ବନ୍ଧୁକ ମୁନରେ ମହିଳା ଡିଏସପିଙ୍କ ଠାରୁ ଲୁଟ୍‌

July 26, 2020, ଓଡ଼ିଶା, , Anupambharat News Bureau


ବନ୍ଧୁକ ମୁନରେ ମହିଳା ଡିଏସପିଙ୍କ ଠାରୁ ଲୁଟ୍‌
Anupambharat News Bureau
July 26, 2020

ଭୁବନେଶ୍ୱର,୨୬ା୭(ଅନୁପମ ମିଡ଼ିଆ):ଭୁବନେଶ୍ୱରରେ ମହିଳା ଭିଜିଲାନ୍ସ ଡିଏସପିଙ୍କ ଠାରୁ ଲୁଟେରାମାନେ ବନ୍ଧୁକ ମୁନରେ ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଲୁଟେରାମାନେ ଡିଏସପି ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିଲେ ଏବଂ ତାଙ୍କଠାରୁ ସୁନା ଚେନ୍‌, ସୁନା କାନଫୁଲ ଏବଂ ଚୁଡ଼ି ଛଡ଼ାଇ ନେଇଥିଲେ । ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏସମ୍ପର୍କରେ ଡିଏସପି ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ରବିବାର ସକାଳ ୬ ଟା ୪୫ ରେ ଭିଜିଲାନ୍ସ ଡିଏସପି ତନୁଜା ମହାନ୍ତି ଭୁବନେଶ୍ୱର ୟୁନିଟ୍‌ -୩ ଅଞ୍ଚଳରେ ଥିବା ତାଙ୍କ ସରକାରୀ ବାସଭବନ ସମ୍ମୁଖରେ ଠିଆ ହୋଇଥିବା ବେଳେ ଦୁଇଜଣ ବାଇକ୍‌ ଚାଳକ ସୁନା ଅଳଙ୍କାର ଲୁଟ୍‌ କରିଥିଲେ । ଲୁଟେରାମାନେ ତନୁଜାଙ୍କ ବେକରୁ ସୁନା ଚେନ୍‌ ଛଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ ସେ ଚିକିାର କରିଥିଲେ । ଚିକିାର ଶୁଣିବା ମାତ୍ରେ ତାଙ୍କ ସ୍ୱାମୀ ଘରୁ ବାହାରି ଆସିଥିଲେ । ସେ ଲୁଟେରାମାନଙ୍କ ନିକଟକୁ ଯିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ବନ୍ଧୁକଧାରୀ ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ମାରି ଦେବାକୁ ଧମକ ଦେଇଥିଲା । ସେମାନଙ୍କ ଠାରୁ ପିନ୍ଧିଥିବା ସୁନା ଚେନ୍‌ ଏବଂ ଅନ୍ୟାନ୍ୟ ଅଳଙ୍କାର ଲୁଟିବା ପରେ ଲୁଟେରାମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଥିଲେ ବୋଲି ତନୁଜା ମହାନ୍ତିଙ୍କ ସ୍ୱାମୀ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍ୱାବ୍‌ ରିପୋର୍ଟ ଦେଖାଅ, ନଚେତ୍‌ ହସ୍ପିଟାଲ ଯିବୁନି

ସ୍ୱାବ୍‌ ରିପୋର୍ଟ ଦେଖାଅ, ନଚେତ୍‌ ହସ୍ପିଟାଲ ଯିବୁନି

Read More...

ସରକାର କ’ଣ ବନ୍ଦ କରିବେ ସରକାରୀ ସ୍କୁଲ ? ପିଲାଙ୍କ ପ୍ରଥମ ପସନ୍ଦ ଘରୋଇ ଶିକ୍ଷାନୁଷ୍ଠାନ

ସରକାର କ’ଣ ବନ୍ଦ କରିବେ ସରକାରୀ ସ୍କୁଲ ? ପିଲାଙ୍କ ପ୍ରଥମ ପସନ୍ଦ ଘରୋଇ ଶିକ୍ଷାନୁଷ୍ଠାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page