ବିବାହ ଭୋଜି ଖାଇ ୧୯୮ରୁ ଉର୍ଦ୍ଧ ଲୋକ ଝାଡାବାନ୍ତି ରୋଗରେ ଆକ୍ରାନ୍ତ

May 17, 2019, ଓଡ଼ିଶା, , Anupambharat News Bureau


 ବିବାହ ଭୋଜି  ଖାଇ ୧୯୮ରୁ ଉର୍ଦ୍ଧ ଲୋକ ଝାଡାବାନ୍ତି ରୋଗରେ ଆକ୍ରାନ୍ତ
Anupambharat News Bureau
May 17, 2019

ଜଳେଶ୍ୱର,୧୭ା୫ (ଅନୁପମ ମିଡିଆ): ଭୋଗରାଇ ବ୍ଲକ ଅନ୍ତର୍ଗତ ଗୋଚ୍ଛିଦା ତେଘରୀ ଗ୍ରାମ ପଂଚାୟତର ରାଣୀବସାଣ ଗ୍ରାମରେ ବିବାହ ଭୋଜି ଖାଇ ୧୯୮ରୁ ଉର୍ଦ୍ଧ ଲୋକ ଅସୁସ୍ଥ ହେବା ଏବଂ ଚିକିସିା ପାଇଁ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହେବା ଘଟଣା ଏଠାରେ ଚାଂଚଲ୍ୟ ଖେଳାଇ ଦେଇଛି । ଏପରିକି ବର ଓ କନ୍ୟା ମଧ୍ୟ ଏହି ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ଡାକ୍ତର ଖାନାକୁ ଯିବାକୁ ପଡିଛି । ଘଟଣାରୁ ଜଣାଯାଇଛି ରାଣୀବସାଣ ଗ୍ରାମର ଗୈାରହରୀ ଜେନାଙ୍କ ପୁଅ ଦୀପକ ଜେନାଙ୍କ ପ୍ରୀତି ଭୋଜନରେ ନିମନ୍ତ୍ରୀତ ଗ୍ରାମବାସୀ ମାନଙ୍କ ସହିତ ପରିବାରର ଲୋକମାନେ ଏହି ଭୋଜି ଖାଇଥିଲେ ।
ଖାଇବାର ୨ଘଣଫା ପରେ ସମସ୍ତଙ୍କୁ ଝାଡା ଓ ବାନ୍ତି ହୋଇଥିଲା । ଆକ୍ରାନ୍ତ ମାନଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ବର୍ତମାନ ସୁଦ୍ଧା ୧୯୮ ଜଣରୁ ଉର୍ଦ୍ଧ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ଚିକିସିିତ ହେଉଛନ୍ତି । ଖାଦ୍ୟରେ କୈାଣସୀ ବିଷାକ୍ତ ଜିନିଷ ମିଶିଥିବା କିମ୍ବା ଗରମ ଯୋଗୁଁ ବିଷାକ୍ତ ହୋଇଥିବା ଡାକ୍ତର କମଳାକାନ୍ତ ଜେନା କହିଛନ୍ତି । ବାଲେଶ୍ୱରରୁ ଏକ ଡାକ୍ତରୀ ଦଳ ଗାଁରେ ପହଂଚି ଚିକିସିା ଆରମ୍ଭ କରିଥିବା ଜଣାଯାଇଛି । ଏଥି ସହିତ ଏକ ୪ଜଣିଆ ଟିମ୍‌ ସେହି ଗ୍ରାମର ପାନୀୟ ଜଳର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Read More...

ଭୟାବହ ଅଗ୍ନିକାଣ୍ଡ ୩୦ଲକ୍ଷ ଟଙ୍କା ସମ୍ପତ୍ତି ନଷ୍ଟ

ଭୟାବହ ଅଗ୍ନିକାଣ୍ଡ ୩୦ଲକ୍ଷ ଟଙ୍କା ସମ୍ପତ୍ତି ନଷ୍ଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page