ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛ’ ଶହ ଟପିଲା

May 14, 2020, ଓଡ଼ିଶା, , Anupambharat News Bureau


ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛ’ ଶହ ଟପିଲା
Anupambharat News Bureau
May 14, 2020

ଭୁବନେଶ୍ୱର, ୧୪ା୫(ଅନୁପମମିଡ଼ିଆ): ରାଜ୍ୟରେ ଦିନକୁ ଦିନ କରୋନା ବେକାବୁ ହେବାରେ ଲାଗିଛି । ଆଜି ଆଉ ୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୬୨୪ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆଯାଇଛି । ସେହିପରି ଯାଜପୁର ଜିଲ୍ଲାରୁ ୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୪୨ ଜଣ ଚିହ୍ନଟ ହୋଇଥିବା ବେଳେ ବେଳେ ଯାଜପୁରରୁ ୧୭ ଜଣ, ଭଦ୍ରକରୁ ୯ ଜଣ ତଥା ଖୋର୍ଧାରୁ ୩ ଜଣ ଏବଂ ସୁନ୍ଦରଗଡରୁ ୨ ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି କେନ୍ଦ୍ରାପଡା ଜିଲ୍ଲାରୁ ୧୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।
ଗଞ୍ଜାମ ଜିଲ୍ଲାର ୪୨ ଜଣ ନୂଆ ଆକ୍ରାନ୍ତ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ କରା ଯାଇଛି । ଏମାନେ ସମସ୍ତେ ସୁରତ ଫେରନ୍ତା । ଯାଜପୁର ଜିଲ୍ଲାର ୧୭ ଜଣ ଯାକ ଆକ୍ରାନ୍ତ ପଶ୍ଚିମ ବଙ୍ଗ ଫେରନ୍ତା ଓ ସେମାନେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ । ସେହିପରି ଭଦ୍ରକର ନ’ଜଣ ଆକ୍ରାନ୍ତଙ୍କ ମଧ୍ୟରେ ସମସ୍ତେ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ଥିଲେ ତଥା ଏମାନଙ୍କ ମଧ୍ୟରୁ ପାଞ୍ଚ ଜଣ ସୁରତ, ତିନି ଜଣ ପଶ୍ଚିମ ବଙ୍ଗ ତଥା ଜଣେ ବେଙ୍ଗାଲୁରୁ ଫେରନ୍ତା । ସୁନ୍ଦରଗଡର ଦୁଇ ଜଣ ଯାକ ସଂକ୍ରମିତ କ୍ୱାରେଣ୍ଟାଇନ୍‌ ଜୋନର ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାର ତିନି ଜଣ ସୁରତ ଫେରନ୍ତା ଓ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ଥିଲେ । ଅପରପକ୍ଷରେ କେନ୍ଦ୍ରାପଡା ଜିଲ୍ଲାରେ ଆଉ ୧୩ ଜଣ କରୋନା ସଂକ୍ରମିତ ହୋଇଛନ୍ତ ବୋଲି ଜିଲ୍ଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ଏମାନେ ମହାକାଳପଡା, କେନ୍ଦ୍ରାପଡା ଓ କନିକା ବ୍ଲକର । ଏମାନେ ସମସ୍ତେ ସୁରତ ଫେରନ୍ତା ଓ ସଙ୍ଗରୋଧ କେନ୍ଦ୍ରରେ ଥିଲେ । ଏମାନେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେମାନଙ୍କୁ କୋବିଡ ହସପିଟାଲରେ ଭର୍ତ୍ତି କରାଯାଇଛି । ସେମାନେ କାହା ସହ ମିଶି ନଥିଲେ । ତେଣୁ କେହି ଭୟଭୀତ ହେବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଗଞ୍ଜାମ ଜିଲ୍ଲାରେ ୪୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨୫୨ରେ ପହଞ୍ଚିଛି ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ରହିଛି । ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୮ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଏହି ସଂଖ୍ୟା ୫୩ରେ ପହଞ୍ଚିଛି । ସେହିପରି ଭାବେ ଭଦ୍ରକରେ ୪୦ ଜଣ କରୋନା ଆକ୍ରାନ୍ତ ଚିହ୍ମଟ ହୋଇଥିବା ବେଳେ ସୁନ୍ଦରଗଡରେ ୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲାରେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜ ଓ କେନ୍ଦ୍ରାପଡା ଜିଲ୍ଲାରେ ୯-୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସେହିପରି ଜଗତସିଂହପୁର ଜିଲ୍ଲାରେ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୀ, କେନ୍ଦୁଝର ଓ ବୌଦ୍ଧ ଜିଲ୍ଲାରେ ୪-୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ତିନି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଳାହାଣ୍ଡି, ଝାରସୁଗୁଡା ଓ ବଲାଙ୍ଗୀର ଜିଲ୍ଲାରେ ୨-୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାଗଡ, କୋରାପୁଟ, ଢେଙ୍କାନାଳ ଓ ଦେବଗଡରେ ଗୋଟିଏ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରବାସୀଙ୍କ ପାଇଁ ୧୧୦୦୨ କୋଟିର ପାଣ୍ଠି

ପ୍ରବାସୀଙ୍କ ପାଇଁ ୧୧୦୦୨ କୋଟିର ପାଣ୍ଠି

Read More...

କୋଭିଡ୍‌ କେୟାରରେ ବଢିବ ଶଯ୍ୟା

କୋଭିଡ୍‌ କେୟାରରେ ବଢିବ ଶଯ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page