ଚାଇନିଜ କମ୍ପାନୀକୁ ବ୍ଲାକଲିଷ୍ଟ କଲା ଆମେରିକା

May 25, 2020, ଦେଶ, , Anupambharat News Bureau


ଚାଇନିଜ କମ୍ପାନୀକୁ ବ୍ଲାକଲିଷ୍ଟ କଲା ଆମେରିକା
Anupambharat News Bureau
May 25, 2020

ନୂଆଦିଲ୍ଲୀ: ଦୁନିଆର ଦୁଇ ମହାଶକ୍ତି ଆମେରିକା ଓ ଚୀନ ମଧ୍ୟରେ ତିକ୍ତତା କ୍ରମାଗତ ବଢିବାରେ ଲାଗିଛି । ଏହି କ୍ରମରେ ଆମେରିକା ଚୀନ ଉପରେ ପ୍ରହାର କରି ୩୩ ଚାଇନିଜ୍‌ କମ୍ପାନୀ ଓ ସଂସ୍ଥାକୁ କଳାତାଲିକାଭୁକ୍ତ କରିଛି । କୁହାଯାଉଛି ଡ୍ରାଗନ ମଧ୍ୟ ପାଲଟା ଜବାବ ସ୍‌ରୂପ ଆମେରିକା କମ୍ପାନୀକୁ କଳାତାଲିକା ଭୁକ୍ତି କରିପାରେ । ଆମେରିକାର ବାଣିଜ୍ୟିକ ବିଭାଗ ସେହି କମ୍ପାନୀକୁ କଳାତାଲିକା ଭୁକ୍ତ କରିଛି, ଯେଉଁମାନେ ଆମେରିକା ଟେକ୍ନୋଲୋଜି ଓ ଅନ୍ୟ ବସ୍ତୁର ପ୍ରବେଶ ଉପରେ ରୋକ୍‌ ଲଗାଉଛନ୍ତି । କଳାତାଲିକାଭୁକ୍ତ କମ୍ପାନୀ ମଧ୍ୟରୁ ୨୪ କମ୍ପାନୀ ୟୁନିଭର୍ସିଟିର ସେନା ସହିତ ସମ୍ବନ୍ଧ ଥିବା ଏବଂ ୯ ସଂସ୍ଥା ଶିନଜିୟାଙ୍ଗ ପ୍ରାନ୍ତରେ ମାନବାଧିକାରର ଉଲ୍ଲଂଘନ କରୁଥିବା ଆରୋପ ଲାଗିଛି । ଏହି ନିଷ୍ପତ୍ତି ପରେ କଳା ତାଲିକାଭୁକ୍ତ ସୂଚୀରେ ସାମିଲ କମ୍ପାନୀ ଆମେରିକାର ଏହି ପଦକ୍ଷେପକୁ ସମାଲୋଚନା କରିଛନ୍ତି । ବିଶ୍ଳେଷକଙ୍କ କହିବା କଥା ଏଥିରେ ଆମେରିକା ଓ ଚୀନ ମଧ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇବ । ରପ୍ତାନୀ କରୁଥିବା ଟେକ୍ନୋଲୋଜି କମ୍ପାନୀ ଏହି ପଦକ୍ଷେପରେ କାରବାରକୁ ନେଇ ମଧ୍ୟ ରାଜନୀତି କରାଯାଉଛି । ଭିଡିଓ ରେକର୍ଡର ଉତ୍ପାଦନ କରୁଥିବା କମ୍ପାନୀ ନେଟେ¬ାସା ଟେକ୍ନୋଲୋଜି କହିଛି, ଏହି ପ୍ରତିବନ୍ଧକରେ ତାର ଦୈନିକ କାମରେ ବ୍ୟାପକ ପ୍ରଭାବ ପଡିବ ନାହିଁ । ଚୀନର ପୂର୍ବତନ ବାଣିଜ୍ୟ ମନ୍ତ୍ରୀ ତଥା କୂଟନୈତିଜ୍ଞ ଝାଉ ସିଆମିଙ୍ଗ କହିଛନ୍ତି, ଏହି ପଦକ୍ଷେପରେ ଆମେରିକା ଓ ଚୀନ ଟେକ୍ନୋଲୋଜି କମ୍ପାନୀ ମଧ୍ୟରେ ଲଢେଇ ଆରମ୍ଭ ହୋଇଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓମ୍‌ଫେଡ୍‌ର ନୂଆଁ ପ୍ୟାକେଜ

ଓମ୍‌ଫେଡ୍‌ର ନୂଆଁ ପ୍ୟାକେଜ

Read More...

କୋଭିଡ-୧୯: ଟପ୍‌ ୧୦ ରାଷ୍ଟ୍ରଙ୍କ ମଧ୍ୟରେ ଭାରତ

କୋଭିଡ-୧୯: ଟପ୍‌ ୧୦ ରାଷ୍ଟ୍ରଙ୍କ ମଧ୍ୟରେ ଭାରତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page