ରାଜ୍ୟରେ ଆଉ ଛ’ଟି ନୂଆ ଥାନା

August 07, 2020, ଓଡ଼ିଶା, , Anupambharat News Bureau


ରାଜ୍ୟରେ ଆଉ ଛ’ଟି ନୂଆ ଥାନା
Anupambharat News Bureau
August 07, 2020

ଭୁବନେଶ୍ୱର, ୭ା୮,(ଅନୁପମ ମିଡ଼ିଆ): ରାଜ୍ୟ ପୋଲିସରେ ୯୦୫ଟି ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହାଦ୍ୱାରା ୨୧ଟି ଜିଲ୍ଲାର ୨୨୦ ଥାନା ଓ ୬ଟି ଫାଣ୍ଡିରେ ପୋଲିସ କର୍ମଚାରୀ ଆବଶ୍ୟକତା ପୂରଣ କରାଯାଇପାରିବ । ଲୋକଙ୍କୁ ଉତ୍ତମ ପୋଲିସ ସେବା ମିଳିବାରେ ମଧ୍ୟ ଏହା ସହାୟକ ହେବ । ରାଜ୍ୟ ସରକାରଙ୍କ ଦୃଢ଼ ପଦକ୍ଷେପ ଓ ବିକାଶ କାର୍ଯ୍ୟକ୍ରମ ଯୋଗୁ ରାଜ୍ୟରେ ବାମପନ୍ଥୀ ଉଗ୍ରବାଦ କାର୍ଯ୍ୟକଳାପରେ ଉଲ୍ଲେଖନୀୟ ହ ୍ରାସ ଘଟିଛି ।
ତେଣୁ ପରିବର୍ତ୍ତିତ ପରିସ୍ଥିତିରେ ଆବଶ୍ୟକତା ଭିତ୍ତିରେ ପୋଲିସ ବିଭାଗର ରେସନାଲାଇଜେସନ କରି ଥାନା ଓ ଫାଣ୍ଡି ଗୁଡ଼ିକୁ ଶକ୍ତିଶାଳୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ଏକ ସମୀକ୍ଷା ବୈଠକରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଆଦେଶ ଦେଇଥିଲେ । ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲାର ଛ’ଟି ଥାନାକୁ ଭାଗ କରି ୬ଟି ନୂଆ ଥାନା ସୃଷ୍ଟି କରିବା ପାଇଁ ମଧ୍ୟ ସରକାର ମଞ୍ଜୁରୀ କରିଛନ୍ତି । ଏହାଦ୍ୱାରା ସେହି ଅଞ୍ଚଳର ଲୋକଙ୍କୁ ପୋଲିସ ଅଧିକ ଦକ୍ଷତାର ସହ ସେବା ଯୋଗାଇବା ସହିତ ଅପରାଧ ନିୟନ୍ତ୍ରଣ ଦିଗରେ ମଧ୍ୟ ସଫଳତାର ସହ ଦାୟିତ୍ୱ ନିର୍ବାହ କରିପାରିବ । ଦୁଇଭାଗ ହୋଇଥିବା ଥାନା ଗୁଡ଼ିକ ହେଲା - ଭୁବନେଶ୍ୱର-ଖଣ୍ଡଗିରି ଥାନା, ଭଦ୍ରକ - ତିହିଡ଼ି ଥାନା, ଭଦ୍ରକ - ଭଦ୍ରକ ଗ୍ରାମାଞ୍ଚଳ ଥାନା, ଗଞ୍ଜାମ - ଭଞ୍ଜନଗର ଥାନା, ଝାରସୁଗୁଡ଼ା - ଝାରସୁଗୁଡ଼ା ଥାନା, ଅନୁଗୁଳ - ଅନୁଗୁଳ ଥାନା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଗଷ୍ଟରେ ଡରାଇଲାଣି କରୋନା:  ସପ୍ତାହକରେ ନେଲାଣି ୭୧ ମୁଣ୍ଡ

ଅଗଷ୍ଟରେ ଡରାଇଲାଣି କରୋନା: ସପ୍ତାହକରେ ନେଲାଣି ୭୧ ମୁଣ୍ଡ

Read More...

୧୧ ଯାଏଁ ବର୍ଷା ଆଶଙ୍କା

୧୧ ଯାଏଁ ବର୍ଷା ଆଶଙ୍କା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page