ସ୍ୱାବ୍‌ ରିପୋର୍ଟ ଦେଖାଅ, ନଚେତ୍‌ ହସ୍ପିଟାଲ ଯିବୁନି

July 26, 2020, ଓଡ଼ିଶା, , Anupambharat News Bureau


ସ୍ୱାବ୍‌ ରିପୋର୍ଟ ଦେଖାଅ, ନଚେତ୍‌ ହସ୍ପିଟାଲ ଯିବୁନି
Anupambharat News Bureau
July 26, 2020

ପୁରୀ, ୨୬ା୭(ଅନୁପମ ମିଡ଼ିଆ): ପୁରୀ ପେଣwକଟା ଅଞ୍ଚଳର ୨୫,୨୬,୩୦,୩୧ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଏହି ଅଞ୍ଚଳରୁ ଅଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମଣ କମାଇବା ପାଇଁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା । ଗତକାଲି ରାତିରେ କେତେକ ସ୍ୱାବ ସଂଗ୍ରହରୁ ସଂକ୍ରମିତ ଜଣାପଡିବା ପରେ ଆଜି ସକାଳୁ କୋଭିଡ ଗାଡି ସେମାନଙ୍କୁ ଆଣିବା ପାଇଁ ଯାଇଥିଲା । ଏହି ସମୟରେ ବସ୍ତି ବାସିନ୍ଦାମାନେ ଗାଡିରେ ଯିବୁନାହିଁ, ଆମକୁ କରୋନା ପଜେଟିଭ୍‌ ରିପୋର୍ଟ ଦେଖାଅ । ଏହାକୁ ନେଇ ଅନେକ ସମୟ ପର୍ଯ୍ୟନ୍ତ ଯୁକ୍ତିତର୍କ ଚାଲିଥିଲା । ସେହି ଅଞ୍ଚଳର ଲୋକମାନେ ରାସ୍ତା ଉପରକୁ ଆସି ଗାଡିରେ ନଯିବା ପାଇଁ ବିରୋଧ କରିଥିଲେ । ଅନ୍ୟପକ୍ଷରେ କୋଭିଡ କେୟାର ମନିଟରମାନେ ସମ୍ପୃକ୍ତ ଅଞ୍ଚଳରେ ଘରକୁ ଘର ସର୍ଭେ କରିବାକୁ ଯିବା ସମୟରେ ସେମାନଙ୍କୁ ମଧ୍ୟ ପେଣwକଟା ଅଞ୍ଚଳବାସୀ ବିରୋଧ କରିଥିଲେ । ଯାହାଫଳରେ ପରିସ୍ଥିତି ଅଣାୟତ ହୋଇଥିଲା । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ଲୋକଙ୍କୁ ଘଇଡାଇବା ପାଇଁ ପୋଲିସ ପକ୍ଷରୁ ମୃଦୁ ଲାଠିଚାଳନା କରାଯାଇଥିଲା । ଘଟଣାସ୍ଥଳରେ ଏସପି ଅଖିଳେଶ୍ୱର ସିଂ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଯାଇ ଲୋକମାନଙ୍କୁ ବୁଝାସୁଝା କରିଥିଲେ । ସେମାନଙ୍କର ଦାବି ଥିଲା ସହରର କେବଳ ପେଣwକଟା ଅଞ୍ଚଳରୁ ଏତେ ସଂଖ୍ୟକ କରୋନା ସଂକ୍ରମିତ ରୋଗୀ ବାହାରୁଛନ୍ତି । ସହରର ଅନ୍ୟସ୍ଥାନରୁ କାହିଁକି ରୋଗୀ ଚିହ୍ନଟ କରାଯାଉନାହିଁ । କରୋନା ପଜିଟିଭ୍‌ ରିପୋର୍ଟ ନଦେଖାଇଲେ ଆମେ ଯିବୁ ନାହିଁ ବୋଲି ଜିଦ୍‌ ରେ ଅଡି ବସିଥିଲେ । ପୋଲିସ ଫୋର୍ସ ପହଞ୍ଚିବା ପରେ ଘଟଣାସ୍ଥଳରୁ ଆନ୍ଦୋଳନକାରୀ ଛତ୍ରଭଙ୍ଗ ଦେଇଥିଲେ । ପ୍ରକାଶଥାଉକି ଆଜି ସକାଳୁ ସକାଳୁ ପେଣwକଟା ଅଞ୍ଚଳର ଶହ ଶହ ଲୋକ ସାମାଜିକ ଦୂରତା ନମାନି ରାସ୍ତା ଉପରେ ଏକାଠି ହୋଇଥିଲେ । ଅଧିକାଂଶ ବ୍ୟକ୍ତି ମୁହଁରେ ମାକ୍ସ ପିନ୍ଧି ନଥିବା ଦେଖିବାକୁ ମିଳିଥିଲା । ଯାହାଫଳରେ ସଂକ୍ରମଣ ବଢିବାର ଆଶଙ୍କା କରାଯାଉଛି । ୨୦ ଦିନ ପୂର୍ବରୁ ସମ୍ପକ୍ତ ଅଞ୍ଚଳରେ ଆନ୍ଧ୍ର ଓ ଗଞ୍ଜାମରୁ କେତେକ ମତ୍ସ୍ୟଜୀବି ସଂକ୍ରମିତ ହୋଇ ଆସି ରହିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଆଜି ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ରାସ୍ତାରେ ଶହ ଶହ ମହିଳା ପୁଲିସ ଓ ସେ୍ୱଚ୍ଛାସେବୀଙ୍କୁ ବିରୋଧ କରି


ରାସ୍ତା ଉପରେ ହୋ ହାଲ୍ଲା କରିଥିବା ଦେଖାଯାଇଥିଲା । ଘରକୁ ଘର ବୁଲି ସେ୍ୱଚ୍ଛାସେବୀମାନେ ଥର୍ମାଲ ସ୍କ୍ରିନିଂ ଓ ଲକ୍ଷଣ ସଂପର୍କରେ ବୁଝିବାକୁ ଆସିଥିବା ବେଳେ ସେମାନଙ୍କୁ ଫେରିଯିବା ପାଇଁ ବସ୍ତି ବାସିନ୍ଦାମାନେ କହିଥିଲେ । ମହିଳାମାନେ ମଧ୍ୟ ପୋଲିସକୁ ବିରୋଧ କରି ପାଟିତୁଣ୍ଡ କରୁଥିବା ଦେଖିବାକୁ ମିଳିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଜସ୍ର ଅର୍ଥ ଖର୍ଚ୍ଚ ହେଉଛି, ତଥାପି ମୁଣ୍ଡ ପରେ ମୁଣ୍ଡ ଗଡ଼ୁଛି

ଅଜସ୍ର ଅର୍ଥ ଖର୍ଚ୍ଚ ହେଉଛି, ତଥାପି ମୁଣ୍ଡ ପରେ ମୁଣ୍ଡ ଗଡ଼ୁଛି

Read More...

ବନ୍ଧୁକ ମୁନରେ ମହିଳା ଡିଏସପିଙ୍କ ଠାରୁ ଲୁଟ୍‌

ବନ୍ଧୁକ ମୁନରେ ମହିଳା ଡିଏସପିଙ୍କ ଠାରୁ ଲୁଟ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page