ଦେଶରେ ମଇ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢ଼ିଲା

April 14, 2020, ଦେଶ, , Anupambharat News Bureau


ଦେଶରେ ମଇ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢ଼ିଲା
Anupambharat News Bureau
April 14, 2020

ନୂଆଦିଲ୍ଲୀ,୧୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧନ କରି କରୋନା ମହାମାରୀରୁ ପ୍ରସାରକୁ ରୋକିବା ପାଇଁ ଦେଶବ୍ୟାପୀ ଚାଲିଥିବା ଲକଡାଉନକୁ ଆସନ୍ତା ମଇ ମାସ ୩ ତାରିଖ ଯାଏ ବଢା ଯିବା ସମ୍ପର୍କରେ ଘୋଷଣା କରିଛନ୍ତି । ଏହା ବ୍ୟତୀତ ସେ ସ୍ପଷ୍ଟ କରିଛନ୍ତି ଯେ କରୋନା ସଂକ୍ରମଣରୁ ବର୍ତ୍ତି ଥିବା ଅଞ୍ଚଳ ମାନଙ୍କର ଆସନ୍ତା ୨୦ରୁ ଲକ ଡାଉନରେ ସର୍ତ୍ତମୂଳକ ରିହାତି ଦିଆ ଯାଇପାରେ । ଏ ସମ୍ପର୍କରେ ବିସ୍ତୃତ ଗାଇଡଲାଇନ ସରକାରଙ୍କ ପକ୍ଷରୁ ବୁଧବାର ଘୋଷଣା କରା ଯିବ ବୋଲି ସେ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ସକାଳ ୧୦ଟାରେ ଜାତି ଉଦ୍ଦେଶ୍ୟରେ ସମ୍ବୋଧନରେ କହିଛନ୍ତି ଯେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଶେଷଜ୍ଞ ମାନଙ୍କର ପରାମର୍ଶ ଅନୁସାରେ ଲକଡାଉନର ଅବଧିକୁ ବଢା ଯିବା ଉଚିତ । କିଛି ରାଜ୍ୟ ଆଗରୁ ଲକ ଡାଉନକୁ ବଢାଇବାକୁ ଘୋଷଣା କରି ସାରିଛନ୍ତି । ସମସ୍ତଙ୍କ ମତାମତ ଅନୁସାରେ ଲକ ଡାଉନକୁ ଆଗାମୀ ତିନି ମଇ ଯାଏ ବଢା ଯିବାକୁ ସେ ଘୋଷଣା କରିଛନ୍ତି । ଭାରତ ବର୍ଷରେ କରୋନା ଭାଇରସ୍‌ର ମହାମାରୀ ବ୍ୟାପକ ରୂପ ଧାରଣ ସମସ୍ତ ରାଜ୍ୟ ସରକାରମାନଙ୍କର ମତାମତ କରିବା ପରେ ହିଁ ଲକ୍‌ଡ଼ାଉନ୍‌ର ଅବଧି ମଇ ମାସ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତିି ନିଆଗଲା ବୋଲି ମୋଦି ତାହାଙ୍କ ୨୫ ମିନିଟ୍‌ ସମୟର ଭାଷଣରେ ପ୍ରକାଶ କରିଛନ୍ତି । ବାସ୍ତବରେ ଲାଗୁ କରାଯାଇଥିବା ଲକ୍‌ଡ଼ାଉନ୍‌କୁ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରାଯାଉଛି କି ନାହିଁ ଏହାକୁ ସାଧାରଣ ଜନତା କିଭଳି ଅନୁସରଣ କରୁଛନ୍ତି ଏ ସମ୍ପର୍କରେ ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ପ୍ରତିଟି ଜିଲ୍ଲା ଏବଂ ପ୍ରତି ରାଜ୍ୟରେ ଅନୁଧ୍ୟାନ କରାଯିବ । ଏହା ପରେ ଯାଇ କଟକଣା କୋହଳ ସମ୍ପର୍କରେ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି । ଏପରି କି ୨୦ ତାରିଖ ପରବର୍ତ୍ତୀ କେତେକ ଆବଶ୍ୟକୀୟ କାର୍ଯ୍ୟଧାରା ଉପରେ ଚାଲୁ କରିବା ପାଇଁ ଚିନ୍ତା କରାଯିବ ମୋଦି କହିଛନ୍ତି । ଏ ସମ୍ପର୍କରେ ବିସ୍ତୃତ ନିୟମାବଳୀ ବୁଧବାର ପ୍ରକାଶ ପାଇବ ବୋଲି ଜଣାପଡିଛି । ଦେଶର ଅନ୍ୟ କୌଣସି ଅଞ୍ଚଳରେ ଯେଭଳି ଏହି ଭୂତାଣୁ ବ୍ୟାପୀବ ନାହିଁ ଏଥି ପ୍ରତି ଧ୍ୟାନ ଦିଆଯାଇଛି । ଦେଶର କୌଣସି ଅଞ୍ଚଳରେ ମଧ୍ୟ କରୋନା ରୋଗରେ କୌଣସି ବ୍ୟକ୍ତି ପ୍ରାଣ ହରାଇଲେ ନିଶ୍ଚିତ ଏହା ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଇତିମଧ୍ୟରେ ଭାରତରେ ୩୫୩ ଲୋକଙ୍କ କରୋନା ରୋଗରେ ପ୍ରାଣହାନୀ ଘଟିଥିବା ଯୋଗୁଁ ଏହା ଯେଭଳି ବୃଦ୍ଧି ନପାଇବ ଏଥିପ୍ରତି ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି । ବିଶ୍ୱର ଅନ୍ୟ ପ୍ରମୁଖ ରାଷ୍ଟ୍ରମାନଙ୍କ କରୋନା ମୁକାବିଲାର ବିଭିନ୍ନ ଯୋଜନା ତୁଳନାରେ ଭାରତର ସ୍ଥିତି ଭଲ ରହିଛି । ଆରମ୍ଭରୁ ଯଦିଓ ଏହାକୁ ନିୟନ୍ତ୍ରଣ କରାଯାଇନଥାନ୍ତା, ତେବେ ଆଜି ସ୍ଥିତି ଅତ୍ୟନ୍ତ ସାଂଘାତିକ ହୋଇଥାନ୍ତା ବୋଲି ମୋଦି କହିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣର ଶେଷରେ ସାତଟି କଥା ଉପରେ ବିଶେଷ ଧ୍ୟାନ ଦେବାକୁ ଅପିଲ କରିଥିଲେ । ସେ କହିଥିଲେ ଯେ ବୟସ୍ତ ବ୍ୟକ୍ତି ଓ ବେମାର ଲୋକଙ୍କୁ ବିଶେଷ ଧ୍ୟାନ ଦିଆ ଯିବା ଆବଶ୍ୟକ । ସାମାଜିକ ଦୂରତ୍ୱ ପାଳନ କରିବା ସହ ମାସ୍କର ବ୍ୟବହାର କର;ୁ । ନିଜର ପ୍ରତିରୋଧକ ଶକ୍ତି ବଢାଇବାକୁ ଆୟୁଷ ମନ୍ତ୍ରଣାଳୟର ପରାମର୍ଶକୁ ପାଳନ କର;ୁ । ଆରୋଗ୍ୟ ସେତୁ ଆପକୁ ଡାଉନଲୋଡ କର;ୁ ଓ ଅନ୍ୟ ମାନଙ୍କୁ ଡାଉନଲୋଡ କରିବାକୁ କୁହ;ୁ । ଗରୀବ ଲୋକ ମାନଙ୍କର ଦେଖାଶୁଣା କର;ୁ । ନିଜର କର୍ମଚାରୀ ମାନଙ୍କ କଥା ବୁଝ;ୁ । ସେମାନଙ୍କୁ ଚାକିରିରୁ ବାହାର କର;ୁ ନାହିଁ । କରୋନା ବିରୁଦ୍ଧରେ ଲଢେଇ ଲଢୁଛିବା ସ୍ୱାସ୍ଥ୍ୟ କର୍ମୀ ଓ ପୋଲିସକର୍ମୀଙ୍କୁ ସମ୍ନାନ କର;ୁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିନକରେ ୧୪୬୩ ପଜିଟିଭ

ଦିନକରେ ୧୪୬୩ ପଜିଟିଭ

Read More...

କରୋନା ସଂକ୍ରମଣ ନେଇ ଟାହିଟାପରା  ଯୁବକଙ୍କ ଆତ୍ମହତ୍ୟା, ପୋଲିସର ଖୋଳତାଡ଼

କରୋନା ସଂକ୍ରମଣ ନେଇ ଟାହିଟାପରା ଯୁବକଙ୍କ ଆତ୍ମହତ୍ୟା, ପୋଲିସର ଖୋଳତାଡ଼

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page