ରାଜ୍ୟରେ ଗୋଟିଏ ଦିନରେ ୧୩ କରୋନା ପଜିଟିଭ୍‌

April 20, 2020, ଓଡ଼ିଶା, , Anupambharat News Bureau


 ରାଜ୍ୟରେ ଗୋଟିଏ ଦିନରେ ୧୩ କରୋନା ପଜିଟିଭ୍‌
Anupambharat News Bureau
April 20, 2020

ଭୁବନେଶ୍ୱର, ୨୦ା୪(ଅନୁପମ ମିଡ଼ିଆ): ସୋମବାର ଗୋଟିଏ ଦିନରେ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଏହା ମଧ୍ୟରେ ଭଦ୍ରକର ୫ ଜଣ, ଯାଜପୁରର ୫ ଜଣ , ବାଲେଶ୍ୱରର ୨ ଜଣ ଓ ସୁନ୍ଦରଗଡର ଜଣେ ଆକ୍ରାନ୍ତ ରହିଛନ୍ତି । ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଅର୍ଥାତ ପଜିଟିଭ ସଂଖ୍ୟା ୭୪ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟ ବାହାରୁ ସଂକ୍ରମିତ ହୋଇ ଫେରିଥିବା ଅନୁମାନ କରାଯାଉଛି । ରାଜ୍ୟର ୬୨ , ୬୩ , ୬୪ , ୬୫ ଓ ୬୬ ତମ ଆକ୍ରାନ୍ତମାନେ ସମସ୍ତେ ଭଦ୍ରକ ଅଞ୍ଚଳର । ସେମାନେ ସମସ୍ତେ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୪୮ , ୫୫ , ୫୭ , ୫୮ , ୬୬ । ସେହିପରି ୬୭ ଓ ୬୮ ତମ ଆକ୍ରାନ୍ତମାନେ ବାଲେଶ୍ୱର ଜିଲ୍ଲାର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ୩୨ ବର୍ଷୀୟ ପୁରୁଷ ଓ ଜଣେ ୨ ବର୍ଷର ଶିଶୁକନ୍ୟା ରହିଛନ୍ତି । ୬୯ ତମ ଆକ୍ରାନ୍ତ ସୁନ୍ଦରଗଡ ବିସ୍ରା ଅଞ୍ଚଳର ୪୦ ବର୍ଷୀୟ ପୁରୁଷ । ସେହିଭଳି ୭୦ , ୭୧ , ୭୨ , ୭୩ ଓ ୭୪ ତମ ଆକ୍ରାନ୍ତମାନେ ଯାଜପୁର ଜିଲ୍ଲାର । ସେମାନେ ସମସ୍ତେ ପୁରୁଷ । ସେମାନଙ୍କ ବୟସ ଯଥାକ୍ରମେ ୨୮ , ୩୨ , ୫୦ ,୫୮ ଓ ୬୪ । ସେମାନେ କାହା କାହା ସଂସ୍ପର୍ଶରେ ସେନେଇ ଅନୁଧ୍ୟାନ ଜାରି ରହିଛି । ସୋମବାର ସକାଳେ ଭଦ୍ରକର ୫ ଓ ବାଲେଶ୍ୱରର ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ ବାଲେଶ୍ୱରର ୨ ବର୍ଷର ଶିଶୁକନ୍ୟା ଅନ୍ତର୍ଭୁକ୍ତ । ଆକ୍ରାନ୍ତ ଶିଶୁ ଜଣଙ୍କ ନୀଳଗିରି ସବଡିଭିଜନର ଧରମପୁର ପଞ୍ଚାୟତର ବାଂଶପାଳର ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେ ଓ ତାଙ୍କ ବାପା ମା କେଉଁଆଡେ ଯାଇଥିଲେ କି ଅବା ତାଙ୍କ ଘରକୁ କେଉଁମାନେ ଆସିଥିଲେ ସେସବୁର ଅନୁସନ୍ଧାନ କରୁଛି ପ୍ରଶାସନ । ଏହାପରେ ସମ୍ପୃକ୍ତ ପରେ ପଞ୍ଚାୟତର ୩ଟି ୱାର୍ଡକୁ ଅବରୋଧ ଅଞ୍ଚଳ ଘୋଷଣା କରାଯାଇଛି ।
