କରୋନା ଭୟାବହତା , ଦେଶରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି , ବହୁ ଆକ୍ରାନ୍ତ ନିଜାମୁଦ୍ଦିନ ସହ ଜଡ଼ିତ, ଆମେରିକାରେ ୩୬ହଜାର ମୃତ

April 18, 2020, ଦେଶ, , Anupambharat News Bureau


  କରୋନା ଭୟାବହତା , ଦେଶରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି ,  ବହୁ ଆକ୍ରାନ୍ତ ନିଜାମୁଦ୍ଦିନ ସହ ଜଡ଼ିତ,  ଆମେରିକାରେ ୩୬ହଜାର ମୃତ
Anupambharat News Bureau
April 18, 2020

ନୂଆଦିଲ୍ଲୀ,୧୭ା୪: ସମଗ୍ର ବିଶ୍ୱରେ ଭୟଙ୍କର ମହାମାରୀର ରୂପ ଧାରଣ କରିଥିବା କରୋନା ଭାଇରସର ସଂକ୍ରମଣରେ ବିଶ୍ୱର୨୦୦ରୁ ଉର୍ଦ୍ଧ୍ୱ ରାଷ୍ଟ୍ର ପ୍ରଭାବିତ ହୋଇଛନ୍ତି । ଭାରତ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ । ଦେଶରେ ଶନିବାର ସୁଦ୍ଧା କରୋନା ରୋଗରେ ପୀଡିତ ହୋଇ ୪୮୮ ଲୋକ ପ୍ରାଣ ହରାଇଛନ୍ତି । ଏହା ବ୍ୟତୀତ ୧୪,୭୯୨ ସଂଖ୍ୟକ ଲୋକ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତ ହୋଇ ବିଭିନ୍ନ କୋଭିଡ଼୍‌ ଓ କ୍ୱରାଣ୍ଟାଇନ୍‌ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ଦେଶରେ ମୃତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଅତି କମ୍‌ରେ ୨୪ ଘଣ୍ଟାରେ ୪୦ରୁ ୫୦ ଜଣ ଲୋକ କରୋନା ପଜିଟିଭ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଥିବା ଦେଖାଦେଇଛି । ଅବଶ୍ୟ ପାଖାପାଖି ୨ହଜାର ଲୋକ କୋରନା ରୋଗରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରୁ ଜଣାପଡିଛି । ।ଗତ ୨୪ ଘଣ୍ଟାରେ ଭାରତରେ ୯୯୧ ସଂଖ୍ୟକ ଲୋକ କୋଭିଡ଼-୧୯ ପଜିଟିଭ୍‌ରେ ଆକ୍ରାନ୍ତ ହୋଇଥିବା ବେଳେ ଅତି କମ୍‌ରେ ୪୩ ଜଣ ଲୋକ ପ୍ରାଣ ହରାଇଛନ୍ତି । ତେବେ ଦେଶରେ ମୃତକଙ୍କ ସଂଖ୍ୟା ଦୈନିକ ବୃଦ୍ଧି ପାଉଥିବା ତଥ୍ୟରୁ ସ୍ପଷ୍ଟ ହୋଇଛଇ ।
ଦେଶର ଏକ ବୃହତ୍ତ ରାଜ୍ୟ ଭାବେ ପରିଚିତ ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହୋଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୦୨କୁ ପହଞ୍ଚିଛି । ଗୋଟିଏ ଦିନରେ ୨୮୬ ସଂଖ୍ୟକ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି । ଠିକ୍‌ ସେହିଭଳି ମୁମ୍ବାଇରେ ସର୍ବାଧିକ ୧୭୭ ଆକ୍ରାନ୍ତଙ୍କ ସଂଖ୍ୟା ଗତ ୨୪ ଘଣ୍ଟାରେ ବୃଦ୍ଧି ପାଇଛି । କେବଳ ମହାରାଷ୍ଟ୍ରରେ ହିଁ ମୃତକଙ୍କ ସାଂଖ୍ୟା ୧୯୪କୁ ପହଞ୍ଚିଛି । ଦେଶବ୍ୟାପୀ କରୋନାକୁ ମୁକାବିଲା ପାଇଁ ଯେଉଁ ସବୁ ସଂସ୍ଥା ସକ୍ରୀୟ ଭୂମିକା ଗ୍ରହଣ କରିଛନ୍ତି । ସେମାନଙ୍କୁ ଆଜି ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମେ ସୁସ୍ଥ ହେଉଥିବା ଯୋଗୁଁ ଆଗାମି ଦିନରେ ନିଶ୍ଚୟ ହ୍ରାୟ ପାଇବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାରମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
