କପିଳଙ୍କ ୩୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଇମାମ୍‌

May 16, 2019, କ୍ରୀଡ଼ା, , Anupambharat News Bureau


କପିଳଙ୍କ ୩୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଇମାମ୍‌
Anupambharat News Bureau
May 16, 2019

ବ୍ରିଷ୍ଟଲ,୧୫ ।୫: ଏଠାରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ୧୫୧ ରନ୍‌ର ଇନିଂସ୍‌ ଖେଳିବା ସହ ପାକ୍‌ ଓପନର ଇମାମ୍‌ ଉଲ୍‌ ହକ୍‌ ଏକ ରେକର୍ଡ ସ୍ଥାପନ କରିଛନ୍ତି । ଦିନିକିଆରେ ୧୫୦ କିମ୍ବା ତଦୁର୍ଦ୍ଧ୍ୱ ରନ୍‌ କରିବାରେ ଇମାମ୍‌ ହେଉଛନ୍ତି ବିଶ୍ୱର ସର୍ବକନିଷ୍ଠ ଖେଳାଳି । ଏଥିସହ ସେ ଭାରତୀୟ କିମ୍ବଦନ୍ତୀ କପିଳ ଦେବଙ୍କ ୩୬ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ।
ଇମାମ୍‌ ଉକ୍ତ ମ୍ୟାଚ୍‌ରେ ୧୩୧ ବଲ୍‌ରେ ୧୫୧ ରନ୍‌ କରିଥିଲେ । ତାଙ୍କର ଏହି ଚମତ୍କାର ଶତକୀୟ ପାଳି ସହାୟତାରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୯ ୱିକେଟ୍‌ ବିନିମୟରେ ୩୫୯ ରନ୍‌ର ବିଶାଳ ସ୍କୋର କରିଥିଲା । ଏହା ସତ୍ତେ୍ୱ ଇଂଲଣ୍ଡ ଠାରୁ ପାକିସ୍ତାନ ୬ ୱିକେଟ୍‌ରେ ପରାସ୍ତ ହୋଇଥିଲା । ଇଂଲଣ୍ଡ ବିଜୟରେ ଜନି ବେୟାରଷ୍ଟୋ (୧୨୮) କର୍ଣ୍ଣଧାର ସାଜିଥିଲେ ।
ପାକିସ୍ତାନର ପରାଜୟ ସତ୍ତେ୍ୱ ଇମାମ୍‌ ରେକର୍ଡ ବୁକ୍‌ରେ ନିଜକୁ ସାମିଲ କରିଥିଲେ । ଏହି ୨୩ ବର୍ଷୀୟ ଓପନର ଭାରତୀୟ କିମ୍ବଦନ୍ତୀ କପିଳଙ୍କ ରେକର୍ଡ ଭାଙ୍ଗିଥିଲେ ।
କପିଳ ୨୪ ବର୍ଷ ବୟସରେ ୧୯୮୩ ବିଶ୍ୱକପ୍‌ରେ ଜିମ୍ବାେୱ ବିପକ୍ଷରେ ସ୍ମରଣୀୟ ୧୭୫ ରନ୍‌ର ଅପରାଜିତ ଇନିଂସ୍‌ ଖେଳିଥିଲେ । ସେତେବେଳେ କପିଳ ସର୍ବକନିଷ୍ଠ ଖେଳାଳି ଭାବେ ଏକ ଦିନିକିଆରେ ୧୫୦ ରୁ ଊର୍ଦ୍ଧ୍ୱ ରନ୍‌ କରିବାର ଗୌରବ ଅର୍ଜନ କରିଥିଲେ । ତେବେ ତାଙ୍କ ରେକର୍ଡକୁ ଏବେ ଇମାମ ଅତିକ୍ରମ କରିଛନ୍ତି । ଇମାମ୍‌ଙ୍କ ୧୫୧ ରନ୍‌ ମଧ୍ୟ ଇଂଲଣ୍ଡ ବିପକ୍ଷରେ କୌଣସି ପାକିସ୍ତାନୀ ବ୍ୟାଟ୍‌ସମ୍ୟାନ୍‌ଙ୍କ ପାଇଁ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଡ଼ଗୁମୁଳା ହତ୍ୟା ମାମଲା, ଧରାପଡ଼ିଲେ ଦୁଇ ମାଷ୍ଟରମାଇଣ୍ଡ୍‌

ବଡ଼ଗୁମୁଳା ହତ୍ୟା ମାମଲା, ଧରାପଡ଼ିଲେ ଦୁଇ ମାଷ୍ଟରମାଇଣ୍ଡ୍‌

Read More...

ଭାରତୀୟ ଦଳରେ ହାର୍ଦ୍ଦିକଙ୍କ ସହ କେହି ତୁଳନୀୟ ନୁହଁନ୍ତି: ସେହ୍ୱାଗ୍‌

ଭାରତୀୟ ଦଳରେ ହାର୍ଦ୍ଦିକଙ୍କ ସହ କେହି ତୁଳନୀୟ ନୁହଁନ୍ତି: ସେହ୍ୱାଗ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page