ପୁଣି ୬୮ ପଜିଟିଭ୍‌ ଚିହ୍ନଟ

May 18, 2020, ଓଡ଼ିଶା, , Anupambharat News Bureau


ପୁଣି ୬୮ ପଜିଟିଭ୍‌ ଚିହ୍ନଟ
Anupambharat News Bureau
May 18, 2020

ଭୁବନେଶ୍ୱର, ୧୭ା୫(ଅନୁପମ ମିଡ଼ିଆ): ରାଜ୍ୟରେ ପୁଣି ୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସକାଳେ ୪୮ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସନ୍ଧ୍ୟାରେ ଆଉ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ଫଳରେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୮୯୬ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେହିପରି ପ୍ରଥମ ଥର ପାଇଁ କନ୍ଧମାଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରା ଯାଇଛି । ଜିଲ୍ଲାରୁ ୨ ଜଣ କରୋନା ପଜିଟିଭ ଥିବା ଜଣାପଡିଛି । ସେହିପରି ୫୭ ଜଣ ସୁସ୍ଥ ହୋଇଥିବା ବେଳେ କରୋନା ମୁକ୍ତ ହୋଇଛି ଭୁବନେଶ୍ୱର । ପ୍ରଥମେ ଚିହ୍ନଟ ୪୮ଜଣ ସଂକ୍ରମିତଙ୍କ ମଧ୍ୟରେ ଯାଜପୁର ଜିଲ୍ଲାର ୧୬ ଜଣ, ଗଞ୍ଜାମ ଜିଲ୍ଲାର ୧୫ ଜଣ, ପୁରୀ ଜିଲ୍ଲାର ୪ ଜଣ, କେନ୍ଦ୍ରାପଡା ଜିଲ୍ଲାର ୩ ଜଣ, ନୟାଗଡ ଜିଲ୍ଲାର ୩ ଜଣ, ବଲାଙ୍ଗୀର ଜିଲ୍ଲାର ୨ ଜଣ, କନ୍ଧମାଳ ଜିଲ୍ଲାର ୨ ଜଣ, ବୌଦ୍ଧ ଜିଲ୍ଲାର ଓ ଖୋର୍ଦ୍ଧା ଜିଲ୍ଲାର ଜଣେ ଲେଖାଏଁ ଅଛନ୍ତି । ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାର ୧୬ଆକ୍ରାନ୍ତଙ୍କ ମଧ୍ୟରେ ୭ ଜଣ ପଶ୍ଚିମ ବଙ୍ଗ ଫେରନ୍ତା ଥିବା ବେଳେ ୪ ଜଣ ଆନ୍ଧ୍ର ପ୍ରଦେଶ ଫେରନ୍ତା ଓ ୪ ଜଣ ଅହମଦାବାଦ ଫେରନ୍ତା । ଏମାନେ ସମସ୍ତେ କ ୍ୱାରେଣ୍ଟାଇନରେ ଥିଲେ । ଗଂଜାମ ଜିଲ୍ଲାର ୧୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ସୁରତ ଫେରନ୍ତା ହୋଇଥିବା ବେଳେ ଜଣେ ବେଙ୍ଗାଲୁରୁ ଫେରନ୍ତା ରହିଛନ୍ତି । ଏମାନଙ୍କ ମଧ୍ୟରୁ ୧୪ ଜଣ କ ୍ୱାରେଂଟାଇନ ସେଂଟରରେ ଥିଲେ । କେନ୍ଦ୍ରାପଡା ଜିଲ୍ଲାର ତିନି ଜଣ ଯାକ ପଶ୍ଚିମ ବଙ୍ଗ ଫେରନ୍ତା ଓ ସେମାନେ କ ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ଖୋର୍ଦ୍ଧା ଜିଲ୍ଲାର ଆକ୍ରାନ୍ତ ଜଣଙ୍କ ସୁରତରୁ ଫେରିଥିଲେ ଓ ସେ ମଧ୍ୟ କ ୍ୱାରେଣ୍ଟାଇନରେ ଥିଲେ । କଟକ ଜିଲ୍ଲାର ଆକ୍ରାନ୍ତ ଜଣଙ୍କ ମହାରାଷ୍ଟ୍ରରୁ ଫେରଥିଲେ ଓ ସେ କ ୍ୱାରେଣ୍ଟାଇନ କେନ୍ଦ୍ରରେ ଥିଲେ । ସେହିପରି ବୌଦ୍ଧ ଜିଲ୍ଲାର ଜଣେ ଓ ବଲାଙ୍ଗୀର ଜିଲ୍ଲାର ଦୁଇ ଜଣ ଆକ୍ରାନ୍ତ ସୁରତରୁ ଫେରିଥିଲେ ଓ ସେମାନେ ମଧ୍ୟ କ ୍ୱାରେଣ୍ଟାଇନ କେନ୍ଦ୍ରରେ ଥିଲେ । ନୟାଗଡ ଜିଲ୍ଲାର ତିନି