ବଢିବନି ବିଜୁଳି ଦର

April 22, 2020, ଓଡ଼ିଶା, , Anupambharat News Bureau


 ବଢିବନି ବିଜୁଳି ଦର
Anupambharat News Bureau
April 22, 2020

ଭୁବନେଶ୍ୱର, ୨୨ା୪ (ଅନୁପମ ମିଡିଆ): କରୋନା ସଂକ୍ରମଣ ଆଶଙ୍କାରେ ଦେଶବ୍ୟାପୀ ଲକଡାଉନ୍‌ ଲାଗୁ ହୋଇଥିବାବେଳେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ମଧ୍ୟ ବିଦ୍ୟୁତ ଦରକୁ ଅପରିବର୍ତିତ ରଖିଛନ୍ତି । ଘରୋଇ, ବ୍ୟବସାୟିକ ଓ ଶିଳ୍ପ ସଂସ୍ଥାର ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତିତ ରହିବ । ବିଦ୍ୟୁତ ଦର ସଂକ୍ରାନ୍ତ ନୂଆ ନିର୍ଦ୍ଦେଶନାମା ମେ’ ପହିଲାରୁ ଲାଗୁ ହେବ । କରୋନା ପରିସ୍ଥିତି ଯୋଗୁ ରିଟେଲ ସପ୍ଲାଇ ଟାରିଫ(ଆରଏସଟି) ଓ ବିଏସପି(ବଲକ ସପ୍ଲାଇ ଟାରିଫ) ମଧ୍ୟ ବୃଦ୍ଧି କରାଯାଇନି । ତେବେ ପରିସ୍ଥିତିରେ ସୁଧାର ଆସିଲେ ଚଳିତ ଆର୍ଥିକ ବର୍ଷରେ ଏହି ଟାରିଫର ପୁନର୍ବିଚାର କରାଯାଇପାରେ ବୋଲି ଆୟୋଗ ସ୍ପଷ୍ଟ କରିଛନ୍ତି । କରୋନା ପ୍ରଭାବିତ ମାସ ଗୁଡିକରେ ବିଦୁ୍ୟତ ବିଲ୍‌ ଛାଡ଼ କରାଗଲେ ରାଜ୍ୟବାସୀଙ୍କ ଆର୍ଥିକ ସମସ୍ୟା ଆଶ୍ୱସ୍ଥିକର ହେବ ବୋଲି ସାଧାରଣ ଲୋକଙ୍କ ପ୍ରତିକ୍ରିୟା ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ପଜିଟିଭ୍‌ ୮୩କୁ ବୃଦ୍ଧି

ରାଜ୍ୟରେ ପଜିଟିଭ୍‌ ୮୩କୁ ବୃଦ୍ଧି

Read More...

ବାସୁଦେବପୁର ବ୍ଲକର ୨୨ ଗ୍ରାମ କଣ୍ଟେନ୍‌ମେଣ୍ଟ,  ଭଦ୍ରକରୁ ପୁଣି ତିନି କରୋନା ପଜିଟିଭ୍‌ ଚିହ୍ନଟ ୍‌

ବାସୁଦେବପୁର ବ୍ଲକର ୨୨ ଗ୍ରାମ କଣ୍ଟେନ୍‌ମେଣ୍ଟ, ଭଦ୍ରକରୁ ପୁଣି ତିନି କରୋନା ପଜିଟିଭ୍‌ ଚିହ୍ନଟ ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page