ଦିନକରେ ଛ’ ମୁଣ୍ଡ ନେଲା

July 08, 2020, ଓଡ଼ିଶା, , Anupambharat News Bureau


ଦିନକରେ ଛ’ ମୁଣ୍ଡ ନେଲା
Anupambharat News Bureau
July 08, 2020

ଭୁବନେଶ୍ୱର, ୮ା୭(ଅନୁପମ ମିଡ଼ିଆ): ରାଜ୍ୟରେ କରୋନାର କରାଳ ରୂପ ଜାରି ରହିଛି । ଦିନକୁ ଦିନ କରୋନା ଉଗ୍ରରୂପ ନେଇ ମୁଣ୍ଡ ପରେ ମୁଣ୍ଡ ନେବା ଘଟଣା ରାଜ୍ୟବାସୀଙ୍କୁ ଭୟଭୀତ କରିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ଛ’ ଜଣ କରୋନା ସଂକ୍ରମିତଙ୍କର ମୃତୁ୍ୟ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷେ ଆଜି ଆଉ ୫୨୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରନ୍ତଙ୍କ ସଂଖ୍ୟା ୧୦,୬୨୪କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ମୃତକ ଛ’ଜଣଙ୍କ ମଧ୍ୟରୁ ପାଞ୍ଚ ଜଣ ପୁରୁଷ ଓ ଜଣେ ମହିଳା । ସେମାନଙ୍କ ମଧ୍ୟରୁ ତିନି ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଖୋର୍ଦ୍ଧା, ରାୟଗଡା ଓ କେନ୍ଦ୍ରାପଡାର ଜଣେ ଜଣେ ରହିଥିବା ସୂଚନା ଦିଆଯାଇଛି । ରାୟଗଡା ଜିଲ୍ଲାର ଜଣେ ୮୦ ବର୍ଷୀୟ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି । ସେ କ୍ରନିକ ଅବଷ୍ଟ୍ରକ୍ରିଭ ପୁଲମନରି ଡିଜିଜରେ ପୀଡିତ ଥିଲେ । କେନ୍ଦ୍ରାପଡା ଜିଲ୍ଲାର ଜଣେ ୪୯ ବର୍ଷୀୟ କରୋନା ଆକ୍ରାନ୍ତ ମଧ୍ୟ ପ୍ରାଣ ହରାଇଛନ୍ତି । ସେ ଡାଇବେଟିସରେ ପୀଡିତ ଥିଲେ । ସେହିପରି ଭୁବନେଶ୍ୱରର ୫୫ ବର୍ଷୀୟ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ନେଇ ସୂଚନା ଦିଆଯାଇଛି । ଗଞ୍ଜାମ ଜିଲ୍ଲାର ୫୬ ବର୍ଷୀୟ ଜଣେ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଥିବା ବେଳେ ଏହି ଜିଲ୍ଲାର ଡାଇବେଟିସରେ ପୀଡିତ ଜଣେ ୫୬ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମଧ୍ୟ ମୃତୁ୍ୟ ଘଟିଛି । ଜିଲ୍ଲାରେ ଡାଇବେଟିସରେ ପୀଡିତ ଜଣେ ୫୦ ବର୍ଷୀୟା ମହିଳା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ମୃତୁ୍ୟ ବରଣ କରିଛନ୍ତି । ଅନ୍ୟପକ୍ଷେ ଆଜି ଚିହ୍ନଟ ହୋଇଥିବା ୫୨୭ ଜଣଙ୍କ ମଧ୍ୟରୁ ୩୩୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୧୮୯ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଣ୍ଟାକଫ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ କୋରୋନା ଆକ୍ରାନ୍ତ ମାନେ ମୋଟ ୨୬ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରେ ଜିଲ୍ଲାରେ ସବୁଠାରୁ ଅଧିକ ୨୧୫ ଟି ନୂଆ ମାମଲା ସାମନାକୁ ଆସିଛି । ଅନୁଗୁଳ ଜିଲ୍ଲାରେ ୧ , ବାଲେଶ୍ୱର ଜିଲ୍ଲାରେୁ ୨୬ , ଭଦ୍ରକ ଜିଲ୍ଲାରେ ୧ ଜଣ , ବଲାଙ୍ଗୀର ଜିଲ୍ଲାରେ ୨୧ ଓ କଟକ ଜିଲ୍ଲାରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଢେଙ୍କାନାଳ ଜିଲ୍ଲାରେ ଜଣେ, ଗଜପତି ଜିଲ୍ଲାରେ ତିନି , ଜଗତସିଂହପୁର ଜିଲ୍ଲାରେ ଚାରି, ଯାଜପୁର ଜିଲ୍ଲାରେ ୨୫, ଝାରସୁଗୁଡା ଜିଲ୍ଲାରେ ଚାରି, କେନ୍ଦ୍ରାପଡା ଜିଲ୍ଲାରେ ପାଞ୍ଚ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାରେ ସାତ , ଖୋର୍ଦ୍ଧା ଜିଲ୍ଲାରେ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ଛ’, ମାଲକାନଗିିରି ଜିଲ୍ଲାରେ ତିନି, ମୟୂରଭଞ୍ଜ ଜିଲ୍ଲାରେ ୧୦, ନବରଙ୍ଗପୁର ଜିଲ୍ଲାରେ ତିନି, ନୟାଗଡ ଜିଲ୍ଲାରେ ୧୮, ନୂଆପଡା ଜିଲ୍ଲାରେ ୨୨ ଓ ପୁରୀ ଜିଲ୍ଲାରେ ୧୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡା ଜିଲ୍ଲାରେ ୧ ଜଣ, ସମ୍ବଲପୁର ଜିଲ୍ଲାରେ ଜଣେ, ସୋନପୁର ଜିଲ୍ଲାରେ ପାଞ୍ଚ ଜଣ ଓ ସୁନ୍ଦରଗଡ ଜିଲ୍ଲାରେ ୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ପଜିଟିଭ୍‌ ୧୧ ହଜାର ଟପିଲା

ରାଜ୍ୟରେ ପଜିଟିଭ୍‌ ୧୧ ହଜାର ଟପିଲା

Read More...

ଗଞ୍ଜାମ ଜିଲ୍ଲାକୁ ଟ୍ରେନ ସେବା ବାତିଲ, ଆଜିଠୁ ପାଞ୍ଚ ଦିନିଆ ସଟ୍‌ଡାଉନ

ଗଞ୍ଜାମ ଜିଲ୍ଲାକୁ ଟ୍ରେନ ସେବା ବାତିଲ, ଆଜିଠୁ ପାଞ୍ଚ ଦିନିଆ ସଟ୍‌ଡାଉନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page