ଅଙ୍ଗନୱାଡି , ଆଶା କର୍ମୀଙ୍କ ମୃତୁ୍ୟରେ ପରିବାରକୁ ଭତ୍ତା

July 17, 2020, ଓଡ଼ିଶା, , Anupambharat News Bureau


ଅଙ୍ଗନୱାଡି , ଆଶା କର୍ମୀଙ୍କ ମୃତୁ୍ୟରେ ପରିବାରକୁ ଭତ୍ତା
Anupambharat News Bureau
July 17, 2020

ଭୁବନେଶ୍ୱର ,୧୭ ।୭ (ଅନୁପମ ମିଡ଼ିଆ): ­ କୋଭିଡ୍‌ ଯୁଦ୍ଧରେ ସାମିଲ ହୋଇ କାମ କରୁଥିବା ଅଙ୍ଗନୱାଡି କର୍ମୀ ଯଦି ସଂକ୍ରମିତ ହୋଇ ମୃତୁ୍ୟବରଣ କରନ୍ତି ତେବେ ତାଙ୍କ ସ୍ୱାମୀ କିମ୍ବା ନିକଟତମ ଆତ୍ମୀୟଙ୍କୁ ଅବସର ବୟସ ଯାଏଁ ମାସିକ ୭,୫୦୦ ଟଙ୍କା , ସେହିପରି ଆଶାକର୍ମୀ ମୃତୁ୍ୟବରଣ କଲେ ତାଙ୍କ ପରିବାରକୁ ମାସିକ ୫୦୦୦ ଟଙ୍କା ସହାୟତା ଯୋଗାଇ ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଘୋଷଣା କରିଛନ୍ତି । ପୂର୍ବରୁ କାର୍ର୍ଯ୍ୟରତ କୋଭିଡ୍‌ ଯୋଦ୍ଧାଙ୍କ ମୃତୁ୍ୟ ହେଲେ ୫୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କରୋନା ଯୁଦ୍ଧରେ ବର୍ତ୍ତମାନ ଅଙ୍ଗନୱାଡି ଓ ଆଶାକର୍ମୀମାନେ ସାମିଲ ହୋଇଛନ୍ତି । ଏପରିକି ବିଭିନ୍ନ ସମୟରେ ଏହି କର୍ମଚାରୀମାନେ ଏହାର ଶିକାର ହେବାରେ ଲାଗିଛନ୍ତି । ଫଳରେ ବହୁ କର୍ମଚାରୀ ଓ ସେମାନଙ୍କ ପରିବାର ଭୟଭୀତ ଅବସ୍ଥାରେ ରହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୋଲିସ୍‌ କର୍ମଚାରୀ ଫିଟ୍‌ ନରହିଲେ ଅବସର

ପୋଲିସ୍‌ କର୍ମଚାରୀ ଫିଟ୍‌ ନରହିଲେ ଅବସର

Read More...

ଚୀନରୁ ବାହାରିଲା ନୂଆଁ ରୋଗ:  ଗୁଣ୍ଡୁଚି ଓ ମୂଷା ନ ଖାଇବାକୁ ଅନୁରୋଧ କଲେ ସରକାର

ଚୀନରୁ ବାହାରିଲା ନୂଆଁ ରୋଗ: ଗୁଣ୍ଡୁଚି ଓ ମୂଷା ନ ଖାଇବାକୁ ଅନୁରୋଧ କଲେ ସରକାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page