ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳ କ୍ଷମତା

April 19, 2020, ଓଡ଼ିଶା, , Anupambharat News Bureau


ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳ କ୍ଷମତା
Anupambharat News Bureau
April 19, 2020

ଭୁବନେଶ୍ୱର,୧୯ା୪(ଅନୁପମମିଡ଼ିଆ): ଅନ୍ୟ ରାଜ୍ୟରୁ ଗାଁକୁ ଫେରୁଥିବା ଲୋକଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ହେବ । ସେମାନଙ୍କ ସହ ସେମାନଙ୍କ ପରିବାର ଓ ବନ୍ଧୁମାନେ ପଞ୍ଚାୟତରେ ରେଜିଷ୍ଟ୍ରେସନ୍‌ କରିବେ । ଏହାପରେ ସେମାନଙ୍କୁ ୧୪ ଦିନପାଇଁ କ୍ୱାରେଣ୍ଟାଇନ୍‌ରେ ରଖାଯିବ ଏବଂ ଖାଇବା, ରହିବା ଓ ଚିକିତ୍ସା ମାଗଣାରେ ଯୋଗାଇ ଦିଆଯିବ । କ୍ୱାରେଣ୍ଟାଇନ୍‌ ଶେଷ ହେବା ପରେ ଦୁଇ ହଜାର ଟଙ୍କାର ପ୍ରୋତ୍ସାହନ ଦିଆଯିବ । ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାବ୍ୟତୀତ କୋଭିଡ୍‌ ୧୯ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି । ଏଥିପାଇଁ ଆଇନ୍‌ଗତ ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ରବିବାର ଅପରାହ୍ନରେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଅସାଧାରଣ ପରିସ୍ଥିତି ଅସାଧାରଣ ସମାଧାନ ଆବଶ୍ୟକ କରେ । ପଞ୍ଚାୟତ ଏବଂ ଅର୍ବାନ ଲୋକାଲ ବଡି ମାନଙ୍କ ସଶକ୍ତିକରଣ ଦ୍ୱାରା ଆମେ ପରିସ୍ଥିତିକୁ ଠିକ୍‌ ଭାବେ ମୁକାବିଲା କରିପାରିବା । ରାଜ୍ୟ ବାହାରୁ ଫେରୁଥିବା ଲୋକମାନଙ୍କୁ ଉଚିତ୍‌ ସେବା ଯାଗାଇପାରିବା ଏବଂ କୋଭିଡ୍‌ ୧୯ ବିରୁଦ୍ଧରେ ଲଢେଇକୁ ଆହୁରି ମଜବୁତ୍‌ କରିପାରିବା । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ଓ ସମ୍ମାନଜନକ ଭାବର ପ୍ରତି ଜୀବନର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ । ପଞ୍ଚାୟତିରାଜ ଅନୁଷ୍ଠାନ , ତୃଣମୂଳ ସ୍ତରରେ ଲୋକମାଙ୍କର ନିଜ ଅନୁଷ୍ଠାନ । ତେଣୁ କୋଭିଡ୍‌ ୧୯ ଲଢେଇରେ ପଞ୍ଚାୟତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷେ ଅନ୍ୟ ରାଜ୍ୟରେ ଫସି ରହିଥିବା ଓଡିଆ ମାନଙ୍କୁ ଫେରାଇ ଆଣିବା ପାଇଁ କଟକଣା ଉଠିଯିବା ପରେ କେନ୍ଦ୍ର ତଥା ଅନ୍ୟ ରାଜ୍ୟର ସରକାରମାନଙ୍କ ସହ ଆଲୋଚନା କରିବୁ । ଏଥିପାଇଁ ଆମେ ଟେକ୍ନୋଲୋଜିର ସୁବିଧା ନେବୁ । ମାନବିକତା ଦୃଷ୍ଟିରୁ ନିଷ୍ପତ୍ତି ନେବାକୁ ହେବ । ଏଥିପାଇଁ କମୁ୍ୟନିଟିର ସହଯୋଗ ଏବଂ ଗ୍ରାମ ପଞ୍ଚାୟତ ଓ ପୌରାଞ୍ଚଳ ମାନଙ୍କର ସହାୟତା ଦରକାର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ରାଜ୍ୟରେ ଅନ୍ୟ ରାଜ୍ୟରୁ ଏକ ଲକ୍ଷରୁ ଅଧିକ ଲୋକ ରହିଯାଇଛନ୍ତି । ଆମେ ସେମାନଙ୍କର ଯନ୍ତ୍ର ନେଉଛୁ । ସେହିପରି ଅନ୍ୟ ରାଜ୍ୟରେ ମଧ୍ୟ ଓଡିଶାର ଲକ୍ଷ ଲକ୍ଷ ଭାଇ ଭଉଣୀ ମାନେ ରହିଯାଇଛନ୍ତି । ତୀର୍ଥ ପାଇଁ ଯାଇଥିବା ଲୋକ , ଛାତ୍ରଛାତ୍ରୀ , ଶ୍ରମିକ ଓ ରୋଗୀମାନେ ସେଠାରେ ଅଟକି ରହିଛନ୍ତି । ରାଜ୍ୟମାନଙ୍କର ଉଦ୍ୟମ ସତ୍ତେ୍ୱ ଏପର୍ଯ୍ୟନ୍ତ ସେମାନଙ୍କର ଜୀବନ ସ୍ୱାଭାବିକ ହୋଇପାରିନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ରାଜ୍ୟରେ ଗୋଟିଏ ଦିନରେ ୧୩ କରୋନା ପଜିଟିଭ୍‌

ରାଜ୍ୟରେ ଗୋଟିଏ ଦିନରେ ୧୩ କରୋନା ପଜିଟିଭ୍‌

Read More...

ଗଞ୍ଜାମ ଜିଲ୍ଲାରେ କଟକଣା କୋହଳ

ଗଞ୍ଜାମ ଜିଲ୍ଲାରେ କଟକଣା କୋହଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page