ପୋଲିସ୍‌ କର୍ମଚାରୀ ଫିଟ୍‌ ନରହିଲେ ଅବସର

July 17, 2020, ଓଡ଼ିଶା, , Anupambharat News Bureau


ପୋଲିସ୍‌ କର୍ମଚାରୀ ଫିଟ୍‌ ନରହିଲେ ଅବସର
Anupambharat News Bureau
July 17, 2020

ଭୁବନେଶ୍ୱର ,୧୭ା୭(ଅନୁପମ ମିଡ଼ିଆ): କରୋନା ସମୟରେ ଆଗଧାଡିର ଯୋଦ୍ଧା ହୋଇଥିବା କମିଶନରେଟ୍‌ ପୋଲିସ୍‌ର ସମସ୍ତ କର୍ମଚାରୀଙ୍କୁ ଫିଟ୍‌ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ମାସକ ମଧ୍ୟରେ କମିଶନରେଟ୍‌ ପୋଲିସର ସମସ୍ତ କର୍ମକର୍ତ୍ତାଙ୍କୁ ପେଟ କମାଇବାକୁ କହିଛନ୍ତି ପୋଲିସ କମିଶନର ।
ଯେଉଁମାନେ ଏହି ଆଦେଶକୁ କଡାକଡି ପାଳନ କରିବେ ନାହିଁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟର୍ାନୁଷ୍ଠାନ ଗ୍ରହଣ କରାଯିବ । ସେମାନଙ୍କ ଇନକ୍ରିମେଣ୍ଟବନ୍ଦ କରାଯିବା ସହ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ବାଧ୍ୟତାମୂଳକ ଅବସର ଦିଆଯିବ ବୋଲି ଷଡଙ୍ଗୀ କହିଛନ୍ତି । କମିଶନର ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ କର୍ମଚାରୀମାନେ ପ୍ରାରମ୍ଭିକ ପ୍ରଶିକ୍ଷଣ ସମୟରେ ବ୍ୟାପକ ଖେଳକୁଦ କରନ୍ତି ଓ ବେଶ ସ୍ୱାସ୍ଥ୍ୟବାନ୍‌ ହୋଇ ବିଭାଗରେ ଯୋଗ ଦିଅନ୍ତି । କି;ୁ ପରବର୍ତୀ ସମୟରେ ସେମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଉନାହାନ୍ତି । ଫଳରେ ସେମାନେ ରକ୍ତଚାପ, ମଧୁମେହ,ଅତ୍ୟଧିକ ମେଦ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।ଏଭଳି ଶାରୀରିକ ଅବସ୍ଥା ରହିଲେ ବିଭିନ୍ନ ସଂକ୍ରମଣ ବ୍ୟକ୍ତି ପାଇଁ ଅଧିକ ବିପଦ ସୃଷ୍ଟି କରେ । ଏଥିପାଇଁ ଆସନ୍ତା ଏକ ସପ୍ତାହ ମଧ୍ୟରେ ସମସ୍ତ କର୍ମଚାରୀଙ୍କ ଉଚ୍ଚତା ଓ ଓଜନ ମାପ କରାଯିବ । ଏହା ପରେ ଲିଖିତ ଆକାରରେ ତାଙ୍କୁ ବଡି ମାସ ଇନଡେକ୍ସ ବା ବୟସ ଓ ଉଚ୍ଚତା ଅନୁସାରେ ଅନୁପାତିକ ଓଜନ କେତେ ହେବା କଥା ତାହା ଲିଖିତ ଭାବେ ଜଣାଇଦିଆଯିବ । ୨୫ ମଧ୍ୟରେ ବିଏମଆଇ ସ୍ୱାଭାବିକ ହୋଇଥିବା ବେଳେ ୩୦ ବିଏମଆଇ ଥିବା କର୍ମଚାରୀଙ୍କୁ ମେଦବହୁଳ ବୋଲି ଧରାଯିବ । ଏ ସମ୍ବନ୍ଧିୟ ତଥ୍ୟ ପୋଲିସ ଡାକ୍ତରଖାନାରେ ରଖାଯିବ । ଏହି ପ୍ରକ୍ରିୟା ଜୁଲାଇ ୩୦ ମଧ୍ୟରେ ଶେଷ ହେବ ।
ପୁଣି ୩ ମାସ ପରେ ସମସ୍ତ ଓଜନ ମପାଯିବ ଓ ଦେଖାଯିବ । ତିନି ମାସ ପରେ ଯେଉଁମାନଙ୍କର ୩୦ ଉପରେ ବିଏମଆଇ ଥିବ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ବ୍ୟାୟାମ କରିବାକୁ ଆସିବାକୁ ପଡିବ କିମ୍ବାର ଛ’ ସପ୍ତାହର ରିଫ୍ରେସର କୋର୍ସରେ ଯୋଗ ଦେବାକୁ ପଡିବ ବୋଲି କମିଶନର କହିଛନ୍ତି । ରାଜ୍ୟରେ ବର୍ତ୍ତମାନ କରୋନା ଭୟଙ୍କର ରୂପ ନେବାରେ ଲାଗିଛି । ଅନ୍ୟପକ୍ଷରେ ଏହି ଯୁଦ୍ଧର ଆଗ ଧାଡିରେ ଥିବା ପୋଲିସ କର୍ମଚାରୀ ଏହାର ଆକ୍ରାନ୍ତ ହେବାରେ ଲାଗିଛନ୍ତି । ଶାରୀରିକ ସମସ୍ୟା ଯୋଗୁଁ ପୋଲିସ କର୍ମଚାରୀମାନେ କରୋନା ଆକ୍ରାନ୍ତ ହେଉଥିବା କୁହାଯାଇଛି । ଏହାକୁ ଦୃଷ୍ଟିରେ ରଖି ପୋଲିସ କର୍ମଚାରୀଙ୍କୁ ଫିଟ୍‌ ହେବା ପାଇଁ କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଆଜିଠୁ ଗଞ୍ଜାମରେ ପ୍ଲାଜମା ଥେରାପି

ଆଜିଠୁ ଗଞ୍ଜାମରେ ପ୍ଲାଜମା ଥେରାପି

Read More...

ଅଙ୍ଗନୱାଡି , ଆଶା କର୍ମୀଙ୍କ ମୃତୁ୍ୟରେ ପରିବାରକୁ ଭତ୍ତା

ଅଙ୍ଗନୱାଡି , ଆଶା କର୍ମୀଙ୍କ ମୃତୁ୍ୟରେ ପରିବାରକୁ ଭତ୍ତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page