ଜଣ ଆକ୍ରାନ୍ତ ଅହମଦାବାଦରୁ ଫେରିଥିଲେ ଓ ସେମାନେ ମଧ୍ୟ କ ୍ୱାରେଣ୍ଟାଇନରେ ଥିଲେ । କନ୍ଧମାଳ ଜିଲ୍ଲାର ଦୁଇ ଜଣ ଆକ୍ରାନ୍ତ ତାମିଲନାଡୁରୁ ଫେରିଥିଲେ ଓ ସେମାନେ କ ୍ୱାରେଣ୍ଟାଇନ କେନ୍ଦ୍ରରେ ଥିଲେ । ପୁରୀ ଜିଲ୍ଲାର ଚାରି ଜଣ ସଂକ୍ରମିତଙ୍କ ମଧ୍ୟରେ ଦୁକ ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ବେଳେ ଜଣେ ସ୍ଥାନୀୟ ମଧ୍ୟ ସଂକ୍ରମିତ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ସେହିପରି ସନ୍ଧ୍ୟାରେ ଚିହ୍ନଟ ସମସ୍ତ ୨୦ ଜଣ ଆକ୍ରାନ୍ତ ଜଗତସିଂହପୁର ଜିଲ୍ଲାର । ସୋମବାର ଜଗତସିଂହପୁର ଜିଲ୍ଲାର କରୋନା ମୁକ୍ତ ହେବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଅପରାହ୍ନରେ ପୁଣି ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ଟୁଇଟ କରି ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯୬ରେ ହୋଇଥିବା ବେଳେ ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା ୬୧୫ରେ ପହଂଚିଛି ।ଜଗତସିଂହପୁର ଜିଲ୍ଲାପାଳଙ୍କ ଟୁଇଟ ଅନୁଯାୟୀ, ଜିଲ୍ଲାରେ ଚିହ୍ନଟ ହୋଇଥିବା ୨୦ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୯ଜଣ ନାଉଗାଁର ଓ ଜଣେ କୁଜଙ୍ଗର ।ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ଏବଂ ସଙ୍ଗରୋଧ କେନ୍ଦ୍ରରେ ଥିଲେ । ସେମାନେ ପଶ୍ଚିମବଙ୍ଗରୁ ଏକା ସଙ୍ଗରେ ବସରେ ଫେରିଥିଲେ ବୋଲି ସୂଚନା ରହିଛି । ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୯୫,୭୬୬ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି ।ବର୍ତମାନ ସୁଦ୍ଧା ସମୁଦାୟ ୮୯୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୨୭୭ ଜଣ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି । ୪ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତୁ୍ୟ ହୋଇଥିବା ବେଳେ ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୬୧୫ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିିଶାରେ ମୃତୁ୍ୟହାର ସର୍ବନିମ୍ନ

ଓଡ଼ିିଶାରେ ମୃତୁ୍ୟହାର ସର୍ବନିମ୍ନ

Read More...

ଜେଲ୍‌ରୁ ପ୍ରଥମ ଆକ୍ରାନ୍ତ, ଆଇଆଇସି ସହ ୩୦ ପୋଲିସ କର୍ମଚାରୀ କ୍ୱାରେଣ୍ଟାଇନ୍‌ରେ

ଜେଲ୍‌ରୁ ପ୍ରଥମ ଆକ୍ରାନ୍ତ, ଆଇଆଇସି ସହ ୩୦ ପୋଲିସ କର୍ମଚାରୀ କ୍ୱାରେଣ୍ଟାଇନ୍‌ରେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page