ଜେଲ୍‌ରୁ ପ୍ରଥମ ଆକ୍ରାନ୍ତ, ଆଇଆଇସି ସହ ୩୦ ପୋଲିସ କର୍ମଚାରୀ କ୍ୱାରେଣ୍ଟାଇନ୍‌ରେ

May 18, 2020, ଓଡ଼ିଶା, , Anupambharat News Bureau


ଜେଲ୍‌ରୁ ପ୍ରଥମ ଆକ୍ରାନ୍ତ, ଆଇଆଇସି ସହ ୩୦ ପୋଲିସ କର୍ମଚାରୀ କ୍ୱାରେଣ୍ଟାଇନ୍‌ରେ
Anupambharat News Bureau
May 18, 2020

ପୁରୀ,୧୭ା୫(ଅନୁପମମିଡ଼ିଆ): ରାଜ୍ୟରେ ପ୍ରଥମ ଥର ଲାଗି ଜେଲ୍‌ରେ ଥିବା ଜଣେ ଅଭିଯୁକ୍ତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ପୁରୀ ଜେଲ୍‌ରେ ଏକ ପ୍ରକାର ହଇଚଇ ସୃଷ୍ଟି ହୋଇଛି । ଅନ୍ୟପକ୍ଷେ ଏହି ଅଭିଯୁକ୍ତକୁ ବାନ୍ଦି ଜେଲ୍‌କୁ ପଠାଇଥିବା କୁମ୍ବାରପଡା ଥାନାର ଆଇଆଇସି ସମେତ ୩୦ ଜଣ କର୍ମଚାରୀ ହୋମ କ୍ୱାରେଣ୍ଟାଇନକୁ ପଠାଯାଇଛି । ମିଳିଥିବା ସୂଚନାନୁଯାୟୀ ଏକ ରାହାଜାନି ମାମଲାରେ କୁମ୍ବରପଡ଼ା ପୋଲିସ ଗତ ୧୫ ତାରିଖରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା ଏବଂ ୧୬ରେ କୋର୍ଟ ଚାଲଣ କରିଥିଲା । ଅଭିଯୁକ୍ତର ଜାମିନ ନାମାଞ୍ଜୁର ହେବାରୁ ତାକୁ ଜେଲ୍‌କୁ ପଠାଯାଇଥିଲା । ତେବେ ବର୍ତ୍ତମାନ କୋଭିଡ଼ ୧୯ ମୁତାବକ ଅଭିଯୁକ୍ତର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଆଜି ରିପୋର୍ଟ ଆସିବା ପରେ ଏହା ପଜିଟିଭ ଥିବା ଜଣାପଡ଼ିଛି । ପରବର୍ତ୍ତୀ ସମୟରେ କୁମ୍ବରପଡ଼ା ଥାନା ଆଇଆଇସି ଏବଂ ୩୦ ଜଣକୁ କ୍ୱାରେଣ୍ଟାଇନକୁ ପଠାଯାଇଛି । ସେମାନେ ସମସ୍ତେ ସମୁଦ୍ରକୂଳରେ ଥିବା ଏକ ହୋଟେଲରେ ସଙ୍ଗରୋଧରେ ରହିଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଣି ୬୮ ପଜିଟିଭ୍‌ ଚିହ୍ନଟ

ପୁଣି ୬୮ ପଜିଟିଭ୍‌ ଚିହ୍ନଟ

Read More...

ରାଜ୍ୟରେ ୯୧ ନୂଆ ପଜିଟିଭ ଚିହ୍ନଟ

ରାଜ୍ୟରେ ୯୧ ନୂଆ ପଜିଟିଭ ଚିହ୍ନଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page