ରାଜ୍ୟରେ ବଢିନି ପଜିଟିଭ୍‌ଙ୍କ ସଂଖ୍ୟା, ସୁସ୍ଥ ହେଲେ ଆଉ ଦୁଇ

April 17, 2020, ଓଡ଼ିଶା, , Anupambharat News Bureau


ରାଜ୍ୟରେ ବଢିନି ପଜିଟିଭ୍‌ଙ୍କ ସଂଖ୍ୟା,   ସୁସ୍ଥ ହେଲେ ଆଉ ଦୁଇ
Anupambharat News Bureau
April 17, 2020

ଭୁବନେଶ୍ୱର,୧୭ା୪(ଅନୁପମ ମିଡ଼ିଆ): ରାଜ୍ୟର ଆଉ ଦୁଇ ଜଣ କରୋନା ପଜିଟିଭ୍‌ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଉଭୟ ଭୁବନେଶ୍ୱର ଅଞ୍ଚଳର । ସେମାନଙ୍କ ନମୁନା ଯାଞ୍ଚ ରିଂପୋର୍ଟ ନେଗେଟିଭ୍‌ ବାହାରିବା ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏହାସହ ବର୍ତ୍ତମାନ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୨୧ରେ ପହଁଚିଛି । ଏସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି । ଗତକାଲି ମଧ୍ୟରାତ୍ରୀ ପର୍ଯ୍ୟନ୍ତ କରୋନା ଆଶଙ୍କାରେ ୭, ୫୭୭ ଟି ନମୁନା ଯାଞ୍ଚ କରାଯାଇଛି । ରାଜ୍ୟରେ ପଜିଟିଭ୍‌ଙ୍କ ସଂଖ୍ୟା ସେହି ୬୦ ରହିଛି । ସେହିପରି ପଜିଟିଭ୍‌ ବ୍ୟକ୍ତିଙ୍କ ଶତକଡା ରହିଛି ୦.୭୯ ପ୍ରତିଶତ । କରୋନା ଯୋଗୁଁ ଜଣେ ବ୍ୟକ୍ତିଙ୍କର ମୃତୁ୍ୟ ଘଟିଥିବା ବେଳେ ୧୯ ଜଣ ସୁସ୍ଥ ହୋଇ ଫେରିଛନ୍ତି । ରାଜ୍ୟରେ ବର୍ତ୍ତମାନ ୪୦ ଜଣ ସକ୍ରିୟ ରୋଗୀ ରହିଛନ୍ତି । ୧୦୪ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ଅଛନ୍ତି । ଗୁୁରୁବାର ରାଜ୍ୟରେ ମୋଟ ୮୪୩ଟି ନମୂନା ପରୀକ୍ଷଣ କରା ଯାଇଥିଲା । ସମସ୍ତ ନମୁନା ନେଗେଟିଭ ଆସିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଥାନା ଅଧିକାରୀଙ୍କୁ ମିଳିଲା ଅଧିକ କ୍ଷମତା

ଥାନା ଅଧିକାରୀଙ୍କୁ ମିଳିଲା ଅଧିକ କ୍ଷମତା

Read More...

 ହଟସ୍ପଟ୍‌ ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ରଣନୀତି

ହଟସ୍ପଟ୍‌ ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ରଣନୀତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page