ଭୟାବହ ଅଗ୍ନିକାଣ୍ଡ ୩୦ଲକ୍ଷ ଟଙ୍କା ସମ୍ପତ୍ତି ନଷ୍ଟ

May 17, 2019, ଓଡ଼ିଶା, , Anupambharat News Bureau


ଭୟାବହ ଅଗ୍ନିକାଣ୍ଡ ୩୦ଲକ୍ଷ ଟଙ୍କା ସମ୍ପତ୍ତି ନଷ୍ଟ
Anupambharat News Bureau
May 17, 2019

ପଟ୍ଟାମୁଣ୍ଡାଇ,୧୭ା୫(ଅନୁପମ ମିଡିଆ): ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦୋଷିଆ ପଞ୍ଚାୟତ ବାସୁଦେବପୁର ଗ୍ରାମରେ ଆଜି ଦିବା ୧୨ ଘଟିକା ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୫ ବଖରା ଚାଳଛପର ଘର ସମେତ ଆସବାବପତ୍ର ଓ ୩୦୦ କ୍ୱିଣ୍ଟାଲ ଧାନ ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ପ୍ରାୟ ୩୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ପ୍ରାଥମିକ ଅଟ୍ଟକଳରୁ ଜଣାପଡିଛି । ପ୍ରକାଶ ଯେ ଆଜି ଦିବା ୧୨ ଘଟିକା ସମୟରେ ବାସୁଦେବପୁର ଗ୍ରାମର ଅର୍ଜ୍ଜୁନ ମଳିକ, ଭୀମସେନ ମଳିକ, ଫୁଲ ବେୱା, ମୁରଲୀଧର ମଳିକ, ରମେଶ ମଳିକ, ଉମେଶ ମଳିକ, ଜଗବନ୍ଧୁ ମଳିକ, ପ୍ରେମାନନ୍ଦ ମଳିକଙ୍କର ୧୫ ବଖରା ଚାଳଛପର ଘର ସମେତ ଆସବାବପତ୍ର ଓ ୩୦୦ କ୍ୱିଣ୍ଟାଲ ଧାନ ପୋଡି ପାଉଁଶ ହୋଇଯାଇଛି । ଘର କରିବା ପାଇଁ ଭୀମସେନ ରଖିଥିବା ୭୦ ହଜାର ଟଙ୍କା ମଧ୍ୟ ପୋଡିଯାଇଛି । ଏହି ଅଗ୍ନିକାଣ୍ଡରେ ସୁଶାନ୍ତ ମଳିକ ଓ ବିଜୟ ମଳିକଙ୍କ ୨ବଖରା ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି ।
ଖବରପାଇ କେନ୍ଦ୍ରାପଡା ଜିଲ୍ଲା ବିଜେଡି ପ୍ରାକ୍ତନ ସଭାପତି ଧ୍ରୁବ ସାହୁ , ଜିଲ୍ଲାପରିଷଦ ସଦସ୍ୟ ପ୍ରଫଲ୍ଲ୍‌ ପ୍ରଧାନ, ପଟ୍ଟାମୁଣ୍ଡାଇର ପ୍ରାକ୍ତନ ପୌରାଧ୍ୟକ୍ଷ ହେମନ୍ତ କୁମାର ସାହୁ, ଦୋଷିଆ ସମିତିସଭ୍ୟ ରମେଶ ଦାସ, ଯୁବନେତା ସୁଦାମ ରାଉତ, ନଗର ଯୁବବିଜେଡି ସଭାପତି ମିଟୁ ମନୋଜ ନାୟକ, ପ୍ରଦୁ୍ୟମ୍ନ ସାମନ୍ତରାୟ ପ୍ରମୁଖ ଅଗ୍ନିବିପନ୍ନ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।
