ସଙ୍ଗରୋଧରେ ଭୀମସାରର ୭୦ ଡ଼ାକ୍ତର

August 06, 2020, ଓଡ଼ିଶା, , Anupambharat News Bureau


ସଙ୍ଗରୋଧରେ ଭୀମସାରର ୭୦ ଡ଼ାକ୍ତର
Anupambharat News Bureau
August 06, 2020

ସମ୍ବଲପୁର: ବୁର୍ଲା ଭୀମସାର ମେଡ଼ିସିନ ବିଭାଗର ୯ ଜଣ ଡ଼ାକ୍ତର ଗତ ମଙ୍ଗଳବାର ଦିନ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏହି ଡ଼ାକ୍ତର ମାନଙ୍କ ସଂସ୍ପର୍ଶରେ ଆସିଥିବା ୭୦ ଜଣ ଡ଼ାକ୍ତରଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ମେଡ଼ିସିନ ବିଭାଗର ୩୮ ଜଣ ଡ଼ାକ୍ତରଙ୍କ ସମେତ ୭୦ ଜଣ ଡ଼ାକ୍ତର କ୍ୱାରେଣ୍ଟାଇନ୍‌ରେ ରହିବେ ବୋଲି ଭୀମସାର ନିର୍ଦ୍ଦେଶକ ଡ଼ାକ୍ତର ଲଳିତ କୁମାର ମେହେର ସୂଚନା ଦେଇଛନ୍ତି । ଏଥିସହ ଆଜି ଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ମେଡ଼ିସିନ ବିଭାଗର ଓପିଡ଼ି ବନ୍ଦ ରହିବ । ମେଡ଼ିସିନ ବିଭାଗର ବର୍ହିବିଭାଗ (ଓପିଡ଼ି)କୁ ଆସୁଥିବା ରୋଗୀ ଜେନେରାଲ୍‌ ଓପିଡ଼ିରେ ଦେଖାଇବା ଲାଗି ବ୍ୟବସ୍ଥା ହୋଇଛି । ସେହିପରି ରୋଗୀଙ୍କ ପାଇଁ ଟେଲି ମେଡ଼ିସିନ ନମ୍ବର ଜାରୀ କରାଯାଇଛି । ୭୬୫୫୦-୫୧୫୯୮ ଏବଂ ୭୬୫୫୦-୫୧୬୦୧ ନମ୍ବରରେ ଟେଲି ମେଡ଼ିସିନ ସୁବିଧା ଉପଲବ୍ଧ କରିପାରିବେ ରୋଗୀ । କରୋନା ସଂକ୍ରମଣକୁ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଭୀମସାର ନିର୍ଦ୍ଦେଶକ ମେହେର ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ : ଆଠ ମୃତ

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ : ଆଠ ମୃତ

Read More...

ପୁଣି ୧୦ ଜୀବନ ଗଲା

ପୁଣି ୧୦ ଜୀବନ ଗଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page