କୋଭିଡ-୧୯: ଟପ୍‌ ୧୦ ରାଷ୍ଟ୍ରଙ୍କ ମଧ୍ୟରେ ଭାରତ

May 25, 2020, ଦେଶ, , Anupambharat News Bureau


କୋଭିଡ-୧୯: ଟପ୍‌ ୧୦ ରାଷ୍ଟ୍ରଙ୍କ ମଧ୍ୟରେ ଭାରତ
Anupambharat News Bureau
May 25, 2020

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣରେ ୧୦ ଶୀର୍ଷ ଦେଶଙ୍କ ସୂଚୀରେ ସ୍ଥାନ ପାଇଛିଛ ଭାରତ । ଏହି ସୂଚୀର ପ୍ରଥମ ସ୍ଥାନରେ ୧୬ଲକ୍ଷ ୪୩ହଜାର ୨୪୬ ସଂକ୍ରମିତଙ୍କ ସହ ଆମେରିକା ଥିବା ବେଳେ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ରହିଛି ।
ବ୍ରାଜିଲରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୬୩ ହଜାର ୨୧୧ ଜଣ ସଂକ୍ରମିତ ହୋଇଥିବା ବେଳେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୯୦ ହଜାର ୬୩୪ ରହିଛି । ପଛକୁ ଋଷିଆ ୩ଲକ୍ଷ ୪୪ ହଜାର ୪୮୧ ସଂକ୍ରମିତଙ୍କ ସହ ତୃତୀୟ ସ୍ଥାନକୁ ଉନ୍ନିତ ହୋଇଛି । ଋଷରେ ୨ଲକ୍ଷ ୨୭ ହଜାର ୬୪୧ ଆକଫିଭ କେସ୍‌ ଥିବା ବେଳେ ଏପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି ୧ଲକ୍ଷ ୧୩ ହଜାର ୨୯୯ ଜଣ । ସେହିପରି ବ୍ରିଟେନ ୨ଲକ୍ଷ ୬୦ ହଜାର ୯୧୬ ଜଣ ସଂକ୍ରମିତଙ୍କ ସହ ସୂଚୀର ଚତୁର୍ଥ ସ୍ଥାନରେ ରହିଛି । ଏଠାରେ ମୋଟ ଆକଫିଭ କୋରନା ସଂଖ୍ୟା ୨ଲକ୍ଷ ୨୨ ହଜାର ୮୯୦ଥିବା ବେଳେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ମାତ୍ର ୧ ହଜାର ୧୫୧ ଜଣ ।
ସେହିପରି ମୋଟ ସଂକ୍ରମିତଙ୍କ ମଧ୍ୟରୁ ବ୍ରିଟେନରେ ଏପର୍ଯ୍ୟନ୍ତ ୩୬ ହଜାର ୮୭୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚୀର ୫ମ ସ୍ଥାନରେ ରହିଛି ସ୍ପେନ । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୩୫ ହଜାର ୭୭୨ରେ ପହଞ୍ଚିଥିବା ବେଳେ ମୋଟ ଆକଫିଭ କେସ୍‌ ସଂଖ୍ୟା ୫୬ହଜାର ୬୪୪ ରହିଛି । ୧ଲକ୍ଷ ୫୦ ହଜାର ୩୭୬ ଜଣ ସୁସ୍ଥ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୨୮ ହଜାର ୭୫୨ ଜଣଙ୍କର ମୃତ୍ୟୁ ହେଲାଣି । ଇଟାଲୀ ସୂଚୀର ଷଷ୍ଠ ସ୍ଥାନକୁ ଖସିଥିଲେବି ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୨୯ ହଜାର ୮୫୮ ରହିଛି । ଏବେ ୫୬ ହଜାର ୫୯୪ ଆକଫିଭ କେସ୍‌ ଥିବା ବେଳେ ସୁସ୍ଥ ହୋଇଛନ୍ତି ୧ଲକ୍ଷ ୪୦ ହଜାର ୪୭୯ ଜଣ । ସେହିପରି ୧ଲକ୍ଷ ୮୨ହଜାର ୭୦୯ ଜଣ ସଂକ୍ରମିତଙ୍କ ସହ ଫ୍ରାନ୍ସ ସୂଚୀର ସପ୍ତମ ସ୍ଥାନରେ ଥିବା ବେଳେ ଏଠାରେ ଆକଫିଭ ସଂକ୍ରମିତଙ୍କ ସଂଖ୍ୟା ୮୯ହଜାର ୬୦୪ ରହିଛି । ୬୪ ହଜାର ୭୩୫ ଜଣ ସୁସ୍ଥ ହୋଇଥିବା ବେଳେ ଏପର୍ଯ୍ୟନ୍ତ ପ୍ରାଣ ହରାଇଲେଣି ୨୮ ହଜାର ୩୭୦ ଜଣ । ସୂଚୀର ଅଷ୍ଟମ ସ୍ଥାନରେ ରହିଛି ଜର୍ମାନୀ । ଦେଶରେ ମୋଟ ୧ଲକ୍ଷ ୮୦ ହଜାର ୩୨୮ ଜଣ ସଂକ୍ରମିତ ହୋଇଥିବା ବେଳେ ଆକଫିଭ ମାମଲା ସଂଖ୍ୟା ୧୧ ଜାର ୭୬୪ ରହିଛି । ଜର୍ମାନୀରେ ସର୍ବାଧିକ ୧ଲକ୍ଷ ୬୦ ହଜାର ୨୮୧ ଜଣ ସୁସ୍ଥ ହୋଇଥିବା ବେଳେ ପ୍ରାଣ ହରାଇଛନ୍ତି ୮ହଜାର ୩୮୩ ଜଣ । ତୁର୍କି ୧ଲକ୍ଷ ୫୬ ହଜାର ୮୨୭ ସଂକ୍ରମିତଙ୍କ ସହ ସୂଚୀର ନବମ ସ୍ଥାନରେ ରହିଛି । ଏଠାରେ ଆକଫିଭ କେସ୍‌ ସଂଖ୍ୟା ୩୩ ହଜାର ୭୯୩ ଥିବା ବେଳେ ସୁସ୍ଥ ହୋଇଛନ୍ତି ୧ଲକ୍ଷ ୧୮ ହଜାର ୬୯୪ ଜଣ । ସେହିପରି ଟପ୍‌ ଟେନ ସୂଚୀରେ ନୂଆ କରି ପହଞ୍ଚିଛି ଭାରତ । ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩୮ ହଜାର ୮୪୫ ଥିବା ବେଳେ ଆକଫିଭ କେସ୍‌ ସଂଖ୍ୟା ୭୭ ହଜାର ୧୦୩ ରହିଛି ।
ଦେଶରେ ୫୭ ହଜାର ୭୨୧ ଜଣ ସୁସ୍ଥ ହୋଇଥିବା ବେଳେ ୪ହଜାର ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ସୂଚନାରୁ ଜଣାପଡିଛି । ତେବେ ଭାରତ ଗତ ୨୪ ଘଣ୍ଟାର ସଂକ୍ରମଣରେ ସୂଚୀର ୧୦ ସ୍ଥାନକୁ ପହଞ୍ଚିଥିବା ଜଣାପଡିଛି ।
ଦେଶରେ ଗତ ୨୪ଘଣ୍ଟାରେ ୬ହଜାର ୯୭୭ଟି ନୂଆ ମାମଲା ଆସିଛି । ଏହି ସମୟରେ ସାରା ଦେଶରେ ୧୫୪ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି । ଗତ ୨୪ ଘଣ୍ଟାରେ ସଂକ୍ରମଣର ଏହା ସର୍ବ ବୃହତ୍ତ ସଂଖ୍ୟା ବୋଲି ମନ୍ତ୍ରାଳୟ କହିଛନ୍ତି । ଏହା ପୂର୍ବ ଦିନ ୬ହଜାର ୭୬୭ଟି ନୂଆ ମାମଲା ଆସିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚାଇନିଜ କମ୍ପାନୀକୁ ବ୍ଲାକଲିଷ୍ଟ କଲା ଆମେରିକା

ଚାଇନିଜ କମ୍ପାନୀକୁ ବ୍ଲାକଲିଷ୍ଟ କଲା ଆମେରିକା

Read More...

ଗୋଟିଏ ଦିନରେ ୬୯୭୭ ପଜିଟିଭ ଚିହ୍ନଟ

ଗୋଟିଏ ଦିନରେ ୬୯୭୭ ପଜିଟିଭ ଚିହ୍ନଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page