କରୋନା ରୋଗରୁ ମୁକ୍ତି ପାଇବା ପାଇଁ ସାମାଜିକ ଦୂରତା ହିଁ ଏକମାତ୍ର ବିକଳ୍ପ ବୋଲି ଗ୍ରହଣ କରାଯାଇଛି । ତେଣୁ ଦେଶବ୍ୟାପି ପ୍ରଥମ ପର୍ଯ୍ୟାୟ ଲକ୍‌ଡ଼ାଉନ ଅବଧି ସରିବା ପରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡ଼ାଉନ୍‌ ଆରମ୍ଭ ହୋଇଯାଇଛି । ଦେଶରେ ପ୍ରଥମ ଲକ୍‌ନାଉନ୍‌ ସମୟରେ ହିଁ ଦିଲ୍ଲୀର ନିଜାମୁଦ୍ଦିନ ସ୍ଥିତ ତାବ୍‌ଲିଗ୍‌ ଜମାତ ମସ୍‌ଜିଦରେ ଧାର୍ମିକ ସମ୍ମିଳନୀ ଆୟୋଜନ ହୋଇଥିଲା । ଯେଉଁଠାରେ କି ପାଖାପାଖି ୧୦ ହଜାର ଲୋକ ଏକତ୍ରିତ ହୋଇଥିଲେ । ଏହି ସମ୍ପର୍କରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଂଳୟ ପକ୍ଷରୁ ସ୍ପଷ୍ଟ ତଥ୍ୟ ପ୍ରକାଶ କରାଯାଇଛି । ଦେଶରେ ଆଜି ସୁଦ୍ଧା ଯେଉଁ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୩୭୮କୁ ପହଞ୍ଚିଛି, ଏଥିରେ କେବଳ ତାବ୍‌ଲିଗ୍‌ ମସ୍‌ଜିଦ ସହିତ ସମ୍ପୃକ୍ତ ଥିବା ୪,୨୯୧ବ୍ୟକ୍ତି ମଧ୍ୟ ଆକ୍ରkାନ୍ତ ହୋଇଛନ୍ତି । ଏହା ସିଧାସଳଖ କୁହାଯାଇପାରେ ଯେ, ନିଜାମୁଦ୍ଦିନ ସଂକ୍ରମଣ ହିଁ ଦେଶରେ କେଭିଡ଼୍‌-୧୯ ପଜିଟିଭ ସଂଖ୍ୟାକୁ ପ୍ରତ୍ୟେକ୍ଷ ଭାବେ ସଂକ୍ରମଣ କରିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୨୯,୮% କେବଳ ନିଜାମୁଦ୍ଦି ନ ଘଟଣାରୁ ଚିହ୍ନଟ ହୋଇଛି ।ଏହି ସମ୍ପର୍କରେ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲ୍‌ ଏକ ସମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଗତ ୨୮ ଘଣ୍ଟା ମଧ୍ୟରେ କର୍ଣ୍ଣାଟକରେ କୌଣଦସି ପଜିଟିଭ ଚିହ୍ନଟ ହୋଇ ପାରି ନାହାଁନ୍ତିା ଗତ ୧୪ ତରିଖ ଭିତେରେ୨୩ ଟି ରାଜ୍ୟର ୪୫ଟି ଜିଲ୍ଲାରେ କୌଣସି ମଧ୍ୟ କୋଭିଡ଼୍‌ ୧୯ ଚିହ୍ନଟ ହୋଇ ନାହିଁ । କେରଳର ୧୬୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୩ ଜଣ ସୁସ୍ଥ ହୋଇଛନ୍ତି ବୋଲି ଅଗ୍ରୱାଲ୍‌ କହିଥିଲେ । ଆମେରିକା ଓ ଇଟାଲୀ ଭଳି ରାଷ୍ଟ୍ରମାନଙ୍କ ତୂଳନାରେ ଭାରତ ସେଭଳି ସାଂଘାତିକ ସ୍ଥିତିରେ ପହଞ୍ଚି ନାହିଁ ବୋଲି ଯୁଗ୍ମ ସଚିବ ସୂଚନାଦେଇଛନ୍ତି ।
ଚୀନ୍‌ରୁ ସୃଷ୍ଟି ହୋଇଥିବା ଏହି ଭୟଙ୍କର କରୋନା ଭାଇରସ୍‌ ରୋଗରେ ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି । ଗତ ୨୪ ଘଣ୍ଟାା ମଧ୍ୟରେ ଆମେରିକାରେ ୪୫୦୦ ଲୋକ ଆକ୍ରାନ୍ତ ହୋଇଥିବା ଘଟଣା ବିଶ୍ୱର ସମସ୍ତ ପ୍ରଭାବିତ ରାଷ୍ଟ୍ର ମାନଙ୍କ ମଧ୍ୟରେ ସାଂଘାତିକ ହୋଇଛି । ଏହା ସ୍ପଷ୍ଟ ହୋଇଛି ଯେ, ଏହି କରୋନା ରୋଗ ଆମେରିକାରେ ସମ୍ପୂର୍ଣ୍ଣ ଅଣାୟତ ହୋଇପଡିଛି । ପବନ ବେଗରେ ଏହାର ସଂକ୍ରମଣ ବୃଦ୍ଧି ପାଇବା ଯୋଗୁଁ ଆମେରିକା ଭଳି ଅତ୍ୟାଧୁନିକ ପ୍ରଭାବଶାଳୀ ରାଷ୍ଟ୍ରରେ ଆଜି ସୁଦ୍ଧା ଅକ୍ରାନ୍ତ ସଂଖ୍ୟା ୭ ଲକ୍ଷ ଟପି ଯାଇଛି । ଇତିମଧ୍ୟରେ ଶୁକ୍ରବାର ଅପରାହ୍ନ ଆମେରିକାରେ କରୋନା ମୃତକଙ୍କ ସଂଖ୍ୟା ୩୬ ହଜାର ଟପି ଯାଇଥିବା



ଏକ ରିପୋର୍ଟରୁ ଜଣାପଡିଛି । ବୁଲେଟିନ ଜାରି କରୁଥିବା ଜନ୍‌ହପ୍‌କିନ୍ସ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଏହି ରିପୋର୍ଟ ଜାରି କରାଯାଇଛି । ବିଶ୍ୱରେ ସର୍ବାଧିକ ମୃତକଙ୍କ ସଂଖ୍ୟା କେବଳ ଆମେରିକାରେ ହିଁ ଦେଖାଦେଇଛି । ପ୍ରତ୍ୟେକ ଘଣ୍ଟାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଆକଳନ ସମୟରୁ ସ୍ପଷ୍ଟ ହୋଇଛି । ନିୟୁର୍କ ନଗରୀରେ କେବଳ ୩୭୭୮ ସଂଖ୍ୟକ ଲୋକ କୋଭିଡ୍‌ ୧୯ରେ ପ୍ରାଣ ହରାଇଛନ୍ତି । ଇତିମଧ୍ୟରେ ଇଟାଲୀରେ ମୃତଙ୍କ ସଂଖ୍ୟା୨୨,୭୪୫କୁ ପହଞ୍ଚିଛି । ସ୍ପେନ୍‌ରେ ମୃତକଙ୍କ ସଂଖ୍ୟା ୧୯,୪୭୮ ହୋଇଥିବା ବେଳେ ଫ୍ରାନ୍ସରେ କରୋନା ରୋଗରେ ୧୮୬୮୧ ସଂଖ୍ୟକ ରୋଗୀ ପ୍ରାଣ ହରାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦେଶରେ ମୃତକଙ୍କ ସଂଖ୍ୟ ପାଞ୍ଚ ଶହ ଟପିଲା, ଆନ୍ତଃରାଜ୍ୟ ଶ୍ରମିକଙ୍କୁ   ପଞ୍ଜିକରଣ ବାଧ୍ୟତାମୂଳକ, ଆଜିଠାରୁ କେତେକ   ରାଜ୍ୟରେ କୋହଳ

ଦେଶରେ ମୃତକଙ୍କ ସଂଖ୍ୟ ପାଞ୍ଚ ଶହ ଟପିଲା, ଆନ୍ତଃରାଜ୍ୟ ଶ୍ରମିକଙ୍କୁ ପଞ୍ଜିକରଣ ବାଧ୍ୟତାମୂଳକ, ଆଜିଠାରୁ କେତେକ ରାଜ୍ୟରେ କୋହଳ

Read More...

ବିଡିଓ, ତହସିଲଦାରଙ୍କୁ ଆକ୍ରମଣ

ବିଡିଓ, ତହସିଲଦାରଙ୍କୁ ଆକ୍ରମଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page