ରାଜ୍ୟରେ ପଜିଟିଭ୍‌ ୧୧ ହଜାର ଟପିଲା

July 09, 2020, ଓଡ଼ିଶା, , Anupambharat News Bureau


ରାଜ୍ୟରେ ପଜିଟିଭ୍‌ ୧୧ ହଜାର ଟପିଲା
Anupambharat News Bureau
July 09, 2020

ଭୁବନେଶ୍ୱର, ୯ା୭ (ଅନୁପମ ମିଡିା): ରାଜ୍ୟରେ ଆଜି ଆଉ ୫୭୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୧୨୦୧କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆ ଯାଇଛି । ଆଜ ଚିହ୍ନଟ ହୋଇଥିବା ୫୭୭ ଜଣଙ୍କ ମଧ୍ୟରୁ ୪୧୬ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୧୬୧ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଣ୍ଟାକଫ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜ ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତମାନେ ମୋଟ ୨୨ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଂଜାମ ଜିଲ୍ଲାରେ ସବୁଠାରୁ ଅଧିକ ୨୬୦ ଟି ନୂଆ ମାମଲା ସାମନାକୁ ଆସିଛି । ଅନୁଗୁଳ ଜିଲ୍ଲାରେ ୭ , ବାଲେଶ୍ୱର ଜିଲ୍ଲାରେୁ ୩୦ ଜଣ, ଭଦ୍ରକ ଜିଲ୍ଲାରେ ୨ ଜଣ , ବୌଦ୍ଧ ଜିଲ୍ଲାରେ ୫, କଟକ ଜିଲ୍ଲାରେ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଢେଙ୍କାନାଳ ଜିଲ୍ଲାରେ ୪ , ଗଜପତି ଜିଲ୍ଲାରେ ୧୭, ଜଗତସିଂହପୁର ଜିଲ୍ଲାରେ ୭ ଜଣ, ଯାଜପୁର ଜିଲ୍ଲାରେ ୯ ଜଣ , ଝାରସୁଗୁଡା ଜିଲ୍ଲାରେ ଜଣେ, କନ୍ଧମାଳ ଜିଲ୍ଲାରେ ଜଣେ, କେନ୍ଦ୍ରାପଡା ଜିଲ୍ଲାରେ ୩ ଜଣ କରୋନା ଆକ୍ରା; ଚିହ୍ନଟ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାରେ ୪୮ ଜଣ , ଖୋର୍ଧା ଜିଲ୍ଲାରେ ୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ୬, ମାଲକାନଗିିରି ଜିଲ୍ଲାରେ ଜଣେ, ମୟୁରଭଂଜ ଜିଲ୍ଲାରେ ୧୪ ଜଣ, ନୟାଗଡ ଜିଲ୍ଲାରେ ଜଣେ, ପୁରୀ ଜିଲ୍ଲାରେ ୫ ଜଣ କୋରୋନା ଆକ୍ରା; ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାରେ ୩ ଜଣ . ସୋନପୁର ଜିଲ୍ଲାରେ ୫ ଜଣ ଓ ସୁନ୍ଦରଗଡ ଜିଲ୍ଲାରେ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଦିଗରେ ଏକ ଉଲ୍ଲେଖନୀୟ ସଫଳତା ଭାବେ ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୪୦୧ ଜଣ କୋଭିଡ୍‌ ରୋଗୀ ସୁସ୍ଥ ହୋଇଛନ୍ତି । ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୩,୧୪,୯୮୭ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଣି ଚାରି ମୃତ

ପୁଣି ଚାରି ମୃତ

Read More...

ଦିନକରେ ଛ’ ମୁଣ୍ଡ ନେଲା

ଦିନକରେ ଛ’ ମୁଣ୍ଡ ନେଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page