କରୋନା ସଂକ୍ରମଣ ନେଇ ଟାହିଟାପରା ଯୁବକଙ୍କ ଆତ୍ମହତ୍ୟା, ପୋଲିସର ଖୋଳତାଡ଼

April 14, 2020, ଓଡ଼ିଶା, , Anupambharat News Bureau


କରୋନା ସଂକ୍ରମଣ ନେଇ ଟାହିଟାପରା  ଯୁବକଙ୍କ ଆତ୍ମହତ୍ୟା, ପୋଲିସର ଖୋଳତାଡ଼
Anupambharat News Bureau
April 14, 2020

ଧର୍ମଶାଳା,୧୩ା୪(ଅନୁପମମିଡ଼ିଆ): ଯାଜପୁର ଜିଲା ଧର୍ମଶାଳା ଥାନା ଅଧିନସ୍ଥ ଦେଓଦା ପଂଚାୟତର ଦେଓଦା ଗ୍ରାମରେ ବେକରେ ଫାଶି ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି ।
ଗାଁ ଲୋକ କରୋନା ରୋଗୀର ଆଖ୍ୟା ଦେବାରୁ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ ଯୁବକ ଜଣକ ହେଲେ ଦେଓଦା ଗ୍ରାମର କହ୍ନେଇ ସାହୁଙ୍କ ପୁଅ ସୁରେଶ (୪୦) ବୋଲି ଜଣାପଡିଛି । ଏନେଇ ପୋଲିସ ୧୬୧ା୨୦ରେ ଏକ ମାମଲା ରୁଜୁ କରି ଘଟଣାର ତନ୍ଦନ୍ତ କରୁଛି । ଅଭିଯୋଗ ମୁତାବକ, ସୁରେଶ ଚେନ୍ନାଇରେ ଏକ ହୋଟେଲରେ କାମ କରୁଥିଲେ । ସେଠାରୁ ମାର୍ଚ୍ଚ ମାସ ୧୮ ତାରିଖରେ ଘରକୁ ଆସିଥିଲେ । ସେହି ସମୟରେ କରୋନା ସଂକ୍ରମଣକୁ ନେଇ ଚର୍ଚ୍ଚା ହୋଇଥିଲା । ସୁରେଶ ଘରେ ପହଞ୍ଚିବା ପରେ ଗାଁକୁ ଯିବା ଆସିବା କରୁଥିଲା । କରୋନାରେ କିଛି କାମଧନ୍ଦା ନ ଥିବାରୁ ଗାଁର କିଛି ଯୁବକ ସୁରେଶଙ୍କ ଠାରୁ ଧାର ଆକାରରେ ଟଙ୍କା ନେଇଥିଲେ । ଦିନେ ଦୁଇ ଦିନ ପରେ ସୁରେଶ ଟଙ୍କା ମାଗିବାରୁ ଉକ୍ତ ଯୁବକମାନେ ସୁରେଶକୁ କରୋନା ହୋଇଥିବା ନେଇ ଅପପ୍ରଚାର କରିଥିଲେ । ଫଳରେ ଏହି ଘଟଣା ପ୍ରଘଟ ହେବା ପରେ ସୁରେଶକୁ ସମସ୍ତେ ଘୃଣା କରିବାକୁ ଲାଗିଲେ । ଫଳରେ ସୁରେଶ ବାଧ୍ୟ ହୋଇ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ତାଙ୍କର ପରିତ୍ସା ସଂକ୍ରମଣ ଥିବା ଡାକ୍ତର କହିଥିଲେ ।
ଔଷଧ ଖାଇଲେ ଜ୍ୱର ଭଲ ହୋଇଯିବ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ । ସେଠାରୁ ଘରୁ ଫେରିଥିଲେ ୧୪ ଦିନ ପାଇଁ ହୋମ କରେଣ୍ଟାଇନରେ ରହିଥିଲେ । ୧୪ ଦିନ ପରେ ଘରୁ ସେ ବାହାରିଥିଲେ କିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଣିବା ପାଇଁ । ବାଟରେ ଗ୍ରାମବାସୀ କୋରାନା ରୋଗୀ ବୋଲି କହି ଖୁବ୍‌ ଟାହି ଟାପରା କରିଥିଲେ ତାଙ୍କୁ । ଫଳରେ ସେ ଘରୁ ପଳାଇ ଆସି ଘରେ ପରିବାର ଲୋକଙ୍କୁ ସମସ୍ତ କଥା କହିଥିଲେ । ସୁରେଶ ବାରମ୍ବାର ଟଙ୍କା ମାଗିବାକୁ ଉକ୍ତ ଯୁବକମାନେ ତାଙ୍କୁ ନାନା ଧମକଚମକ ଦେଇଥିଲେ । ଗତକାଲି ରାତିରେ ଘରେ ସବୁ କଥା ତାଙ୍କ ପତ୍ନୀ ବନ୍ଦନାକୁ କହିଥିଲା । ସମସ୍ତେ ଘରେ ଖାଇପିଇ ଶୋଇଥିଲେ । ସକାଳେ ସୁରେଶ ଘରେ ନଥିବା ଦେଖିବାକୁ ପାଇଥିଲେ ବନ୍ଦନା । ନିକଟସ୍ଥ ଏକ ନିଛାଟିଆ ଜାଗାରେ ଏଗ ଗଛରେ ସେ ଝୁଲୁଥିବା ଦେଖିବାକୁ ପାଇ ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚଙ୍କୁ ଅବଗତ କରାଇଥିଲେ । ଧର୍ମଶାଳା ପୋଲିସ ଅଭିଯୋଗ ପାଇ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ଶବ ଜବତ କରିଛି । ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ଜବତ କରିଛି । ସେ ଘର ଚାରି ପାଶ୍ୱର୍ରେ ତାଙ୍କର ମୃତୁ୍ୟର କାରଣ ଲେଖିଥିବା ପୋଲିସ ଜାଣିବାକୁ ପାଇଛି । ପୋଲିସ ଘଟଣାର ତଦନ୍ତ ଜୋରଦାର କରିଥିବା ବେଳେ ଶବକୁ ବ୍ୟବଚ୍ଛେଦ ନିମନ୍ତେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ଘଟଣାରେ ୧୦ ଜଣ ସ୍ଥାନୀୟ ଯୁବକଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚୁରା ଚଳାଇଛି । ଘଟଣାର ତଦନ୍ତ ଜାରି ରହିଥିବାରୁ ପୋଲିସ କିଛି ସୂଚନା ଦେଇନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦେଶରେ ମଇ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢ଼ିଲା

ଦେଶରେ ମଇ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢ଼ିଲା

Read More...

 ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୫୧ ମୃତ

ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୫୧ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page