ତକାରୀ ମାନେ ଏଥିରୁ ଜାଣିପାରିବେ । ଅଧିକ ତଦନ୍ତ ନିମନ୍ତେ ଆଜି ସକାଳେ ଉଦ୍ଧାର ହୋଇଥିବା ଉକ୍ତ ସାମଗ୍ରୀ ସବୁ ଦିଲ୍ଲୀକୁ ଅଣାଯିବ । ରନ୍‌େୱରୁ ବାହାରି ଯିବା ଶେଷ ମୁହୂର୍ତ୍ତର ଘଟଣାବଳୀ ସଂକ୍ରାନ୍ତରେ ମଧ୍ୟ ଏଥିରୁ ତଥ୍ୟ ମିଳିପାରିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଶ୍ୱର ଚତୁର୍ଥ ଧନୀ ମୁକେଶ

ବିଶ୍ୱର ଚତୁର୍ଥ ଧନୀ ମୁକେଶ

Read More...

ରାଜ୍ୟରେ କରୋନା ମୃତୁ୍ୟ ୨୫୦ ପାର

ରାଜ୍ୟରେ କରୋନା ମୃତୁ୍ୟ ୨୫୦ ପାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page