ଅନ୍ୟପଟେ ଭଦ୍ରକରୁ ଚିହ୍ନଟ ହୋଇଥିବା ୫ ଜଣ ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ୫ଜଣ ଆକ୍ରାନ୍ତ କୋଲକାତାରୁ ଆସିଥିବା ଜଣାପଡିଛି । ସମସ୍ତଙ୍କ ବୟସ ୪୮ରୁ ୬୬ବର୍ଷ ଭିତରେ ରହିଛି । ବାସୁଦେବପୁର ବ୍ଲକର ୩ ଜଣ ଓ ଭଣ୍ଡାରୀପୋଖରୀ ବ୍ଲକର ୨ ଆକ୍ରାନ୍ତ ରହିଛନ୍ତି । ବାସୁଦେବପୁର ବ୍ଲକର ମଳକସାହି ପଦ୍ମପୁରର ୫୭ ବର୍ଷୀୟ ଆକ୍ରାନ୍ତ ମାର୍ଚ୍ଚ ୨୮ ତାରିଖ ଦିନ କୋଲକାତାରୁ ବାସୁଦେବପୁର ଆସିଥିଲେ । ଟାଟା ମ୍ୟାଜିକରେ ଅନ୍ୟ ୩ ଜଣଙ୍କ ସହ ଆସିଥିଲେ ଆକ୍ରାନ୍ତ । ସେହିପରି ବାସୁଦେବପୁର ବ୍ଲକ ଖରିଡା ବିନାୟକପୁର ଗାଁର ୫୮ ବର୍ଷୀୟ ଆକ୍ରାନ୍ତ ଜଣକ ଟ୍ରକ ଡ୍ରାଇଭର ଓ ସେ ଏପ୍ରିଲ ୯ ତାରିଖ ଦିନ କୋଲକାତାରୁ ଫେରିଛନ୍ତି । ବାସୁଦେବପୁର ବ୍ଲକର ତୃତୀୟ ଆକ୍ରାନ୍ତ ମାଟିପକା ଗାଁର ୫୫ ବର୍ଷୀୟ ଆକ୍ରାନ୍ତ ମାର୍ଚ୍ଚ ୨୯ତାରିଖ ଦିନ ବୋଲେରୋ ଯୋଗେ ଅନ୍ୟ ୭ଜଣଙ୍କ ସହ କୋଲକାତାରୁ ଫେରିଥିଲେ । ଭଣ୍ଡାରୀପୋଖରୀ ବ୍ଲକର ରାହାନିଆ ଗାଁର ୬୬ବର୍ଷୀୟ ଆକ୍ରାନ୍ତ ମାର୍ଚ୍ଚ ୨୮ ତାରିଖରେ ଟାଟା ଏସି ଯୋଗେ ଅନ୍ୟମାନଙ୍କ ସହ କୋଲକାତାରୁ ଫେରିଥିଲେ । ସେହିପରି ଭଣ୍ଡାରୀପୋଖରୀ ବ୍ଲକ କୁସାଗାଡିଆଟେସିଙ୍ଗା ଗାଁର ୪୮ ବର୍ଷୀୟ ଆକ୍ରାନ୍ତ ମାର୍ଚ୍ଚ ୨୯ ତାରିଖ ଦିନ ମାରୁତି ଓମନି ଯୋଗେ ଅନ୍ୟ ୬ ଜଣଙ୍କ ସହ କୋଲକାତାରୁ ଫେରିଥିଲେ ରାଜ୍ୟରେ ଆଉ ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣ ଯାଜପୁରରୁ ଓ ୧ ଜଣେ ସୁନ୍ଦରଗଡ଼ରୁ ବୋଲି ଜଣାପଡ଼ିଛି ।
ଯାଜପୁରରେ ଚିହ୍ନଟ ୫ଟି ମାମଲା ମଧ୍ୟରୁ କୋରେଇ ବ୍ଲକରୁ ଜଣେ, ଯାଜପୁର ବ୍ଲକରୁ ୩ ଜଣ ଓ ଦଶରଥପୁର ବ୍ଲକର ଜଣେ ବୋଲି ଜଣାପଡ଼ିଛି । ଜିଲ୍ଲା ପ୍ରଶାସନ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଯାଜପୁରର ଏହି ୫ ଜଣ ଗତ ୨୮ ଓ ୨୯ ତାରିଖରେ କୋଲକାତାରୁ ଫେରିଥିଲେ । ସେମାନେ ହାୱଡା ଅଞ୍ଚଳର କେତେକ କାରଖାନାରେ ଶ୍ରମିକଭାବେ କାମ କରୁଥିଲେ । ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ବିସ୍ର୍ରା ଅଞ୍ଚଳର ବୋଲି ସୂଚନା ରହିଛି । ନୂଆ ଚିହ୍ନଟ ଆକ୍ରାନ୍ତ ସେଠାରୁ ଆଗରୁ ଚିହ୍ନଟ ହୋଇଥିବା କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ । ଉଲ୍ଲେଖ୍ୟଯୋଗ୍ୟ ରାଜ୍ୟରେ ସୋମବାର ସୁଦ୍ଧା କରୋନାରେ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ମୋଟ ୭୪ ଜଣ ଆକ୍ରାନ୍ତ ହୋଇଛନ୍ତ । ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡ଼ଙ୍ଗା ଯୋଗେ ଅନୁପ୍ରବେଶ , ୧୦ ଓଡ଼ିଆ ସମେତ ୨୭ ଅଟକ ,  ଆନ୍ଧ୍ର କ୍ୱାରେଣ୍ଟାଇନ୍‌ରେ ରହିଲେ

ଡ଼ଙ୍ଗା ଯୋଗେ ଅନୁପ୍ରବେଶ , ୧୦ ଓଡ଼ିଆ ସମେତ ୨୭ ଅଟକ , ଆନ୍ଧ୍ର କ୍ୱାରେଣ୍ଟାଇନ୍‌ରେ ରହିଲେ

Read More...

ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳ କ୍ଷମତା

ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳ କ୍ଷମତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page