ପ୍ରବାସୀଙ୍କ ପାଇଁ ୧୧୦୦୨ କୋଟିର ପାଣ୍ଠି

May 14, 2020, ଦେଶ, , Anupambharat News Bureau


ପ୍ରବାସୀଙ୍କ ପାଇଁ ୧୧୦୦୨ କୋଟିର ପାଣ୍ଠି
Anupambharat News Bureau
May 14, 2020

ନୂଆଦିଲ୍ଲୀ,୧୪ା୫: କରୋନା ସଂକ୍ରମଣ ରୋକିବାକୁ ଦେଶରେ ଲକ୍‌ଡାଉନ ଜାରି ରହିଛି । ତେବେ ଲକ୍‌ଡାଉନ ଯୋଗୁ ଆର୍ଥିକ ସ୍ଥିତି ଏକ ପ୍ରକାର ଦୋହଲିଯାଇଛି । ତେବେ ଦେଶର ଆର୍ଥିକ ମେରୁଦଣ୍ଡକୁ ସଜାଡ଼ିବା ଲାଗି କେନ୍ଦ୍ର ସରକାର ୨୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରିଥିଲେ । ଏହାକୁ କେଉଁ କେଉଁ କ୍ଷେତ୍ରକୁ ପ୍ରଦାନ କରାଯିବ ସେ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦ୍ୱିତୀୟ ଦିନରେ ଘୋଷଣା କରିଛନ୍ତି । ଆଜି ଅର୍ଥମନ୍ତ୍ରୀଙ୍କ ଘୋଷଣା ପ୍ରକାରେ କୃଷି, ପ୍ରଭାସୀ ଏବଂ ଉଠାଦୋକାନୀଙ୍କ ପାଇଁ ପାଣ୍ଠି ବ୍ୟବସ୍ଥା କରାଯାଇଛି । କୃଷକଙ୍କ ପାଇଁ ୩୦ ହଜାର କୋଟି ବ୍ୟବସ୍ଥା କରାଯାଇଛି । ଏଥିରେ ୩କୋଟି କୃଷକ ଉପକୃତ ହେବେ । ଏଥିସହିତ ଉକ୍ତ ଆର୍ଥିକ ପ୍ୟାକେଜ ଅନୁଯାୟୀ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ପ୍ରବାସୀମାନଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ । ଏଥିରେ ପ୍ରାୟ ୮ କୋଟି ଲୋକ ଭାରତରେ ଉପକୃତ ହେବେ । ଏହି ଦୁଇ ମାସ ମଧ୍ୟରେ ୩୫୦୦ କୋଟି ଖର୍ଚ୍ଚ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପ୍ରକାଶ କରିଛନ୍ତି । ଏଥିରେ ରାଶନ କାର୍ଡଧାରୀ ଏବଂ ବିନା କାର୍ଡଧାରୀ ମଧ୍ୟ ଉପକୃତ ହେବେ । ପ୍ରତ୍ୟେକ ପରିବାର ପିଛା ମାସିକ ୫ କିଗ୍ରା ଗହମ କିମ୍ବା ଚାଉଳ ଏବଂ ଏକ କିଗ୍ର ଚଣା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ନୂଆ ଯୋଜନା ଅନୁଯାୟୀ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, କରୋନା ଯୋଗୁଁ ଯେଉଁ ଲୋକମାନେ ସ୍ଥାନାନ୍ତର ହେଉଛନ୍ତି, ସେମାନଙ୍କର ପ୍ରକୃତ ଚିହ୍ନଟ କରାଯାଉ । ପ୍ରାୟ ୮ କୋଟି ଲୋକ ଉପକୃତ ହେବେ ବୋଲି କେନ୍ଦ୍ର ସରକାର ଆଶା ପ୍ରକାଶ କରିଛନ୍ତି । ଏହାର ସୁପରିଚାଳନା ଜନିତ ବିତରଣ ପାଇଁ ରାଜ୍ୟ ସରକାର ଦାୟିତ୍ୱବହନ କରିବେ । କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ପ୍ୟାକେଜ ଅନୁଯାୟୀ ସହରମାନଙ୍କରେ ବସବାସ କରୁଥିବା ଗରିବ ଶ୍ରେଣୀର ଲୋକ ଏବଂ ପ୍ରବାସୀମାନଙ୍କୁ ସହାୟତା କରିବା ନିମନ୍ତେ କେନ୍ଦ୍ର ସରକାର ୧୧୦୦୨ କୋଟି ଟଙ୍କା ପାଣ୍ଠି ସମସ୍ତ ରାଜ୍ୟମାନଙ୍କ ଉଦ୍ଦେଶ୍ୟରେ ମଞ୍ଜୁର କରିଛନ୍ତି । ଏହି ସମ୍ପର୍କରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ ଘୋଷଣା କରିଛନ୍ତି । ବିଭିନ୍ନ ଅଞ୍ଚଳରୁ ଫେରିଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଏସ୍‌ବିଆର୍‌ଏଫ୍‌ ସହାୟତାରେ ଆଶ୍ରୟସ୍ଥଳ ସ୍ଥାପନ କରିବାକୁ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଲକ୍‌ଡ଼ାଉନ୍‌ ଅବଧି ମଧ୍ୟରେ ଦେଶରେ ୧୨ ହଜାର ଏସ୍‌ଏଚ୍‌ଜି ମାନଙ୍କ ଦ୍ୱାରା ୩ କୋଟି ମାସ୍କ୍‌ ପ୍ରସ୍ତìତ କରାଯାଇଛି । ଏହାବ୍ୟତିତ ୧.୨୦ ଆଇଏମ୍‌ଓ ମିଟର ସାନିଟାଇଜର ମଧ୍ୟ ପ୍ରସ୍ତìତ କରାଯାଇଛି । ଏହା ସହରାଞ୍ଚଳରେ ବସବାସ କରୁଥିବା ଗରିବଙ୍କୁ କିଛି ଆର୍ଥିକ ରୋଜଗାରର ସୁଯୋଗ ସୃଷ୍ଟି କରିଥିଲା । ୧୫ ମାର୍ଚ୍ଚ ଠାରୁ ଦେଶରେ ୭୨୦୦ ନୂତନ ଏସ୍‌ଏଚ୍‌ଜି ମଧ୍ୟ ଗଠନ କରାଯାଇଛି । ଆଜିସୁଦ୍ଧା ୧୦ ହଜାର କୋଟି ଟଙ୍କା କୋଭିଡ଼-୧୯ ପରିଚାଳନା ଦିଗରେ ଖର୍ଚ୍ଚ କରାଯାଇଛି । ତେବେ ରାଜ୍ୟମାନଙ୍କୁ ଅଗ୍ରିମ ଆର୍ଥିକ ସହାୟତା ଉପରୋକ୍ତ ଖର୍ଚ୍ଚ ବାବଦରେ ମଞ୍ଜୁର କରିଛନ୍ତି । ସେହିଭଳି ଉଠାଦୋକାନୀଙ୍କ ପାଇଁ ୫ ହଜାର କୋଟି ମଞ୍ଜୁର କରାଯାଇଛି । ଯେଉଁଥିରୁ ସେମାନେ ୧୦ ହଜାର ପର୍ଯ୍ୟନ୍ତ ୨ଟଙ୍କା ସୁଧ ହାରରେ ରୁଣ ନେଇ ପାରିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶ୍ରମିକଙ୍କ ଉପରେ ମାଡ଼ିଗଲା ବସ୍‌ , ଛ’ମୃତ

ଶ୍ରମିକଙ୍କ ଉପରେ ମାଡ଼ିଗଲା ବସ୍‌ , ଛ’ମୃତ

Read More...

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛ’ ଶହ ଟପିଲା

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛ’ ଶହ ଟପିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page