ବଡ଼ଗୁମୁଳା ହତ୍ୟା ମାମଲା, ଧରାପଡ଼ିଲେ ଦୁଇ ମାଷ୍ଟରମାଇଣ୍ଡ୍‌

May 16, 2019, ଓଡ଼ିଶା, , Anupambharat News Bureau


ବଡ଼ଗୁମୁଳା ହତ୍ୟା ମାମଲା, ଧରାପଡ଼ିଲେ ଦୁଇ ମାଷ୍ଟରମାଇଣ୍ଡ୍‌
Anupambharat News Bureau
May 16, 2019

ବ୍ରହ୍ମପୁର,୧୫ ।୫(ଅନୁପମ ମିଡ଼ିଆ) : ଗୋପାଳପୁର ଥାନା ଅନ୍ତର୍ଗତ ବଡ଼ଗୁମୁଳାରେ ସଙ୍ଗଠିତ ବୋମା ମାଡ଼ ଜନିତ ହତ୍ୟା ମାମଲାର ପୋଲିସ ହାତରେ ଆଉ ଦୁଇ ଜଣ ମାଇଣ୍ଡ ଧରାପଡ଼ିଥିବା ସୂଚନା ମିଳିଥିବାବେଳେ ଆଜି ବ୍ରହ୍ମପୁର ଏସ୍‌ପିଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗତକାଲି ଧରାପଡ଼ିଥିବା ପ୍ରଦୀପ ସେଠୀଙ୍କୁ ଆଜି ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି ।
ଆଜି ବ୍ରହ୍ମପୁର ଏସ୍‌ପି ଅଫିସ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ପିନାକ ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ବଡ଼ଗୁମୁଳା ଗ୍ରାମର ସୁଶାନ୍ତ ସାହୁ ଓ ସାନ କୁଶସ୍ଥଳୀ ଗ୍ରାମର ଦିଲ୍ଲୀପ ସେଠୀ ଓ ତାଙ୍କ ଭାଇ ପ୍ରଦୀପ ସେଠୀଙ୍କର ପୂର୍ବରୁ ବିବାଦ ଲାଗି ରହିଥିବା ଏବଂ ଗତ ନିର୍ବାଚନ ତଥା ଏପି୍ରଲ୍‌ ୧୧ ତାରିଖ ଦିନ ଦିଲ୍ଲୀପ ସେଠୀ, ପ୍ରଦୀପ ସେଠୀ, ଲିଣ୍ଟା ଓରଫ ସୁଶାନ୍ତ କୁମାର ଜେନା ମିଶି ସୁଶାନ୍ତ ସାହୁଙ୍କୁ ଆକ୍ରମଣ ପାଇଁ ଯୋଜନା କରିଥିଲେ । ଅନ୍ୟ ପକ୍ଷରେ ଗତ ଏପି୍ରଲ୍‌ ୯ ତାରିଖରେ ଲିଣ୍ଟା ବଡ଼ବଜାର ଥାନା ଅନ୍ତର୍ଗତ ପାଣିଗ୍ରାହୀ ପେଣ୍ଠ ସାହିର ଚନ୍ଦନରଣା ଓ ମାମୁନୀ ସାହୁ ସହ ସୁଶାନ୍ତଙ୍କୁ ଆକ୍ରମଣ ନେଇ ଷଡ଼ଯନ୍ତ୍ର କରିଥିବା ନେଇ ତାଙ୍କ ସହ ତାରାତାରିଣୀ ଅଞ୍ଚଳର ଗୋପୀନାଥ ରଣା ଓ ସୌମ୍ୟ ରଣା ସହ ମିଶି ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ୩-୪ ଦିନ ପର୍ଯ୍ୟନ୍ତ ଜଗନ୍ନାଥପୁରରେ ଥିବା ଲିଣ୍ଟାର ଆପାର୍ଟମେଣ୍ଟ୍‌ରେ ରହି ସୁଶାନ୍ତ ସାହୁଙ୍କୁ ହାତ୍ୟା ପାଇଁ ବଡ଼ଧାରଣର ଷଡ଼ଯନ୍ତ୍ର ପରେ ୨୦ ତାରିଖ ଦିନ ତାଙ୍କୁ ବୋମା ମାଡ଼ କରି ହତ୍ୟା କରିବାରେ ସକ୍ଷମ ହୋଇଥିଲେ । ଉକ୍ତ ଘଟଣାରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ ତତ୍ତ୍ୱାବଧାନରେ ବ୍ରହ୍ମପୁର ସଦର ଏସ୍‌ଡ଼ିପିଓ ଜୟନ୍ତ କୁମାର ମହାପାତ୍ର, ଗୋପାଳପୁର ଥାନା ଆଇଆଇସି ବିବେକାନନ୍ଦ ମହନ୍ତ ପ୍ରମୁଖ ଘଟଣାର ଖୋଳତାଡ଼ କରିବା ପରେ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଜଣାପଡ଼ିଥିଲ ।
ଯଦ୍ୱାରା ପୋଲିସ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅଜିତ ସେଠୀ, ଚନ୍ଦନ ରଣା, ଗୋପୀନାଥ ରଣାଙ୍କୁ ଗିରଫ କରିଥିବା ବେଳେ ଗତ ରବିବାର ଘଟଣାର ମାଷ୍ଟର୍‌ ମାଇଣ୍ଡ୍‌ ତଥା ବିଜେପି ନେତା ବଡ଼କୁଶସ୍ଥଳି ସମିତି ସଭ୍ୟ ଲିଣ୍ଟା ଓ ଅନ୍ୟତମ ଅଭିଯୁକ୍ତ ଟୁନା ସେଠୀଙ୍କୁ ବି ଗିରଫ କରିବାରେ ସକ୍ଷମ ହୋଇଥିଲେ । ଏ ପରିପ୍ରେକ୍ଷୀରେ ଗତକାଲି ପୋଲିସ ଘଟଣାର ଅନ୍ୟତମ ଷଡ଼ଯନ୍ତ୍ରକାରୀ ପ୍ରଦୀପ ସେଠୀଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟଚାଲାଣ କରିଥିବାବେଳେ ଆଜି ପୋଲିସ ଘଟଣାର ଅନ୍ୟତମ ଷଡ଼ଯନ୍ତ୍ରକାରୀ ଟୁନା ସେଠୀଙ୍କୁ ବି ଧରି ଜେରା କରିଥିବା କୁହାଯାଇଛି । ତେବେ ପୋଲିସ ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଉନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଜ୍ରପାତ ନେଲା ପାଞ୍ଚ ଜୀବନ: ନବବିବାହିତ ମୃତ

ବଜ୍ରପାତ ନେଲା ପାଞ୍ଚ ଜୀବନ: ନବବିବାହିତ ମୃତ

Read More...

କପିଳଙ୍କ ୩୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଇମାମ୍‌

କପିଳଙ୍କ ୩୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଇମାମ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page