ବାସୁଦେବପୁର ବ୍ଲକର ୨୨ ଗ୍ରାମ କଣ୍ଟେନ୍‌ମେଣ୍ଟ, ଭଦ୍ରକରୁ ପୁଣି ତିନି କରୋନା ପଜିଟିଭ୍‌ ଚିହ୍ନଟ ୍‌

April 22, 2020, ଓଡ଼ିଶା, , Anupambharat News Bureau


ବାସୁଦେବପୁର ବ୍ଲକର ୨୨ ଗ୍ରାମ କଣ୍ଟେନ୍‌ମେଣ୍ଟ,  ଭଦ୍ରକରୁ ପୁଣି ତିନି କରୋନା ପଜିଟିଭ୍‌ ଚିହ୍ନଟ ୍‌
Anupambharat News Bureau
April 22, 2020

ଭଦ୍ରକ, ୨୨ା୪ (ଅନୁପମ ମିଡିଆ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରୁ ଆଜି ତିନି ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତପିର ହୋଇଉଠିଛି । ସଂକ୍ରମଣକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆଜି ବାସୁଦେବପୁର ବ୍ଲକର ୯ଟି ପଞ୍ଚାୟତର ୨୨ଟି ଗ୍ରାମକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରାଯାଇଛି । ଏହି କଣ୍ଟେନ୍‌ମେଣ୍ଟ୍‌ ଅଞ୍ଚଳକୁ ୪ଟି ଜୋନ୍‌ ରେ ବିଭକ୍ତ କରାଯାଇଛି । ଜୋନ୍‌ ନଂ-୧ ରେ ପଦ୍ମପୁର, ଲୁଙ୍ଗା, ସୁଗୋ ଓ ଏରତାଳ ପଞ୍ଚାୟତ । ଜୋନ୍‌ ନଂ-୨ରେ ଖରିଦା- ବିନାୟକପୁର ଓ ଗୁଆଗାଡିଆ ପଞ୍ଚାୟତ ରହିଛି । ସେହିପରି ଜୋନ୍‌ ନଂ -୩ ରେ ଲକ୍ଷ୍ମୀଦାସପୁର, ବାଲିମେଦ ପଞ୍ଚାୟତ ଏବଂ ଜୋନ୍‌ -୪ ରେ ଅଢୁଆଁ ପଞ୍ଚାୟତ ରହିଛି । ସମ୍ପୃକ୍ତ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ବନ୍ଦ କରିଦିଆଯାଇଛି । କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ମଧ୍ୟକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଜାରୀ କରାଯାଇଛି । ଘରେ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ସମ୍ପୃକ୍ତ ଅଞ୍ଚଳର ଚର୍ତୁପାଶ୍ୱର୍କୁ ସିଲ୍‌ କରାଯିବା ସହିତ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅନ୍ୟ ସଂକ୍ରମିତଙ୍କୁ ଖୋଜି ବାହାର କରିବା ଓ ସମ୍ପୃକ୍ତ ଅଞ୍ଚଳରେ ରହୁଥିବା ପରିବାର ସଦସ୍ୟ ମାନଙ୍କର ରକ୍ତ ନମୁନା ସଂଗ୍ରହ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । କଣ୍ଟେନ୍‌ମେଣ୍ଟ୍‌ଜୋନ ୧ପଦ୍ମପୁର ପଞ୍ଚାୟତର ପଦ୍ମପୁର, ରୁକୁଣାଦେଇପୁର, କପାଗଡିଆ ଗ୍ରାମ, ଲୁଙ୍ଗା ପଞ୍ଚାୟତର ଉରୁଣିଆ ଓ ଲୁଙ୍ଗା ଗ୍ରାମ, ସୁଗୋ ପଞ୍ଚାୟତର କାଞ୍ଜିଖିଆ ଓ କଲ୍ୟାଣପୁର ଗ୍ରାମ ଏବଂ ଏଡତାଳ ପଞ୍ଚାୟତର ଏଡତାଳ ଗ୍ରାମକୁ କଣ୍ଟେନ୍‌ମେଣ୍ଟ୍‌ଜୋନ ଭାବେ ଘୋଷଣା କରାଯାଇଛି ।
ଜୋନ ନଂ ୨ରେ ଖରିଦା ବିନାୟକପୁର ପଞ୍ଚାୟତର ଖରିଦାବିନାୟକପୁର, ବେଲ ସାଉଁଳିଆ, ବଗଦା ବିନାୟକପୁର ଗ୍ରାମ, ଗୁଆଗଡିଆ ପଞ୍ଚାୟତର କମାରଗାଁ ଓ ଚିରୋଳ ଗ୍ରାମ କଣ୍ଟେନ୍‌ମେଣ୍ଟ୍‌ଜୋନ ଅଧିନରେ ରହିଛି । ସେହିଭଳି ଜୋନ ନଂ ୩ରେ ଲକ୍ଷ୍ମୀଦାସପୁର ପଞ୍ଚାୟତର ଅଯୋଧ୍ୟା, ଖେଡୁଆଳପୁର, କ୍ଷେମପୁର, ଶ୍ରୀବତ୍ସପୁର, ଲକ୍ଷ୍ମୀଦାସପୁର ଓ ଜଗନ୍ନାଥପୁର ଗ୍ରାମ, ବାଲିମେଦ ପଞ୍ଚାୟତର ଜିଗିନିପୁର ଗ୍ରାମ ରହିଛି କଣ୍ଟେନ୍‌ମେଣ୍ଟ୍‌ଜୋନ ଅଧିନରେ । ଜୋନ ନଂ ୪ରେ ଅଢୁଆଁ ପଞ୍ଚାୟତର କେବଳ ଅଢୁଆଁ ଗ୍ରାମକୁ କଣ୍ଟେନ୍‌ମେଣ୍ଟ୍‌ଜେନା ଭାବେ ଘୋଷିତ କରାଯାଇଛି । ଏହିସବୁ ଅଞ୍ଚଳରେ କଣ୍ଟେନ୍‌ମେଣ୍ଟ୍‌ ଆଇନର କଡାକଡି ପାଳନ ନିମନ୍ତେ ପ୍ରଶାସନ ପକ୍ଷରୁ ଚେଷ୍ଟା ଜାରି ରହିଛି । ଲୋକମାନଙ୍କ ଅତ୍ୟାବଶ୍ୟକ ଜିନିଷ ସବୁ ଜିଲ୍ଲା ପ୍ରଶାସନର ସହଯୋଗରେ ଘରେ ପହଞ୍ଚାଇବାର ସୁବନ୍ଦୋବସ୍ତ କରାଯାଇଛି । ଏହି ସବୁ ଅଞ୍ଚଳର ପ୍ରବେଶ ପଥକୁ ସମ୍ପୂର୍ଣ୍ଣ ଭାବେ ସିଲ କରାଯାଇଛି ।
ଏହି ଘଟଣା ପରେ ଜିଲ୍ଲାର ସମସ୍ତ ପଞ୍ଚାୟତର ସରପଞ୍ଚ ମାନଙ୍କୁ ତାଙ୍କ ଅଞ୍ଚଳକୁ ବାହାର ଅଞ୍ଚଳରୁ ଆସିଥିବା ସମସ୍ତଙ୍କ ସମ୍ପୂର୍ଣ୍ଣ ଯାତ୍ରା ବିବରଣୀ ସଂଗ୍ରହ କରିବା ସହିତ ସେମାନଙ୍କ ବାଧ୍ୟତାମୂଳକ ଭାବେ ହୋମ କ୍ୱାରେଣ୍ଟାଇନ ହେଉ କିମ୍ବା ସରକାରୀ କ୍ୱାରେଣ୍ଟାଇନରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ବଢିବନି ବିଜୁଳି ଦର

ବଢିବନି ବିଜୁଳି ଦର

Read More...

 ସରପଞ୍ଚଙ୍କୁ ଶପଥ କରାଇଲେ ମୁଖ୍ୟମନ୍ତ୍ରୀ

ସରପଞ୍ଚଙ୍କୁ ଶପଥ କରାଇଲେ ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page