ଅଗଷ୍ଟରେ ଡରାଇଲାଣି କରୋନା: ସପ୍ତାହକରେ ନେଲାଣି ୭୧ ମୁଣ୍ଡ

August 07, 2020, ଓଡ଼ିଶା, , Anupambharat News Bureau


ଅଗଷ୍ଟରେ ଡରାଇଲାଣି କରୋନା:  ସପ୍ତାହକରେ ନେଲାଣି ୭୧ ମୁଣ୍ଡ
Anupambharat News Bureau
August 07, 2020

ଭୁବନେଶ୍ୱର,୭ା୮(ଅନୁପମ ମିଡ଼ିଆ): ଗତ ଜୁଲାଇ ଭଳି ଚଳିତ ଅଗଷ୍ଟରେ ମଧ୍ୟ କରୋନା ରାଜ୍ୟରେ ତାର କାୟା ମେଲାଇ ଚାଲିଛି । ଗତ ଏକ ସପ୍ତାହ ମଧ୍ୟରେ ଏହି ଭୂତାଣୁ ରାଜ୍ୟରେ ୭୧ ମୁଣ୍ଡ ନେଇଛି । ସେଥିମଧ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୯ ଜଣଙ୍କ ମୃତୁ୍ୟ ଘଟିଛି । ଗତ ସାତ ଦିନ ମଧ୍ୟରୁ ଶୁକ୍ରବାର ସର୍ବାଧିକ ୧୨ ଜଣଙ୍କ କରୋନାରେ ମୃତୁ୍ୟ ଘଟିଥିବା ଜଣାପଡ଼ିଛି । ଅନ୍ୟପକ୍ଷେ ଅଗଷ୍ଟ ପହିଲାରୁ ଗତ ୬ ତାରିଖ ମଧ୍ୟରୁ ପାଞ୍ଚରେ ସର୍ବନିମ୍ନ ୯ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ପାଞ୍ଚ ଦିନ ଏହି ସଂଖ୍ୟା ଦୁଇ ଅଙ୍କ ଛୁଇଁବାରେ ଲାଗିଥିଲା । ଆଜିର ପୁଣି ୧୨ କରୋନା ସଂକ୍ରମିତଙ୍କର ମୃତୁ୍ୟକୁ ମିଶାଇ ରାଜ୍ୟରେ ଏଥିଜନିତ ସଂଖ୍ୟା ୨୪୭ କୁ ବୃଦ୍ଧି ପାଇଛି ।ସୂଚନା ଅନୁସାରେ ଆଜି ମୃତକଙ୍କ ମଧ୍ୟରେ ଗଞ୍ଜାମ ଓ ସୁନ୍ଦରଗଡ ଜିଲ୍ଲାରେ ପ୍ରତ୍ୟେକ ତିନି ଜଣ ଲେଖାଏଁ ଏବଂ ଭଦ୍ରକ, ସମ୍ବଲପୁର, ମୟୂରଭଞ୍ଜ କେନ୍ଦ୍ରାପଡା, ଢେଙ୍କାନାଳ ଓ ଗଜପତି ଜିଲ୍ଲାର ଜଣେ ଜଣେ ଅଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ୫୫ ବର୍ଷୀୟ ପୁରୁଷଙ୍କ ମୃତୁ୍ୟ ଘଟିଛି । ସେ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ । ସେହିପରି କେନ୍ଦ୍ରାପଡା ଜିଲ୍ଲାର ଜଣେ ୩୬ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ସେ କ୍ରୋନିକ କିଡନୀ ରୋଗରେ ପୀଡିତ ଥିଲେ । ସମ୍ବଲପୁର ଜିଲ୍ଲାର ଜଣେ ୭୮ ବର୍ଷୀୟା ମହିଳା କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଭାବେ ଭଦ୍ରକ ଜିଲ୍ଲାର ଜଣେ ୫୫ ବର୍ଷୀୟ କରୋନା ଆକ୍ରାନ୍ତ ପୁରୁଷଙ୍କ ମୃତୁ୍ୟ ଘଟିଛି । ସେ ମଧୁମେହ ରୋଗରେ ପୀାଡିତ ଥିଲେ । ଢେଙ୍କାନାଳ ଜିଲ୍ଲାର ଜଣେ ୬୧ ବର୍ଷୀୟ କରୋନା ଆକ୍ରାନ୍ତ ପୁରୁଷଙ୍କ ମୃତୁ୍ୟୁ ଘଟିଛି । ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ସେହିଭଳି ସୁନ୍ଦରଗଡ ଜିଲ୍ଲାର ଜଣେ ୭୭ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ଏହି ଜିଲ୍ଲାର ହିଁ ଅନ୍ୟ ଜଣେ ୭୭ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ସେ ମଧୁମେହ ଓ ଉଚ୍ଚ ରକ୍ତଚାପ ଓ କ୍ରନିକ କିଡନି ରୋଗରେ ପୀଡିତ ଥିଲେ । ସୁନ୍ଦରଗଡ ଜିଲ୍ଲାର ଜଣେ ୬୬ ବର୍ଷୀୟ କରୋନା ସଂକ୍ରମିତଙ୍କ ମୃତୁ୍ୟ ଘଟିଛି । ସେ ମଧୁମେହ ଓ ଅନ୍ୟ ରୋଗରେ ପୀଡିତ ଥିଲେ ।ଗଞ୍ଜାମ ଜିଲ୍ଲାର ଜଣେ ୫୩ ବର୍ଷ ବୟସ୍କ କରୋନା ଆକ୍ରାନ୍ତ ପୁରୁଷଙ୍କ ମୃତୁ୍ୟ ବରଣ କରିଛନ୍ତି । ଗଞ୍ଜାମ ଜିଲ୍ଲାର ହିଁ ଅନ୍ୟ ଜଣେ ୫୦ ବର୍ଷ ବୟସ୍କ କରୋନା ଆକ୍ରାନ୍ତ ପୁରୁଷଙ୍କ ମୃତୁ୍ୟ ଘଟିଛି । ସେ ମଧୁମେହ ରେ ପୀଡିତ ଥିଲେ । ଗଜପତି ଜିଲ୍ଲାର ଜଣେ ୩୪ ବର୍ଷ ବୟସ୍କ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ସେ କ୍ରନିକ କିଡନି ରୋଗରେ ପୀଡିତ ଥିଲେ । ତେବେ ଚଳିତ ଅଗଷ୍ଟର ପ୍ରାରମ୍ଭରୁ କରୋନା ମୃତୁ୍ୟ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଗତ ଜୁଲାଇରେ ମଧ୍ୟ ରାଜ୍ୟରେ କରୋନା ମୃତୁ୍ୟ ସର୍ବାଧିକ ରହିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସିଲେ ୧୮୩୩, ଗଲେ ୧୮୧୦

ଆସିଲେ ୧୮୩୩, ଗଲେ ୧୮୧୦

Read More...

ରାଜ୍ୟରେ ଆଉ ଛ’ଟି ନୂଆ ଥାନା

ରାଜ୍ୟରେ ଆଉ ଛ’ଟି ନୂଆ ଥାନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page