ଜିଲ୍ଲା ବିଜେଡି ପ୍ରାକ୍ତନ ସଭାପତି ଶ୍ରୀସାହୁ ଅଗ୍ନିକାଣ୍ଡର ଭୟାବହତା ସଂପର୍କରେ ପଟ୍ଟାମୁଣ୍ଡାଇ ତହସିଲଦାର ଶରତ କୁମାର ଗିରି, ବିଡିଓ ପବିତ୍ର ମୋହନ କାନୁନଗୋଙ୍କୁ ଜଣାଇବା ସହିତ ସମସ୍ତ ପ୍ରକାର ସରକାରୀ ସହାୟତା ପାଇଁ ନିବେଦନ କରିଥିଲେ । ପଟ୍ଟାମୁଣ୍ଡାଇ ତହସିଲଦାର ଶ୍ରୀଗିରି, ବିଡିଓ ଶ୍ରୀକାନୁନଗୋ, ବ୍ଲକ ସହକାରୀଯନ୍ତ୍ରୀ ସୁରେଶ ବେହେରା, କନିଷ୍ଠଯନ୍ତ୍ରୀ ପ୍ରସନ୍ନ କୁମାର ରାଉତ, ଜିପିଓ ଶୈଳେନ୍ଦ୍ର ରାଉତ, ଭିଏଲଡବ୍ଲì୍ୟ ସୁକାନ୍ତ ନାୟକ, ବୁଲୁ ସିଂହ ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ଯୁବନେତା ଶ୍ରୀସାହୁ ପ୍ରଶାସନିକ ଅଧିକାରୀମାନଙ୍କୁ ଘଟଣାସ୍ଥଳ ପରିଦର୍ଶନ କରାଇ ପଲିଥିନ ବ୍ୟବସ୍ଥା କରିବା ସହିତ ପ୍ରାଥମିକ ଭାବେ ୩ଦିନ ପାଇଁ ରନ୍ଧାଖାଦ୍ୟ ଯୋଗାଇ ଦେବା ସହିତ ପରବର୍ତ୍ତୀ ସମୟରେ ଏହାକୁ ବୃଦ୍ଧି କରିବାକୁ ପରାର୍ମଶ ଦେଇଥିଲେ । ଅଗ୍ନିକାଣ୍ଡ ଖବରପାଇ ଦୋଷିଆ ସରପଞ୍ଚ ପ୍ରଭାତ ରnନ ପ୍ରଧାନ ଦମକଳ ଗାଡିକୁ ଖବର ଦେଇ ନିଆଁକୁ ଆୟତ୍ତ କରିବା ସହିତ ପଞ୍ଚାୟତ ପକ୍ଷରୁ ବିପନ୍ନ ଲୋକମାନଙ୍କୁ ଲୁଗାପଟା ବଣ୍ଟନ କରିଥିଲେ । ଆଜି ସନ୍ଧ୍ୟାରେ ରାଜନଗର ବିଧାୟକ ଅଂଶୁମାନ ମହାନ୍ତି ଅଗ୍ନିବିପନ୍ନ ପରିବାରକୁ ଭେଟି ସମବଦେନା ଜ୍ଞାପନ କରିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ବିଧାୟକଙ୍କ ସହିତ ନଗର ସଭାପତି ପ୍ରଦୀପ ପ୍ରଧାନ, ୧୭ନଂ. ଜୋନ ସଭାପତି ଯୁବନେତା ଟୁନା ଦାଶ, ମୁନା ମହାପାତ୍ର, ୧୮ନଂ. ଜୋନ କାର୍ଯ୍ୟକାରୀ ସଭାପତି ମାଗୁଣୀ ସ୍ୱାଇଁ, ବରିଷ୍ଠନେତା ଗୌରାଙ୍ଗ ସ୍ୱାଇଁ ପ୍ରମୁଖ ଅଗ୍ନିବିପନ୍ନ ପରିବାରକୁ ଭେଟି ସହାୟତା ପ୍ରଦାନ କରିବା ସହିତ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରଶାସନ ନିକଟରେ ଦାବି କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ବିବାହ ଭୋଜି  ଖାଇ ୧୯୮ରୁ ଉର୍ଦ୍ଧ ଲୋକ ଝାଡାବାନ୍ତି ରୋଗରେ ଆକ୍ରାନ୍ତ

ବିବାହ ଭୋଜି ଖାଇ ୧୯୮ରୁ ଉର୍ଦ୍ଧ ଲୋକ ଝାଡାବାନ୍ତି ରୋଗରେ ଆକ୍ରାନ୍ତ

Read More...

 ନୂଆ ଗାଡ଼ି ପୂଜା ବେଳେ ଲେମ୍ବୁ ବଦଳରେ ବଳି ପଡ଼ିଲେ ନନା

ନୂଆ ଗାଡ଼ି ପୂଜା ବେଳେ ଲେମ୍ବୁ ବଦଳରେ ବଳି ପଡ଼ିଲେ ନନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page