ରାଜସ୍ଥାନ ବାଚସ୍ପତିଙ୍କୁ ଝଟ୍‌କା : ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ମନାକଲେ ସୁପ୍ରିମକୋର୍ଟ

July 23, 2020, ଦେଶ, , Anupambharat News Bureau


ରାଜସ୍ଥାନ ବାଚସ୍ପତିଙ୍କୁ ଝଟ୍‌କା : ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ମନାକଲେ ସୁପ୍ରିମକୋର୍ଟ
Anupambharat News Bureau
July 23, 2020

ନୂଆଦିଲ୍ଲୀ, ୨୩ା୭ : ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗୁରୁବାର ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଦେବାକୁ ମନା କରିଦେଇଛନ୍ତି । ଫଳରେ ବାଚସ୍ପତିଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି । ବାଚସ୍ପତିଙ୍କ କ୍ଷମତାରେ ହାଇକୋର୍ଟ ହସ୍ତକ୍ଷେପ କରିଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ବାଚସ୍ପତି ସିପି ଯୋଶୀ ସୁପ୍ରିମକୋର୍ଟରେ ଏକ ସ୍ପେଶାଲ ଲିଭ୍‌ ପିଟିଶନ ଦାଖଲ କରିଥିଲେ । ଗୁରୁବାର ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଏହି ପିଟିଶନର ଶୁଣାଣି କରି ହାଇକୋର୍ଟ ଦେଇଥିବା ରାୟ ଉପରେ ରହିତାଦେଶ ଦେବାକୁ ମନା କରିଥିଲେ । ହାଇକୋର୍ଟ ଆସନ୍ତା ୨୪ ତାରିଖ ଯାଏ ବାଚସ୍ପତିଙ୍କୁ ସଚିନ ପାଇଲଟ୍‌ ଏବଂ ତାଙ୍କ ସମର୍ଥକ ୧୮ ବିଧାୟକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାକୁ ନିର୍ଦେଶ ଦେଇଛନ୍ତି । ଏହାକୁ ରଦ୍ଦ କରିବାକୁ ବାଚସ୍ପତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ଏହା ଉପରେ ସ୍ଥଗିତାଦେଶ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଦେଇଛନ୍ତି । ଆସନ୍ତା ସୋମବାରକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ବାଚସ୍ପତିଙ୍କ ତରଫରୁ ବରିଷ୍ଠ ଆଡ୍‌ଭୋକେଟ୍‌ କପିଲ ଶିବଲ ଏବଂ ପାଇଲଟଙ୍କ ଗୋଷ୍ଠୀ ପକ୍ଷରୁ ହରିଶ ସାଲ୍‌ଭେ ମାମଲା ଲଢୁଥିଲେ । ଶୁଣାଣି ସମୟରେ କୋର୍ଟ ପ୍ରଶ୍ନ କରିଥିଲେ ଯେ ବିଧାୟକମାନଙ୍କୁ କେଉଁ ଆଧାରରେ ନୋଟିସ ଦିଆଯାଇଛି । ଜବାବରେ ଶିବଲ କହିଥିଲେ ପାଇଲଟ୍‌ ଗୋଷ୍ଠୀର ବିଧାୟକମାନେ ଦଳ ବିରୋଧୀ କାର୍ଯ୍ୟରେ ସାମିଲ ଥିବାରୁ ନୋଟିସ ପଠାଯାଇଥିଲା । ଏହା ପରେ କୋର୍ଟ କହିଥିଲେ, ଜନତା ଜନପ୍ରତିନିଧିଙ୍କୁ ଚୟନ କରିଛନ୍ତି, ଯଦି ସେମାନଙ୍କର କିଛି ଅସନ୍ତୋଷ ରହିଛି ତେବେ ତାହା ଶୁଣାଯିବା ଉଚିତ । ଏହା ଉପରେ ଶିବଲ କହିଥିଲେ ବାଚସ୍ପତିଙ୍କ ନିକଟରେ ସାମ୍ବିଧାନିକ ଅଧିକାର ରହିଛି, ସେ ବିଧାୟକମାନଙ୍କୁ ନୋଟିସ ପଠାଇ ପାରିବେ । ଏହା ପରେ କୋର୍ଟ କହିଥିଲେ ଏହି ମାମଲାର ବିସ୍ତୃତ ଶୁଣାଣି ଆବଶ୍ୟକ । ଏଥିରେ ତରବରିଆ ନିଷ୍ପତ୍ତି ନିଆଯାଇ ପାରିବ ନାହିଁ । ବିଦ୍ରୋହୀ ଗୋଷ୍ଠୀଙ୍କ ଓକିଲ ହରିଶ ସାଲ୍‌ଭେ ହାଇକୋର୍ଟଙ୍କ ରାୟ ଉପରେ ରୋକ୍‌ ଲଗାଯିବା ଉଚିତ ନୁହେଁ ବୋଲି ଯୁକ୍ତି ବାଢ଼ିଥିଲେ । ମାତ୍ର ଶିବଲ ରାଜସ୍ଥାନ ହାଇକୋର୍ଟଙ୍କ କାର୍ଯ୍ୟଧାରା ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଦାବି କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମ ଜିଲ୍ଲାରେ ପୁଣି ୫୪୦ ପଜିଟିଭ୍‌

ଗଞ୍ଜାମ ଜିଲ୍ଲାରେ ପୁଣି ୫୪୦ ପଜିଟିଭ୍‌

Read More...

ଦୁଇ ମାଓବାଦୀ ମୃତ

ଦୁଇ ମାଓବାଦୀ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page