ଆଇସିସି ଜାରି କଲା ବିଶ୍ୱକପ୍‌ ଗୀତ

May 17, 2019, କ୍ରୀଡ଼ା, , Anupambharat News Bureau


ଆଇସିସି ଜାରି କଲା ବିଶ୍ୱକପ୍‌ ଗୀତ
Anupambharat News Bureau
May 17, 2019

ଲଣ୍ଡନ,୧୭ ।୫: ଆଇସିସି ପୁରୁଷ ବିଶ୍ୱକପ୍‌-୨୦୧୯ର ଅଫିସିଆଲ୍‌ ଗୀତ ‘ଷ୍ଟାଣ୍ଡ୍‌ବାଏ’ ଶୁକ୍ରବାର ମୁକ୍ତିଲାଭ କରିଛି । ସବୁ ଡିଜିଟାଲ ମିଡିଆରେ ଏହା ଡାଉନ୍‌ଲୋନ୍‌ ପାଇଁ ଏବେ ପ୍ରଶଂସକଙ୍କ ପାଇଁ ଉପଲବ୍ଧ ହେବ । ବ୍ରିଟେନ୍‌ ଉଦୀୟମାନ କଳାକାର ଲୋଇନ୍‌ ଓ ‘ରୁଡିମେଣ୍ଟାଲ୍‌’ ବ୍ୟାଣ୍ଡ୍‌ ବିଶ୍ୱକପ୍‌ର ଏହି ଅଫିସିଆଲ୍‌ ଗୀତ ପ୍ରସ୍ତìତ କରିଛନ୍ତି । ଏହି ଗୀତ ବିଶ୍ୱକପ୍‌ର ସବୁ ଭେନୁ୍ୟ ଓ ଇଭେଣ୍ଟ ଗୁଡିକରେ ବାଜିବ । ‘ଷ୍ଟାଣ୍ଡ୍‌ବାଏ’ ଶୀର୍ଷକ ଏହି ବିଶ୍ୱକପ୍‌ ଗୀତ ଗ୍ରେଟ୍‌ ବ୍ରିଟେନ୍‌ର ସାଂସ୍କୃତିକ ବିବିଧତା ଉପରେ ପର୍ଯ୍ୟବସିତ । ଏହି ଅଫିସିଆଲ୍‌ ବିଶ୍ୱକପ୍‌ ଗୀତ ଚଳିତ ମାସ ପ୍ରଥମ ଭାଗରେ ପ୍ରସ୍ତìତ କରାଯାଇଥିଲା । ସାଂସ୍କୃତିକ ବିବିଧତା ଆମର ପରିଚୟ । ତେଣୁ ସ୍ୱାଭାବିକ ଭାବେ ଏହା ଉପରେ ବିଶ୍ୱକପ୍‌ ଗୀତ ପର୍ଯ୍ୟବସିତ ବୋଲି ରୁଡିମେଣ୍ଟାଲ ବ୍ୟାଣ୍ଡ୍‌ର ସଦସ୍ୟ ପିୟର୍ସ ଆଗେଟ୍‌ କହିଛନ୍ତି । ‘ଷ୍ଟାଣ୍ଡ୍‌ବାଏ’ ବିଶ୍ୱକପ୍‌ର ହୃଦୟ ସାଜିବ ବୋଲି ଟୁର୍ଣ୍ଣାମେଣ୍ଟ ଡାଇରେକଫର ଷ୍ଟିଭ୍‌ ଏଲ୍‌ୱାର୍ଦି କହିଛନ୍ତି ।
ଆଗାମୀ ବିଶ୍ୱକପ୍‌ ମେ ୩୦ରୁ ଜୁଲାଇ ୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଦୀର୍ଘ ୪୫ ଦିନ ଧରି ହେବାକୁ ଥିବା ଏହି କ୍ରିକେଟ୍‌ ମହାକୁମ୍ଭର ମ୍ୟାଚ୍‌ ଗୁଡିକ ଗ୍ରେଟ୍‌ ବ୍ରିଟେନ୍‌ର ୧୧ଟି ଭେନୁ୍ୟରେ ଖେଳାଯିବ । ୧୦ଟି ଟିମ୍‌କୁ ନେଇ ଖେଳାଯିବାକୁ ଥିବା ବିଶ୍ୱକପ୍‌ ରାଉଣ୍ଡ ରବିନ୍‌ ଲିଗ୍‌ ଫର୍ମାଟ୍‌ରେ ଖେଳାଯିବ । ଏହି ଫର୍ମାଟ୍‌ ଅନୁସାରେ ସବୁ ଟିମ୍‌ ପରସ୍ପର ସହ ଖେଳିବେ । ଶ୍ରେଷ୍ଠ ୪ଟି ଟିମ୍‌ ସେମିଫାଇନାଲ୍‌କୁ ଉନ୍ନୀତ ହେବେ । ୨୭ ବର୍ଷ ପରେ ବିଶ୍ୱକପ୍‌ ପୁଣି ରାଉଣ୍ଡ ରବିନ୍‌ ଫର୍ମାଟ୍‌ରେ ଖେଳାଯିବ । ଶେଷଥର ୧୯୯୨ ସଂସ୍କରଣ ଏଭଳି ଫର୍ମାଟ୍‌ରେ ଖେଳାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଇଣ୍ଡିଗୋ ସମସ୍ୟା, ଦୁଇ ପ୍ରୋମେଟର ରାକେଶ ଓ ରାହୁଲ୍‌ଙ୍କ ମଧ୍ୟରେ ବିବାଦ

ଇଣ୍ଡିଗୋ ସମସ୍ୟା, ଦୁଇ ପ୍ରୋମେଟର ରାକେଶ ଓ ରାହୁଲ୍‌ଙ୍କ ମଧ୍ୟରେ ବିବାଦ

Read More...

ଏଥର ବିଶ୍ୱକପ୍‌ରେ ରେକର୍ଡ ପୁରସ୍କାର ଅର୍ଥ, ବିଜେତା ପାଇବେ ୪ ନିୟୁତ ଡଲାର

ଏଥର ବିଶ୍ୱକପ୍‌ରେ ରେକର୍ଡ ପୁରସ୍କାର ଅର୍ଥ, ବିଜେତା ପାଇବେ ୪ ନିୟୁତ ଡଲାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page