କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ : ଆଠ ମୃତ

August 06, 2020, ଦେଶ, , Anupambharat News Bureau


କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ : ଆଠ ମୃତ
Anupambharat News Bureau
August 06, 2020

ଅହମଦାବାଦ, ଗତ ରାତିରେ ଗୁଜରାଟର ଅହମଦାବାଦସ୍ଥିତ ଏକ ଘରୋଇ କୋଭିଡ୍‌-୧୯ ହସ୍ପିଟାେରେ ଭୀଷଣ ଅଗ୍ନିକାଣ୍ଡ ଘଟି ୮ଜଣ ରୋଗୀ ପ୍ରାଣ ହରାଇଛନ୍ତି । ଅହମଦାବାଦର ନବରଙ୍ଗପୁର ଅଞ୍ଚଳରେ ଅବସ୍ଥିତ ଉକ୍ତ ହସ୍ପିଟାଲର ଚତୁର୍ଥ ତାଲାରେ ନିଆଁ ଲାଗିଥିଲା । ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ପାଞ୍ଚ ଜଣ ପୁରୁଷ ଓ ତିନି ଜଣ ମହିଳା । ଅଗ୍ନିକାଣ୍ଡ ପରେ ପରେ ଅନ୍ୟ ୩୫ଜଣ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାମାନଙ୍କୁ ସ୍ଥାନାନ୍ତର କରାଯାଇଛି । ଡାକ୍ତରଖାନାର ଇଣ୍ଟେନ୍ସିଭ୍‌ କେୟାର୍‌ ୟୁନିଟ (ଆଇସିୟୁ)ରେ ଲାଗିଥିବା ନିଆଁକୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଆୟତ୍ତ କରିଥିବା ଜଣାପଡ଼ିଛି । ରାତି ପ୍ରାୟ ୨: ୩୦ରେ ଘଟିଥିବା ଏହି ଅଗ୍ନିକାଣ୍ଡ ସର୍ଟ-ସର୍କିଟ୍‌ ଯୋଗୁଁ ହୋଇଥିବା କୁହାଯାଉଛି । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିବା ସହ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ କହିଛନ୍ତି । ଟୁଇଟ୍‌ କରି ସେ ଲେଖିଛନ୍ତି, ଅହମଦାବାଦ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଯୋଗୁଁ ଦୁଃଖିତ । ମୃତ ବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କୁ ମୋର ସମବେଦନା । ଆହତମାନେ ଶୀଘ୍ର ଆରୋଗ୍ୟ ହୁଅ;ୁ । ମୁଖ୍ୟମନ୍ତ୍ରୀ ବିଜୟରୂପାନି ଏବଂ ମେୟର୍‌ ଇବିଜା ପଟେଲ୍‌ଙ୍କ ସହ ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛି । ପ୍ରଭାବିତମାନଙ୍କୁ ପ୍ରଶାସନ ଯଥା ସମ୍ଭବ ସମସ୍ତ ସହାୟତା ଯୋଗାଇ ଦେଉଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଶ୍ରାବଣ ମେଘ ଦେଲାନି:କରୋନାରେ କଲବଲ ଚାଷୀ

ଶ୍ରାବଣ ମେଘ ଦେଲାନି:କରୋନାରେ କଲବଲ ଚାଷୀ

Read More...

ସଙ୍ଗରୋଧରେ ଭୀମସାରର ୭୦ ଡ଼ାକ୍ତର

ସଙ୍ଗରୋଧରେ ଭୀମସାରର ୭୦ ଡ଼ାକ୍ତର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page