ବିଡିଓ, ତହସିଲଦାରଙ୍କୁ ଆକ୍ରମଣ

April 18, 2020, ଓଡ଼ିଶା, , Anupambharat News Bureau


ବିଡିଓ, ତହସିଲଦାରଙ୍କୁ ଆକ୍ରମଣ
Anupambharat News Bureau
April 18, 2020

ବିରଜାକ୍ଷେତ୍ର, ୧୮ା୪(ଅନୁପମମିଡ଼ିଆ): ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବଡ଼କଇଁଚି ପଞ୍ଚାୟତର ଗୋପିନାଥପୁର ବଡ଼କଇଁଚି ଗ୍ରାମରେ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ରସୁଲପୁର ବିଡିଓ ଉମାକାନ୍ତ ପରିଡ଼ା ଓ ତହସିଲଦାର ଜ୍ୟୋତିକାନ୍ତ ଭୂଜବଳଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ । ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ କରୋନା ସ୍ଥିତି ଅନୁଧ୍ୟାନ ସହ ବିଭିନ୍ନ ସ୍ଥାନରେ ସାମାଜିକ ଦୂରତ୍ୱ ଅନୁପାଳନ ସମ୍ପର୍କରେ ରସୁଲପୁର ବ୍ଲକରେ ବିବିଧ ସ୍ଥାନକୁ ପରିଦର୍ଶନ କରିଥିଲେ । ତାଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ସହ ରସୁଲପୁର ବିଡିଓ, ତହସିଲଦାର ଓ କୁଆଖିଆ ଥାନା ଆଇଆଇସି ମନୋଜ କୁମାର ସ୍ୱାଇଁ ପ୍ରମୁଖ ପରିଦର୍ଶନରେ ଯାଇଥିଲେ । ତେବେ ଗୋପିନାଥପୁରଠାରେ ତିନିଜଣ ଅଜଣା ଯୁବକ ମୋଟର ସାଇକେଲରେ ଦ୍ରୁତ ଗତିରେ ବିନା ମାସ୍କରେ ଯାଉଥିବାବେଳେ ବିଡିଓ ଓ ତହସିଲଦାର ସେମାନଙ୍କୁ ଅଟକାଇ ଥିଲେ ମଧ୍ୟ ସେମାନେ ନ ଅଟକି ଆହୁରି ତୀବ୍ର ଗତିରେ ଗାଁକୁ ପଶି ଯାଇଥିଲେ । ଉଭୟ ଅଧିକାରୀ ଗାଁକୁ ଯାଇ ସେମାନଙ୍କୁ ଅଟକାଇ ଗାଡିରେ ବୁଲିବା ନିଷେଧ ଥିବାବେଳେ ବିନା ମାସ୍କରେ କାହିଁକି ଦ୍ରୁତ ଗତିରେ ବୁଲୁଛ ବୋଲି ତାଗିଦ କରି ଫାଇନ କାଟିବାକୁ କହିବାବେଳେ ପ୍ରାୟ ୫୦/୬୦ ବ୍ୟକ୍ତି ସଂଘବଦ୍ଧ ଭାବେ ସେମାନଙ୍କୁ ଆକ୍ରମଣ କରିଥିଲେ । ସୂଚନା ପାଇ ସାମାନ୍ୟ ଆଗକୁ ଯାଇଥିବା ଜିଲ୍ଲାପାଳ ସେଠାକୁ ଫେରି ଘଟଣା ସମ୍ପର୍କରେ ପଚାରିବା ବେଳେ ସେମାନେ ଉପସ୍ଥିତ ସମସ୍ତ ସରକାରୀ କର୍ମଚାରୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ଉଦ୍ୟମ କରିଥିଲେ । ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ତତକ୍ଷଣାତ ପହଂଚି ଆକ୍ରମଣକାରୀଙ୍କ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ କରିବାରୁ ସେମାନେ ଛତ୍ରଭଙ୍ଗ ଦେଇଥିଲେ । ପୋଲିସ ଆକ୍ରମଣକାରୀଙ୍କ ମଧ୍ୟରୁ ତିନିଜଣ ରାଜନ ଖାଁ , ପି. ଅବଦୁଲ କଲନ ଖାଁ, ପରବେଜ ଖାଁ ଓ ସୋଫିଆନ ରାଜଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିଛନ୍ତି । ପରରାଉଚରା ସମୟରେ ସେମାନେ ନିଜାମୁଦ୍ଦିନ ଲିଙ୍କ୍‌ ଥିବା ବିଷୟରେ ଜାଣିବାକୁ ମିଳିଥିଲା । ଏ ସମ୍ପର୍କରେ ଖବର ପାଇ ଏସ୍‌.ପି ଚରଣ ସିଂ ମିନା ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରି ଫ୍ଲାଗମାର୍ଚ୍ଚ କରାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
  କରୋନା ଭୟାବହତା , ଦେଶରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି ,  ବହୁ ଆକ୍ରାନ୍ତ ନିଜାମୁଦ୍ଦିନ ସହ ଜଡ଼ିତ,  ଆମେରିକାରେ ୩୬ହଜାର ମୃତ

କରୋନା ଭୟାବହତା , ଦେଶରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି , ବହୁ ଆକ୍ରାନ୍ତ ନିଜାମୁଦ୍ଦିନ ସହ ଜଡ଼ିତ, ଆମେରିକାରେ ୩୬ହଜାର ମୃତ

Read More...

 ସୁସ୍ଥ ହୋଇ  ଫେରିଲେ ଆଉ ତିନି

ସୁସ୍ଥ ହୋଇ ଫେରିଲେ ଆଉ ତିନି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page